ETV Bharat / international

US airline: ବିମାନସେବାରେ ବିପଦ ଆଣିପାରେ ୫ଜି - ୟୁଏସ ଏୟାରଲାଇନ୍ସ

ୟୁଏସ ଏୟାରଲାଇନ୍ସ ବିମାନ ଉପରେ ଆସୁଛି ସଙ୍କଟ । AT&T ଏବଂ Verizon ନୂତନ ୫ଜି ସେବା ନିୟୋଜନ କରିବାକୁ ଯାଉଛନ୍ତି। ଯାହାକୁ ନେଇ ବିମାନ ଉପରେ ଆସୁଛି ବିପର୍ଯ୍ୟୟ । ଅଧିକ ପଢନ୍ତୁ

ବିମାନସେବା ଉପରେ ବିପଦ ଆଣିପାରେ ୫ଜି
ବିମାନସେବା ଉପରେ ବିପଦ ଆଣିପାରେ ୫ଜି
author img

By

Published : Jan 18, 2022, 12:33 PM IST

Updated : Jan 19, 2022, 6:41 AM IST

ୱାଶିଂଟନ: ୟୁଏସ ଏୟାରଲାଇନ୍ସ ବିମାନ ଉପରେ ଆସୁଛି ସଙ୍କଟ । ଟେଲିକମ କମ୍ପାନୀ AT&T ଏବଂ Verizon ନୂତନ ୫ ଜି ସେବା ନିୟୋଜନ କରିବାକୁ ଯାଉଛନ୍ତି । ଯାହାକୁ ନେଇ ବିମାନ ଉପରେ ଆସୁଛି ବିପର୍ଯ୍ୟୟ । ବିମାନ ଚଳାଚଳ କ୍ଷେତ୍ରରେ ଏହା ବଡ ସଙ୍କଟ ଆଣିପାରେ ବୋଲି ଆମେରିକାର ବୃହତ ଯାତ୍ରୀବାହୀ ଓ କାର୍ଗୋ କ୍ୟାରିୟରଗୁଡିକର ମୁଖ୍ୟ କାର୍ଯ୍ୟନିର୍ବାହୀମାନେ ସତର୍କ କରାଇଛନ୍ତି । ସେମାନଙ୍କ ମତରେ ବୁଧବାରଠୁ ଚାଲିବାକୁ ଥିବା ନୂଆ ସି ବ୍ୟାଣ୍ଡ ଏବଂ ୫ଜି ସେବା ଯୋଗୁ ବହୁ ସଂଖ୍ୟକ ବିମାନ ବ୍ୟବହାର ଅନୁପଯୋଗୀ ହୋଇପଡିବ । ଏଥିପାଇଁ ଆମେରିକାର ବିମାନସେବା କ୍ଷେତ୍ର ବହୁଳ ଭାବରେ ପ୍ରଭାବିତ ହେବ ଏବଂ ବିଦେଶରେ ଲକ୍ଷ ଲକ୍ଷ ଆମେରିକୀୟ ଫସି ରହିବାର ସମ୍ଭାବନା ରହିଛି ।

୨୦୨୧ ଆରମ୍ଭରୁ ଆମେରିକା ମୋବାଇଲ ଫୋନ କମ୍ପାନୀଗୁଡିକ ୮୦ ବିଲିୟନ ଡଲାର ରେଞ୍ଜର ୫ଜି ବ୍ୟାଣ୍ଡୱିଥ ନିଲାମ କରିଥିଲା । ଏହି ନୂଆ ୫ଜି ଟେକ୍ନୋଲୋଜି ଅଲଟିମିଟର ଭଳି ଉପକରଣକୁ ପ୍ରଭାବିତ କରିପାରେ ବୋଲି ଫେଡେରାଲ ଆଭିଏଶନ ଆଡମିନିଷ୍ଟ୍ରେଶନ (Federal Aviation Administration) ଆଶଙ୍କା ପ୍ରକାଶ କରିଛି । ଅଲଟିମିଟର ହେଉଛି ଏକ ଯନ୍ତ୍ର ଯାହା ବିମାନ ପୃଷ୍ଠରୁ କେତେ ଉଚ୍ଚତାରେ ଉଡାଣୁ କରୁଛି ତାହା ମାପିଥାଏ । ଆମେରିକା ଏୟାର ଲାଇନ୍ସ ଚେତାବନୀ ଦେଇଛି ଯେ ନୂତନ ସି-ବ୍ୟାଣ୍ଡ 5G ସେବା ବ୍ୟାପକ ବିମାନ ବ୍ୟବହାର ଯୋଗ୍ୟ ନୁହେଁ । ତେଣୁ ବିମାନ ଲ୍ୟାଣ୍ଡିଂ ସମୟରେ ବିମାନ ପ୍ରତି ବିପଦ ଆସିପାରେ । ଯାତ୍ରୀଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଥିବା ନେଇ ଚେତାବନୀ ଦେଇଛନ୍ତି ପରିବହନକାରୀ ମୁଖ୍ୟ କାର୍ଯ୍ୟନିର୍ବାହୀ । ଉଚ୍ଚତାକୁ ବାଦ ଦେଲେ ଅଲଟିମିଟର ଅବତରଣ ସୁବିଧା ମଧ୍ୟ ଯାଞ୍ଚ କରିଥାଏ ।

ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ (Federal Aviation Administration) ଚେତାବନୀ ଦେଇଛି ଯେ ସମ୍ଭାବ୍ୟ ହସ୍ତକ୍ଷେପ ବିମାନ ଯନ୍ତ୍ର ଉପରେ ପ୍ରଭାବ ପକାଇପାରେ ଏବଂ ସ୍ବଳ୍ପ ଦୃଶ୍ୟମାନ ପାଇଁ ମଧ୍ୟ ବିମାନସେବା ପ୍ରଭାବିତ ହୋଇପାରେ । ସୁତରାଂ ଗତକାଲି ଗୋଟିଏ ଦିନରେ 1100 ରୁ ଅଧିକ ବିମାନ ଏବଂ 100,000 ଯାତ୍ରୀଙ୍କ ପାଇଁ ବିମାନ ସେବା ବାତିଲ ବିଳମ୍ବ ସେବା ପ୍ରଦାନ କରିଛି ।

Last Updated : Jan 19, 2022, 6:41 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.