ETV Bharat / international

‘କାହିଁ କେଉଁ କାଳରୁ କାନାଡା ପୋଲିସରେ ରହିଛି ବର୍ଣ୍ଣବୈଷମ୍ୟ’ - କାନାଡା ପୋଲିସ ବିଭାଗରେ ବର୍ଣ୍ଣ ବୈଷମ୍ୟତା

ବର୍ଣ୍ଣବୈଷମ୍ୟ ବିଭେଦତାକୁ ନେଇ ସାରା ବିଶ୍ବରେ ଜାରି ରହିଛି ତର୍କ ବିତର୍କ । ଏମିତିରେ ନିଜ ବିଭାଗରେ ପ୍ରଣାଳୀଗତ ବର୍ଣ୍ଣବୈଷମ୍ୟ ରହିଥିବାର ବୟାନ ଦେଇଛନ୍ତି ରୟାଲ କାନାଡିଆନ ମାଉଣ୍ଟେଡ ପୋଲିସ(ଆରସିଏମପି) ବିଭାଗର କମିଶନର ବ୍ରେଣ୍ଡା ଲୁକି ।

Systemic racism, Systemic racism in canadian police dept, canadian police, brenda lucki, ବ୍ରେଣ୍ଡା ଲୁକି, ପ୍ରଣାଳୀଗତ ବର୍ଣ୍ଣ ବୈଷମ୍ୟତା, କାନାଡା ପୋଲିସ ବିଭାଗରେ ବର୍ଣ୍ଣ ବୈଷମ୍ୟତା, କାନାଡିଆନ ପୋଲିସ
‘କାନାଡା ପୋଲିସ ବିଭାଗରେ ରହିଛି ପ୍ରଣାଳୀଗତ ବର୍ଣ୍ଣ ବୈଷମ୍ୟତା’
author img

By

Published : Jun 13, 2020, 10:03 PM IST

ଓଟ୍ଟାୱା: ବର୍ଣ୍ଣବୈଷମ୍ୟକୁ ନେଇ ସାରା ବିଶ୍ବରେ ଜାରି ରହିଛି ତର୍କ ବିତର୍କ । ଏମିତିରେ ନିଜ ବିଭାଗରେ ପ୍ରଣାଳୀଗତ ବର୍ଣ୍ଣ ବୈଷମ୍ୟତା ରହିଥିବାର ବୟାନ ଦେଇଛନ୍ତି ରୟାଲ କାନାଡିଆନ ମାଉଣ୍ଟେଡ ପୋଲିସ (ଆରସିଏମପି) ବିଭାଗର କମିଶନର ବ୍ରେଣ୍ଡା ଲୁକି । ଏହି ବିଷୟକୁ ନେଇ ତାଙ୍କୁ ପଚରା ଯିବାରୁ ସଠିକ୍‌ ଭାବେ କିଛି କହିନପାରି ଶେଷରେ ତାଙ୍କ ବିଭାଗରେ ପ୍ରଣାଳୀଗତ ଭାବେ ଏହି ବିଭେଦତା ରହିଥିବା ବ୍ରେଣ୍ଡା ପ୍ରକାଶ କରିଥିଲେ ।

ଗଣମାଧ୍ୟମକୁ ଏନେଇ ସୂଚନା ଦେଇ ବ୍ରେଣ୍ଡା କହିଛନ୍ତି କି ଅନ୍ୟଙ୍କ ପରି ତାଙ୍କ ବିଭାଗରେ ମଧ୍ୟ ଏହି ବୈଷମ୍ୟତା ଥିବାକୁ ସେ ସ୍ବୀକାର କରୁଛନ୍ତି । ଅନେକଙ୍କ କହିବା ଅନୁଯାୟୀ ସେ ଏହି କଥାକୁ ବିଶ୍ବାସ କରନ୍ତି କି ସମସ୍ତ ଅନୁଷ୍ଠାନର ଏହା ଏକ ଅଂଶ । ଏହି କ୍ରମରେ ଇତିହାସଠାରୁ ନେଇ ଆଜି ପର୍ଯ୍ୟନ୍ତ ସମସ୍ତଙ୍କୁ ସବୁ ସ୍ଥାନରେ ସମାନ ଅବସର ମିଳୁନଥିବା ମଧ୍ୟ କାହାକୁ ଅଛପା ନୁହେଁ । କିନ୍ତୁ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଭାବେ ଏହା ତାଙ୍କ ଦାୟିତ୍ବ ରହିଛି କି ବିଭାଗକୁ ବୈଷମ୍ୟତା ଓ ଭେଦଭାବ ମୁକ୍ତ କରିବା ।

ଆମେରିକାରେ ଆରମ୍ଭ ହୋଇଥିବା ବର୍ଣ୍ଣବୈଷମ୍ୟତା ବିରୋଧୀ ବିକ୍ଷୋଭକୁ ନେଇ ଗତ କିଛି ସପ୍ତାହ ହେବ ଆରସିଏମପି ଅନେକ ପ୍ରଶ୍ନର ସମ୍ମୁଖୀନ ହେଉଥିବା ବ୍ରେଣ୍ଡା ପ୍ରକାଶ କରିଛନ୍ତି । କିନ୍ତୁ ଏ ପ୍ରସଙ୍ଗରେ କୌଣସି ଉତ୍ତର ରଖିବା ପୂର୍ବରୁ ଏହି ଦିଗରେ ଉନ୍ନତିମୂଳକ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇ ପ୍ରଶ୍ନକୁ ଏଡାଇଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.