ETV Bharat / international

ଟେଲିସ୍କୋପରେ କଏଦ ହେଲା ନୂଆ ସୌରମଣ୍ଡଳର ଛବି - ଟେଲିସ୍କୋପ

ମହାକାଶରେ ଦେଖିବାକୁ ମିଳିଛି ଦ୍ବିତୀୟ ସୌରମଣ୍ଡଳର ଚିତ୍ର । ଠିକ୍‌ ଆମ ସୌରମଣ୍ଡଳ ପରି ଏହି ନୂଆ ସୌରମଣ୍ଡଳରେ ରହିଛି ଏକ ଉଜ୍ବଳମୟ ତାରକା । ଯାହାକୁ ବୈଜ୍ଞାନିକ ଭାଷାରେ ଶିଶୁ ସୂର୍ଯ୍ୟ ବୋଲି ମଧ୍ୟ କୁହାଯାଉଛି । ତେବେ ପ୍ରଥମ ଥର ପାଇଁ ଏହି ନୂଆ ସୌରମଣ୍ଡଳର ଏକ ଚିତ୍ର ଉତ୍ତୋଳନ କରିବାରେ ସକ୍ଷମ ହୋଇଛି ଟେଲିସ୍କୋପ ।

Telescope, baby sun, new solar system, telscope's new finding, latest space news, ନୂଆ ସୌରମଣ୍ଡଳ, ଶିଶୁ ସୂର୍ଯ୍ୟ, ଟେଲିସ୍କୋପର ନୂଆ ସନ୍ଧାନ, ଟେଲିସ୍କୋପ, ଲାଟେଷ୍ଟ ମହାକାଶ ଖବର
ଟେଲିସ୍କୋପରେ କଏଦ ହେଲା ଶିଶୁ ସୂର୍ଯ୍ୟର ନୂଆ ସୌରମଣ୍ଡଳର ଛବି
author img

By

Published : Jul 24, 2020, 6:26 AM IST

କେପ କାନାଭେରାଲ: ମହାକାଶରେ ଦେଖିବାକୁ ମିଳିଛି ଦ୍ବିତୀୟ ସୌରମଣ୍ଡଳର ଚିତ୍ର । ଠିକ୍‌ ଆମ ସୌରମଣ୍ଡଳ ପରି ଏହି ନୂଆ ସୌରମଣ୍ଡଳରେ ରହିଛି ଏକ ଉଜ୍ବଳମୟ ତାରକା । ଯାହାକୁ ବୈଜ୍ଞାନିକ ଭାଷାରେ ଶିଶୁ ସୂର୍ଯ୍ୟ ବୋଲି ମଧ୍ୟ କୁହାଯାଉଛି । ତେବେ ପ୍ରଥମ ଥର ପାଇଁ ଏହି ନୂଆ ସୌରମଣ୍ଡଳର ଏକ ଚିତ୍ର ଉତ୍ତୋଳନ କରିବାରେ ସକ୍ଷମ ହୋଇଛି ଟେଲିସ୍କୋପ । ଏହି ଚିତ୍ରରେ ଦେଖାଯାଇଛି କି ଶିଶୁ ସୂର୍ଯ୍ୟର ଚତୁଃପାର୍ଶ୍ବରେ ଦୁଇଟି ଗ୍ରହ ପରିକ୍ରମା କରୁଛନ୍ତି ।

ଆମ ସୌରମଣ୍ଡଳଠାରୁ ଏହି ସୌରମଣ୍ଡଳଟି ପ୍ରାୟ 300 ଆଲୋକବର୍ଷ ଦୂରରେ ରହିଥିବା ଜଣା ପଡିଛି । ସେପଟେ ଏହି ଚିତ୍ରଟି ବୁଧବାର ସାମ୍ନାକୁ ଆସିଛି । ଯାହାକୁ କଏଦ କରିଛି ଚିଲିର ଆଟାକାମା ମରୁଭୂମିରୁ ମହାକାଶ ଉପରେ ତୀକ୍ଷ୍ମ ନଜର ରଖିଥିବା ୟୁରୋପିଆନ ସଦର୍ଣ୍ଣ ଅବଜରଭେଟୋରୀର ବୃହତ୍ତମ ଟେଲିସ୍କୋପ । ତେବେ ଏହି ଚିତ୍ରର ସବୁଠାରୁ ଆକର୍ଷଣୀୟ ଅଶଂ ହେଉଛି ଏଥିରେ ଦୃଶ୍ୟମାନ ହେଉଥିବା ଶିଶୁ ସୂର୍ଯ୍ୟ । ଏନେଇ ସୂଚନା ଦେଇଛନ୍ତି ଅଧ୍ୟୟନର ନେତୃତ୍ବ ନେଉଥିବା ନେଦରଲ୍ୟାଣ୍ଡର ଲୈଡେନ ୟୁନିଭର୍ସିଟିର ଆଲେକ୍ସାଣ୍ଡର ବୋନ ।

