ETV Bharat / international

ଆମେରିକୀୟ ସଙ୍ଘୀୟ ଚୁକ୍ତିନାମାରେ ମାଇକ୍ରାସଫ୍ଟକୁ ନୋ ଏଣ୍ଟ୍ରି - ମାଇକ୍ରୋସଫ୍ଟ ଲାଟେଷ୍ଟ ନ୍ୟୁଜ୍‌

ଆମେରିକୀୟ ଫେଡେରାଲ ବା ସଙ୍ଘୀୟ ଚୁକ୍ତିନାମାରେ ମାଇକ୍ରୋସଫ୍ଟକୁ ମନା କରିବାର ନିଷ୍ପତ୍ତିକୁ ପୁଣି ଟ୍ବିଟରରେ ଦୋହରାଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକୀୟ ପୋଲିସ ବିଭାଗକୁ ମାଇକ୍ରୋସଫ୍ଟ ନିଜର ଫେସିଆଲ ରେକଗ୍ନିସନ ଟେକ୍ନୋଲୋଜି ବିକ୍ରି କରିବାକୁ ମନା କରିଦେବାରୁ ଟ୍ରମ୍ପ ଏପରି ନିଷ୍ପତ୍ତି ନେଇଛନ୍ତି ।

american federal contracts, microsoft in american federal contract, microsoft latest news, latest technology news, ଆମେରିକୀୟ ସଙ୍ଘୀୟ ଚୁକ୍ତିନାମା, ଆମେରିକୀୟ ସଙ୍ଘୀୟ ଚୁକ୍ତିନାମାରେ ମାଇକ୍ରୋସଫ୍ଟ, ମାଇକ୍ରୋସଫ୍ଟ ଲାଟେଷ୍ଟ ନ୍ୟୁଜ୍‌, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ଆମେରିକୀୟ ସଙ୍ଘୀୟ ଚୁକ୍ତିନାମାରେ ମାଇକ୍ରାସଫ୍ଟକୁ ନୋ ଏଣ୍ଟ୍ରି
author img

By

Published : Jun 13, 2020, 7:20 AM IST

ନ୍ୟୁୟର୍କ: ଆମେରିକୀୟ ଫେଡେରାଲ ବା ସଙ୍ଘୀୟ ଚୁକ୍ତିନାମାରେ ମାଇକ୍ରୋସଫ୍ଟକୁ ମନା କରିବାର ନିଷ୍ପତ୍ତିକୁ ପୁଣି ଟ୍ବିଟରରେ ଦୋହରାଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକୀୟ ପୋଲିସ ବିଭାଗକୁ ମାଇକ୍ରୋସଫ୍ଟ ନିଜର ଫେସିଆଲ ରେକଗ୍ନିସନ ଟେକ୍ନୋଲୋଜି ବିକ୍ରି କରିବାକୁ ମନା କରିଦେବାରୁ ଟ୍ରମ୍ପ ଏପରି ନିଷ୍ପତ୍ତି ନେଇଛନ୍ତି । ଟ୍ରମ୍ପଙ୍କ ପୂର୍ବରୁ ଜାତୀୟ ଇଣ୍ଟେଲିଜେନ୍ସର ନିର୍ଦ୍ଦେଶକ ରିଚାର୍ଡ ଗ୍ରେନେଲ ମଧ୍ୟ ଏହି ନିଷ୍ପତ୍ତି ନେଇଥିଲେ ।

ତେବେ ଶୁକ୍ରବାର ରିଚାର୍ଡଙ୍କ ନିଷ୍ପତ୍ତି ପରେ ମାଇକ୍ରୋସଫ୍ଟକୁ ସଙ୍ଘୀୟ ଚୁକ୍ତିନାମାରୁ ମଧ୍ୟ ବାଦ ଦେବାକୁ ଟ୍ରମ୍ପ ଆହ୍ବାନ ଦେଇଥିଲେ । ନିଜ ଟେକ୍ନୋଲୋଜିକୁ ପୋଲିସ ବିଭାଗକୁ ବିକ୍ରି ନକରିବାର ପରିଣାମ କମ୍ପାନୀକୁ ଭୋଗିବାକୁ ହେବ ବୋଲି ସେ କହିଥିଲେ । ଏହା ପୂର୍ବରୁ ଗୁରୁବାର ମାଇକ୍ରୋସଫ୍ଟ ଅଧ୍ୟକ୍ଷ ବ୍ରାଡ ସ୍ମିଥ ଟ୍ବିଟ କରି ନିଜ ଟେକ୍ନୋଲୋଜି ପୋଲିସ ବିଭାଗକୁ ବିକ୍ରି ନକରିବା ନେଇ ସୂଚନା ଦେଇଥିଲେ । ପରିଣାମସ୍ବରୂପ ଶୁକ୍ରବାର ମାଇକ୍ରୋସଫ୍ଟକୁ ଶୁକ୍ରବାର ସଙ୍ଘୀୟ ଚୁକ୍ତିନାମାରୁ ବାଦ ଦିଆଯାଇଥିଲା ।

ସେପଟେ ବୁଧବାର ପ୍ରତିଦ୍ବନ୍ଦୀ ଆମାଜନ ପୋଲିସ ବିଭାଗକୁ ଯୋଗାଉଥିବା ନିଜ ଫେସିଆଲ ରେକଗ୍ନିସନ ଟେକ୍ନୋଲୋଜିରେ 1 ବର୍ଷର ରୋକ ଲଗାଇବା ନେଇ ଘୋଷଣା କରିଥିଲା । ଏହାର ଅପବ୍ୟବହାର ହେଉଥିବା କମ୍ପାନୀ ହୃଦବୋଧ କରିଥିବାରୁ ଏପରି ନିଷ୍ପତ୍ତି ନେଇଥିବା ଆମାଜନ ସ୍ପଷ୍ଟ କରିଥିଲା । ସେପଟେ ଚଳିତ ସପ୍ତାହ ଆରମ୍ଭରେ ସମାନ କାରଣ ଦର୍ଶାଇ ଆଇବିଏମ ମଧ୍ୟ ନିଜ ସର୍ଭିସରେ ରୋକ ଲଗାଇଥିବା ଘୋଷଣା କରିଥିଲା ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.