ETV Bharat / international

କୋରୋନା ଲଢେଇ: ଇରାନକୁ ୟୁରୋପର ସାହାଯ୍ୟରେ ଟ୍ରମ୍ପଙ୍କ ଗ୍ରୀନ ସିଗନାଲ - ଇରାନକୁ ସାହାଯ୍ୟ ପ୍ରସଙ୍ଗରେ ଟ୍ରମ୍ପ

କୋରୋନା ଭୂତାଣୁ ସଂକ୍ରମଣରେ ଅଧିକ ମାତ୍ରାରେ ପ୍ରଭାବିତ ଇରାନ ପାଇଁ ସହାୟତାର ହାତ ବଢାଇଛି ୟୁରୋପ । ଏହାକୁ ଗ୍ରୀନ ସିଗନାଲ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

europe helps iran, corona in iran, corona update, coronavirus news, trump on topic of help to iran, donald trump, ଇରାନକୁ ୟୁରୋପର ସାହାଯ୍ୟ, ଇରାନରେ କୋରୋନା, କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌, ଇରାନକୁ ସାହାଯ୍ୟ ପ୍ରସଙ୍ଗରେ ଟ୍ରମ୍ପ, ଡୋନାଲ୍ଡ ଟ୍ରମ୍ପ
ଇରାନକୁ ୟୁରୋପର ସାହାଯ୍ୟରେ ଟ୍ରମ୍ପଙ୍କ ଗ୍ରୀନ ସିଗନାଲ
author img

By

Published : Apr 9, 2020, 11:57 PM IST

ନ୍ୟୁୟର୍କ: କୋରୋନା ଭୂତାଣୁ ସଂକ୍ରମଣରେ ଅଧିକ ମାତ୍ରାରେ ପ୍ରଭାବିତ ଇରାନ ପାଇଁ ସହାୟତାର ହାତ ବଢାଇଛି ୟୁରୋପ । ଆବଶ୍ୟକୀୟ ଔଷଧ ସହ ଇରାନକୁ ସାହାଯ୍ୟ କରିବା ପାଇଁ ୟୁରୋପ ଅଣ୍ଟା ଭିଡିଥିବା ବେଳେ ଏହାକୁ ଗ୍ରୀନ ସିଗନାଲ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ନିକଟରେ ଇରାନ ଉପରେ ଆମେରିକା କଠିନତମ ଆର୍ଥିକ ପ୍ରତିବନ୍ଧ ମଧ୍ୟରୁ ଗୋଟିଏ ଲଗାଇଥିଲା । ଏଥିସହ କହିଥିଲା କି ଇରାନ ଆଣବିକ ଶକ୍ତିକୁ ସୁଦୃଢ କରିବା ଦିଗରେ ଆଗେଇ ଏପରି ଅନେକ ଆତଙ୍କୀ ସଙ୍ଗଠନଙ୍କୁ ସମର୍ଥନ ଜଣାଉଛି ଯାହା ମଧ୍ୟ ପୂର୍ବରେ ଧ୍ବଂସ ଲୀଳା ସୃଷ୍ଟି କରିପାରେ । ଏସବୁ ଜାଣି ବି ୟୁରୋପ ଏପରି ଘଡସନ୍ଧି ମୁହୂର୍ତ୍ତରେ ଇରାନକୁ ଔଷଧ ଯୋଗାଇ ସାହାଯ୍ୟ କରିବାକୁ ଚାହିଁଲେ, ଏଥିରେ କୌଣସି ଆପତ୍ତି ନାହିଁ ବୋଲି କହିଛନ୍ତି ଟ୍ରମ୍ପ ।

ତେବେ ବର୍ତ୍ତମାନ ସୁଦ୍ଧା ଇରାନରେ 60 ହଜାରରୁ ଉର୍ଦ୍ଧ୍ବ ଲୋକେ ଏହି ମହାମାରୀରେ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 3,800 ପାର କରିଥିବା ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.