ଏହି ଆବିଷ୍କାର ନେଇ ବୋନ ଅତି ଖୁସିଥିବା ବେଳେ ଏହି ଚିତ୍ର ଆଗକୁ ମହାକାଶ ଓ ସୌରମଣ୍ଡଳକୁ ଅଧିକ ଭଲ ଭାବେ ବୁଝିବାରେ ସାହାଯ୍ୟ କରିବ ବୋଲି ସେ ଆଶା କରିଛନ୍ତି । ଏହା ବୈଜ୍ଞାନିକମାନଙ୍କୁ ସୌରମଣ୍ଡଳରେ ପରିବର୍ତ୍ତନକୁ ଅନୁସନ୍ଧାନ କରିବାରେ ମଧ୍ୟ ସାହାଯ୍ୟ କରିବା ନେଇ ସେ ଏକ ଇମେଲ ଜରିଆରେ ପ୍ରକାଶ କରିଛନ୍ତି । ପୂର୍ବରୁ ଏହିପରି ଭାବେ ଆକାଶଗଙ୍ଗାରେ ଥିବା ଅନେକ ଗ୍ରହକୁ ଖୋଜାଯାଇପାରିଛି ।

ଏକ ଟେଲିସ୍କୋପ ଦ୍ବାରା ମହାକାଶରେ ଏପରି ତଥ୍ୟ ହାସଲ କରିବା କଷ୍ଟକର । ସେଥିରେ ପୁଣି ଏକ ଶିଶୁ ସୂର୍ଯ୍ୟ ଚାରି ପାଖେ ପରିକ୍ରମା କରୁଥିବା ଦୁଇ ନୂଆ ଗ୍ରହକୁ ଖୋଜିପାରିବା ଆହୁରି କଷ୍ଟକର । କିନ୍ତୁ ଏହି ଟେଲିସ୍କୋପ ଚମତ୍କାର ଭାବେ ଏପରି କଷ୍ଟକର ତଥ୍ୟା ହାସଲ କରିପାରିଛି । ଯାହା ବର୍ତ୍ତମାନ ସମୟରେ ଏକ ବହୁତ ବଡ ଉପଲବ୍ଧି । ତେବେ ଆଜି ପର୍ଯ୍ୟନ୍ତ ମହାକାଶରେ ଆମ ସୌରମଣ୍ଡଳ ବାହାରେ 4183ଟି ଗ୍ରହର ସନ୍ଧାନ ହୋଇପାରିଛି । ଯେଉଁଥିରୁ ମାତ୍ର 48ଟିକୁ ସିଧାସଳଖ ଫଟୋ ଜରିଆରେ ସନ୍ଧାନ କରାଯାଇପାରିଛି । ଯାହାକୁ ସମୁଦାୟ ମାତ୍ରାର 1 ପ୍ରତିଶତ ବୋଲି ନାସା ମତ ଦେଇଛି ।

ତେବେ ଏପରି ସିଧାସଳଖ ଫଟୋ ଦ୍ବାରା ମିଳୁଥିବା ଗ୍ରହ ସନ୍ଧାନ ଦ୍ବାରା ସୌରମଣ୍ଡଳ ବାହାରେ ଜୀବନ ସତ୍ତାର ସମ୍ଭାବନା ଅଛି କି ନାହିଁ ଜାଣିବା ପାଇଁ ଏକ ନୂଆ ନୂଆ ସୁଯୋଗ ମିଳିପାରୁଛି । କେବଳ ସେତିକି ନୁହେଁ ଏହି ଗ୍ରହଗୁଡିକର ବାୟୁମଣ୍ଡଳରେ ଥିବା ଅଣୁ, ପରମାଣୁ ଓ ଅନ୍ୟ କଣିକା ଗୁଡିକୁ ମଧ୍ୟ ଅନୁଧ୍ୟାନ ସହ ସୌରମଣ୍ଡଳର ବିବର୍ତ୍ତନକୁ ବୁଝିବାରେ ମଧ୍ୟ ସାହାଯ୍ୟ କରିପାରେ । ଯାହା ଜୀବନ ସତ୍ତାର ସମ୍ଭାବନାକୁ ସ୍ପଷ୍ଟ କରିବାରେ ସାହାଯ୍ୟ କରିବ ।

