ETV Bharat / international

ଆଫଗାନିସ୍ତାନର ରାସ୍ତା କଡରେ ଫୁଟିଲା ବୋମା, 11 ମୃତ - ଆଫଗାନିସ୍ତାନରେ ରାସ୍ତା କଡରେ ଫୁଟିଲା ବୋମା

ଆଫଗାନିସ୍ତାନରେ ରାସ୍ତା କଡରେ ଫୁଟିଲା ବୋମା । ଏହି ବିସ୍ଫୋରଣରେ ଅତି କମରେ 11 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ବୋଲି ଜିଲ୍ଲାପାଳ ଖୁଦାଦାଦ୍ ତାଇବ ନିଶ୍ଚିତ କରିଛନ୍ତି। ଅଧିକ ପଢନ୍ତୁ...

ଆଫଗାନିସ୍ତାନରେ ରାସ୍ତା କଡରେ ଫୁଟିଲା ବୋମା, 11 ନାଗରିକଙ୍କ ମୃତ୍ୟୁ

author img

By

Published : Jun 6, 2021, 12:00 PM IST

କାବୁଲ: ଆଫଗାନିସ୍ତାନରେ ରାସ୍ତା କଡରେ ଫୁଟିଲା ବୋମା । ଏହି ବିସ୍ଫୋରଣରେ ଅତି କମରେ 11 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ବୋଲି ଜିଲ୍ଲାପାଳ ଖୁଦାଦାଦ୍ ତାଇବ ନିଶ୍ଚିତ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ମୁତାବକ, ଶନିବାର ଦିନ ସ୍ଥାନୀୟ ସମୟ ପ୍ରାୟ ସନ୍ଧ୍ୟା 5.30 ସମୟରେ ଅବକାମାରି ଜିଲ୍ଲାର ଚଲଙ୍କ ଗ୍ରାମରେ ଘଟିଛି।

ସ୍ଥାନୀୟ ଅଧିକାରୀଙ୍କ କହିବାନୁସାରେ, ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିଲେ । ଏହି ବିସ୍ଫୋରଣରେ ଅବକାମାରି ଜିଲ୍ଲା ଗଭର୍ଣ୍ଣର ତାଲିବାନୀ ଆତଙ୍କବାଦୀଙ୍କୁ ଦାୟୀ କରିଛନ୍ତି, କିନ୍ତୁ ଏହି ଘଟଣା ସମ୍ପର୍କରେ ତାଲିବାନ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହିଁ। ଦେଶରେ ଆଫଗାନିସ୍ତାନ ବାହିନୀ ଏବଂ ତାଲିବାନ ମଧ୍ୟରେ ସଂଘର୍ଷ ଜାରି ରହିଥିବାରୁ ହିଂସା ଦିନକୁ ଦିନ ବଢିବାରେ ଲାଗିଛି।

ଶନିବାର, ଗତ 24 ଘଣ୍ଟା ମଧ୍ୟରେ ଅତି କମରେ 10 ଟି ପ୍ରଦେଶରେ ସରକାରୀ ବାହିନୀ ଏବଂ ତାଲିବାନ ମଧ୍ୟରେ ସଂଘର୍ଷ ଘଟିଥିବା ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.