ETV Bharat / international

ଟେକ୍ସାସ୍‌ରେ ଆତଙ୍କ ଖେଳାଉଛି ସାମୁଦ୍ରିକ ଝଡ଼ ‘ହାନ୍ନା’, ବନ୍ୟା ବିପଦ ସୃଷ୍ଟି - ବନ୍ୟା ବିପଦ ସୃଷ୍ଟି

କୋରୋ‌ନା ପ୍ରଭାବିତ ଟେକ୍ସାସ୍‌ରେ ସାମୁଦ୍ରିକ ଝଡ଼ ‘ହାନ୍ନା’ ଆତଙ୍କ ଖେଳାଇ ଦେଇଛି। ୨୦୨୦ର ଏହା ପ୍ରଥମ ଆଟ୍‌ଲାଣ୍ଟିକ୍‌ ସା‌ମୁଦ୍ରିକ ଝଡ଼। ଟେକ୍ସାସ୍‌ ଉପକୂଳରେ ଏହି ସାମୁଦ୍ରିକ ଝଡ଼ ମାଡ଼ ହେବା ସହ ପ୍ରବଳ ବର୍ଷା ପବନ ଲାଗି ରହିଛି। । ଏହାର ପ୍ରଭାବରେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ।

ଟେକ୍ସାସ୍‌ରେ ଆତଙ୍କ ଖେଳାଉଛି ସାମୁଦ୍ରିକ ଝଡ଼ ‘ହାନ୍ନା’, ବନ୍ୟା ବିପଦ ସୃଷ୍ଟି

author img

By

Published : Jul 27, 2020, 8:08 AM IST

ୱାସିଂଟନ୍: ଆମେରିକା ଉପରେ ପ୍ରକୃତିର ରୋଷ। ଗୋଟିଏ ପଟେ ମହାମାରୀ ଛଟପଟ ହେଉଥିବା ଏହି ଶକ୍ତିଶାଳୀ ରାଷ୍ଟ୍ର ଉପରେ ବିପଦର ବର୍ଷା ହେଉଛି। ବନ୍ୟା, ବାତ୍ୟା ଓ ବିବାଦରୁ ଦୂରେଇ ରହି ପାରୁନାହିଁ ଏହି ଦେଶ।

କୋରୋ‌ନା ପ୍ରଭାବିତ ଟେକ୍ସାସ୍‌ରେ ସାମୁଦ୍ରିକ ଝଡ଼ ‘ହାନ୍ନା’ ଆତଙ୍କ ଖେଳାଇ ଦେଇଛି। ୨୦୨୦ର ଏହା ପ୍ରଥମ ଆଟ୍‌ଲାଣ୍ଟିକ୍‌ ସା‌ମୁଦ୍ରିକ ଝଡ଼। ଟେକ୍ସାସ୍‌ ଉପକୂଳରେ ଏହି ସାମୁଦ୍ରିକ ଝଡ଼ ମାଡ଼ ହେବା ସହ ପ୍ରବଳ ବର୍ଷା ପବନ ଲାଗି ରହିଛି। । ଘଣ୍ଟା ପ୍ରତି ପବନର ବେଗ ୧୪୫ କିମି ରହିଥିବା ଜଣାପଡ଼ିଛି। ଏଥିପାଇଁ ବିଦ୍ୟୁତ ସରବରାହ ବିଛିନ୍ନ ହୋଇଥିବା ବେଳେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ବିପଦ ସୃଷ୍ଟି ହେଲାଣି।

ହାନ୍ନା ଶନିବାର ଅପରାହ୍ନରେ ପାଡ୍ରେ ଦ୍ୱୀପରକୁ ଛୁଇଁଥିଲା। ଏହାପରେ ଫାଇଭ୍ ଷ୍ଟେପ ସଫିର-ସିମ୍ପସନ୍ ସ୍କେଲରେ ପରିଣତ ହୋଇ ଟେକ୍ସାସର କେନେଡି କାଉଣ୍ଟିରେ ଦ୍ୱିତୀୟ ଲ୍ୟାଣ୍ଡଫଲ୍ କରିଥିଲା।

ଏହା ପଶ୍ଚିମ ଦିଗକୁ ଗଲାବେଳେ ହାନ୍ନା ରବିବାର ସକାଳେ ଏକ ଟ୍ରପିକାଲ୍ ଝଡରେ ପରିଣତ ହୋଇଥିଲା। ଏହାର କେନ୍ଦ୍ର ଟେକ୍ସାସର ମ୍ୟାକଲେନ୍ ଠାରୁ ପ୍ରାୟ 40 କିଲୋମିଟର ଏବଂ ମେକ୍ସିକୋର ମୋଣ୍ଟେରୀ ଠାରୁ ପ୍ରାୟ 65 କିଲୋମିଟର ଦୂରରେ ଅବସ୍ଥିତ ବୋଲି( NHC) କହିଛନ୍ତି। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବା ସହିତ ବନ୍ୟା ପରିସ୍ଥିତି ସୃଷ୍ଟି ହେବ। ବିଭିନ୍ନ ସ୍ଥାନରେ ପାଣିର ସ୍ରୋତ ବୃଦ୍ଧି ପାଇବା ସହ ଲୋକଙ୍କ ପାଇଁ ବିପଦ ସୃଷ୍ଚି କରିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.