ଟେଲିସ୍କୋପ ଦ୍ବାରା ମିଳିଥିବା ଏହି ଫଟୋ ସମ୍ବନ୍ଧରେ ବୁଧବାର ଆଷ୍ଟ୍ରୋଫିଜିକାଲ ଜର୍ଣ୍ଣାଲରେ ଏକ ରିପୋର୍ଟ ପ୍ରକାଶିତ ହୋଇଥିଲା । ଏଥିରେ ପ୍ରକାଶିତ ଫଟୋରେ ସେଠାକାର ସୌରମଣ୍ଡଳ ସହ ଆମର ସୌରମଣ୍ଡଳର ଅନେକ ସାମଞ୍ଜସ୍ୟ ରହିଥିବା ଦେଖାଯାଇଛି । ସେପଟେ ଶିଶୁ ସୂର୍ଯ୍ୟ କୁହାଯାଉଥିବା ତାରକାର ନାମ TYC 8998-760-1 ରହିଥିବା ବେଳେ ଏହା ପ୍ରାୟ 17 ମିଲିୟନ ବର୍ଷ ପୁରୁଣା ବୋଲି ଆକଳନ କରାଯାଇଛି । ଏହି ତାରକାଟି ମୁସ୍କା ନକ୍ଷତ୍ରରେ ରହିଥିବା ଜଣାପଡିଛି । ତେବେ ଆମ ସୂର୍ଯ୍ୟର ବୟସ ପ୍ରାୟ 4.5 ବିଲିୟନ ବର୍ଷ ହୋଇଥିବା କୁହାଯାଇଛି ।

ସେପଟେ ସଦ୍ୟ ଚିହ୍ନଟ ବାଷ୍ପୀୟ ଗ୍ରହଦ୍ବୟ ଶିଶୁ ସୂର୍ଯ୍ୟ ଚାରିପାଖେ ବହୁ ଦୂରରେ ଥାଇ ପରିକ୍ରମା କରୁଥିବା ଦେଖାଯାଇଛି । ଯେବେ କି ଆମ ସୌରମଣ୍ଡଳରେ ସୂର୍ଯ୍ୟଠାରୁ ବୃହସ୍ପତି ଓ ଶନି ଗ୍ରହ ଅପେକ୍ଷାକୃତ ନିକତର ରହିଛନ୍ତି । ଏହା ମଧ୍ୟ କୁହାଯାଉଛି କି ହୁଏତ ଏହି ଗ୍ରହ ଗୁଡିକ ଶିଶୁ ସୂର୍ଯ୍ୟର ନିକଟତର ହେବା ପାଇଁ ଆଉ କିଛି ବର୍ଷ ବା କିଛି ବିବର୍ତ୍ତନର ଆବଶ୍ୟକତା ରହିଛି । ତେବେ ଏହି ଗ୍ରହ ଦ୍ବୟ ଆମ ସୌରମଣ୍ଡଳର ଗ୍ରହ ତୁଳନାରେ ଅଧିକ ଭାରି ଥିବା ମଧ୍ୟ କୁହାଯାଉଛି ।

ଏସମ୍ପର୍କରେ ଅଧିକ ଅଧ୍ୟୟନ ପାଇଁ ଗବେଷକମାନେ ଏକାଧିକ ଫଟୋ ଉତ୍ତୋଳନ କରିଛନ୍ତି । ତେବେ ଏହି ଫଟୋ ଉତ୍ତୋଳନ ସମୟରେ ଟେଲିସ୍କୋପରେ ଥିବା କୋରୋନାଗ୍ରାଫ ନାମକ ଡିସ୍କ ତାରକାର ଆଲୋକକୁ ଅବଚ୍ଛେଦ କରି ଗ୍ରହ ଦ୍ବୟକୁ ଦୃଶ୍ୟମାନ କରାଇବାରେ ସଫଳ ହୋଇଛି । ସେପଟେ ଏହି ଶିଶୁ ସୂର୍ଯ୍ୟ ଚାରିପଟେ ଅନ୍ୟ କୌଣସି ଗ୍ରହ ଥିବା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରମାଣ ନଥିବା ବୋନ ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.