ETV Bharat / international

ଆଫଗାନିସ୍ତାନର ହିଂସାତ୍ମକ ଆକ୍ରମଣ; 20 ମୃତ, 32 ଆହତ - ଆଫଗାନିସ୍ତାନ ଆକ୍ରମଣ

ଆଫଗାନିସ୍ତାରେ ହିଂସାତ୍ମକ ଆକ୍ରମଣରେ 20 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 32 ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ଆଫଗାନିସ୍ତାନର ହିଂସାତ୍ମକ ଆକ୍ରମଣ; 20 ମୃତ, 32 ଆହତ

author img

By

Published : May 31, 2021, 1:20 PM IST

କାବୁଲ: ଗତ 24 ଘଣ୍ଟା ମଧ୍ୟରେ ଆଫଗାନିସ୍ତାନର 5ଟି ଅଞ୍ଚଳରେ ହିଂସାତ୍ମକ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଅତି କମରେ 20 ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ 34 ଜଣ ଆହତ ହୋଇଛନ୍ତି । ଆମେରିକା ନିଜର ସୈନ୍ୟ ପ୍ରତ୍ୟାହାର କରିନେବା ପୂର୍ବରୁ ଦେଶରେ ବିପର୍ଯ୍ୟସ୍ତ ସୁରକ୍ଷା ପରିସ୍ଥିତିକୁ ସୂଚିତ କରିଛି ।

ଦେଶରେ ଶନିବାର ଆଇଡି ବୋମା ବିସ୍ଫୋରଣ ଘଟିଥିଲା । ଏକ ବସରେ ଯାଉଥିବା ଅଧ୍ୟାପକ ଓ କର୍ମଚାରୀଙ୍କୁ ଲକ୍ଷ୍ୟ କରାଯାଇ ଏହି ବୋମା ବିସ୍ଫୋରଣ କରାଯାଇଥିଲା । ଏହି ବିସ୍ଫୋରଣରେ 17 ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ବିଶ୍ବବିଦ୍ୟାଳୟର ମେଡିସିନ ଅଧ୍ୟାପକ ମେୱାଣ୍ଡ ଫରୁକ ନିର୍ଜବୀ ମଧ୍ୟ ରହିଥିଲେ । ପ୍ରତିଦିନ ହିଂସା ଆମର ଯୁବକ, ଧାର୍ମିକ ବିଦ୍ବାନ ଏବଂ ସୁରକ୍ଷାକର୍ମୀଙ୍କୁ ହରାଉଛି । ଯଦି ଏହା ଜାରି ରହେ ତେବେ ତେବେ ଦେଶରେ ଏକ ବିପଜ୍ଜନକ ସଙ୍କଟ ସୃଷ୍ଟି ହେବ ବୋଲି ନିର୍ଜବୀଙ୍କ ସମ୍ପର୍କୀୟ କହିଛନ୍ତି ।

ଶ୍ରୀଜାଦ ଜିଲ୍ଲାରେ ରବିବାର ହୋଇଥିବା ବିସ୍ଫୋରଣରେ 2 ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ଦେଶର ହେଲମଣ୍ଡ, ହେରାଟ, ବାଡଘିସ ଓ ପକଟିଆ ଅଞ୍ଚଳରେ ହୋଇଥିବା ଆକ୍ରମଣରେ 12 ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି । ହିଂସା ବୃଦ୍ଧି ଆମର ଶାନ୍ତି ପ୍ରତି ଆମର ଆଭିମୁଖ୍ୟକୁ ଚ୍ୟାଲେଞ୍ଜ କରିବ ଏବଂ ଶାନ୍ତି ପାଇଁ ରାସ୍ତାକୁ ଜଟିଳ କରିବ ବୋଲି କାପିସାର ବିଧାୟକ ମିର ହେଦର ଅଫଜାଲି କହିଛନ୍ତି ।

ସୂଚନାଯୋଗ୍ୟ, 2011ରେ ଅଲକାଏଦା ଆମେରିକାର ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ଉପରେ ଆକ୍ରମଣ ପରେ ଆତଙ୍କବାଦୀଙ୍କୁ ନିପାତ କରିବାକୁ ଆଫଗାନିସ୍ଥାନରେ ଆମେରିକା ସେନା ମୁତୟନ କରିଥିଲା । ଏହାମଧ୍ୟରେ ତାଲିବାନର ଧମକ ସାମ୍ନାକୁ ଆସିଥିଲା । ଯଦି ଆମେରିକା ଦେଇଥିବା ସମୟମୀମା ମଧ୍ୟରେ ସୈନ୍ୟ ପ୍ରତ୍ୟାହାର ନକରେ ତେବେ ଆକ୍ରମଣ ଆହୁରି ତୀବ୍ରତର ହେବ । ଆମେରିକା ସୈନ୍ୟଙ୍କୁ ଟାର୍ଗେଟ୍ କରାଯିବ ବୋଲି ତାଲିବାନ ଚେତାବନୀ ଦେଇଥିଲା ।

ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ହଟାଇବା ଆରମ୍ଭ ହେବା ପରଠାରୁ ଦେଶରେ ଗତ ସପ୍ତାହରେ ହିଂସା ଘଟଣାରେ ବୃଦ୍ଧି ପାଇଛି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗତ ମାସରେ ଆଫଗାନିସ୍ତାନରୁ ଚଳିତ ବର୍ଷ ସେପ୍ଟେମ୍ବର 11 ସୁଦ୍ଧା ସମସ୍ତ ସୈନ୍ୟ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲେ । ଗତମାସ ତାଲିବାନ ଆକ୍ରମଣରେ ଆଫଗାନିସ୍ତାନରେ 248 ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ 527 ଜଣ ଆହତ ହୋଇଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.