ETV Bharat / international

ବ୍ଲାକ୍ ମଙ୍ଗଳବାରକୁ ମ୍ୟୁଜିକ୍ କମ୍ପାନୀଙ୍କ ସମର୍ଥନ - ୟୁଟ୍ୟୁବ ମ୍ୟୁଜିକ୍ କମ୍ପାନୀ

ମଙ୍ଗଳବାର ହଲିଉଡ ଓ ମ୍ୟୁଜିକ୍ କମ୍ପାନୀ ପକ୍ଷରୁ ବ୍ଲାକ୍ ଡେ ପାଳିତ ହେଉଥିଲା । ଏହାକୁ ସମର୍ଥନ ଜଣାଇ ଆମାଜନ ଓ ୟୁଟ୍ୟୁବ ମ୍ୟୁଜିକ୍ ଏକ ସ୍ବତନ୍ତ୍ର ପ୍ଲେଲିଷ୍ଟ ଯୋଡିଛନ୍ତି । ଅଧିକ ପଢନ୍ତୁ...

ବ୍ଲାକ୍ ମଙ୍ଗଳବାରକୁ ମ୍ୟୁଜିକ୍ କମ୍ପାନୀଙ୍କ ସମର୍ଥନ

author img

By

Published : Jun 3, 2020, 3:36 PM IST

ହାଇଦ୍ରାବାଦ: ଆମେରିକାରେ କୃଷ୍ଣକାୟ ଲୋକ ଜର୍ଜ ଫ୍ଲେୟଡଙ୍କ ପାଇଁ ସମସ୍ତେ ଏକାଠି ହୋଇଛନ୍ତି । ସାଧାରଣ ଲୋକ ଓ ସେଲିବ୍ରିଟିଙ୍କ ପରେ ବିଭିନ୍ନ ଏଣ୍ଟରଟେନମେଣ୍ଟ କମ୍ପାନୀ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି । ପୂର୍ବରୁ ସ୍ପୋଟିଫାୟ, ଗୁଗଲ ଏହାପ୍ରତି ନିଜର ସର୍ପୋଟ ଦେଇଥିବାବେଳେ ଏବେ ଆମାଜନ ଓ ୟୁଟ୍ୟୁବ୍ ମଧ୍ୟ ସମର୍ଥନ ଜଣାଇଛନ୍ତି ।

ମଙ୍ଗଳବାର ହଲିଉଡ ଓ ମ୍ୟୁଜିକ୍ କମ୍ପାନୀ ପକ୍ଷରୁ ବ୍ଲାକ୍ ଡେ ପାଳିତ ହେଉଥିଲା । ଏହାକୁ ସମର୍ଥନ ଜଣାଇ ଆମାଜନ ଓ ୟୁଟ୍ୟୁବ ମ୍ୟୁଜିକ୍ ଏକ ସ୍ବତନ୍ତ୍ର ପ୍ଲେଲିଷ୍ଟ ଯୋଡିଛନ୍ତି । ଏହାସହ ଫ୍ଲେୟଡଙ୍କୁ ନୀରବ ଶ୍ରଦ୍ଧାଞ୍ଜଳି ଦେବାପାଇଁ ସାଇଲେନ୍ସ ପ୍ଲେଲିଷ୍ଟ ମଧ୍ୟ ସୃଷ୍ଟି କରିଛନ୍ତି । ନିଜ ଟ୍ବିଟ୍ ଦ୍ବାରା ଆମାଜନ ମ୍ୟୁଜିକ୍ କହିଛି ଯେ କୃଷ୍ଣକାୟଙ୍କ ସମର୍ଥନ ପାଇଁ ସମସ୍ତ ପ୍ରକାର ଉପାୟ ଆପଣାଇବ କମ୍ପାନୀ । ଆମେ ଗୀତ ଶୁଣିବା, ଶିଖିବା ଏବଂ ବହୁତ କିଛି କରିବା । କମ୍ପାନୀର ସିଙ୍ଗର, କଳାକାର, ଗୀତିକାର, ପ୍ରଡ୍ୟୁସର, ୟୁଜର୍ସ, ଶ୍ରୋତା ସମସ୍ତେ ଫ୍ଲେୟଡଙ୍କ ସମର୍ଥନରେ ଛିଡା ହେବେ । ଜାତିଆଣ ବିରୋଧୀ ଲଢେଇରେ ଆମେ ମଧ୍ୟ ସାମିଲ ହେବା ସହ ଏହାକୁ ରୋକିବାକୁ ଚେଷ୍ଟା କରିବୁ ।

ସେହିପରି ଏକ ବ୍ଲାକ୍ ପୋଷ୍ଟ ସେୟାର କରି ୟୁଟ୍ୟୁବ୍ ମ୍ୟୁଜିକ୍ କହିଛି ଯେ କୃଷ୍ଣକାୟଙ୍କ ସମର୍ଥନରେ କମ୍ପାନୀ ଅଛି । ଜାତିଆଣକୁ ବିରୋଧ କରାଯାଉଛି । ଏହାସହ ଦ ଶୋ ମୋଷ୍ଟ ପଜଡ୍, ବ୍ଲାକ୍ ମଙ୍ଗଳବାର, ବ୍ଲାକ୍ ଜୀବନ ଗୁରୁତ୍ବପୂର୍ଣ୍ଣ ଭଳି ହ୍ୟାସଟାଗ୍ ଦେଇ ଉଭୟ କମ୍ପାନୀ ନିଜ ସୋସିଆଲ ମିଡିଆରେ ଏହି ପୋଷ୍ଟ ସେୟାର କରିଥିଲେ । ପୂର୍ବରୁ ସ୍ପୋଟିଫାୟ ବ୍ଲାକ୍ ମଙ୍ଗଳବାର ସମର୍ଥନରେ ଏକ 8 ମିନିଟ୍ 41 ସେକେଣ୍ଡର ସାଇଲେଣ୍ଟ ଟ୍ରାକ୍ ନିଜ ପ୍ଲେଲିଷ୍ଟରେ ଯୋଡିଥିଲା । ଏହି 8 ମିନିଟ୍ ଯାଏଁ ଫ୍ଲେୟଡର ବେକକୁ ଆମେରିକା ପୋଲିସ ଅଫିସର ଆଣ୍ଠୁରେ ଚାପି ରଖିଥିଲେ । ପ୍ରକାଶ ଥାଉ କି ଘଟଣାରେ ଫ୍ଲେୟଡର ମୃତ୍ୟୁ ପରେ ସାରା ଆମେରିକାରେ ବିକ୍ଷୋଭ ଓ ବିରୋଧ ପ୍ରଦର୍ଶନ ଜାରି ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.