ETV Bharat / international

ଟ୍ରମ୍ପଙ୍କୁ ହାର ସ୍ବୀକାର କରିବାକୁ କହିଲେ ପତ୍ନୀ ମେଲାନିଆ - ଟ୍ରମ୍ପଙ୍କୁ ହାର ସ୍ବୀକାର କରିବାକୁ କହିଲେ ମେଲାନିଆ

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ନିଜର ଟ୍ରମ୍ପ ପରାସ୍ତ ସ୍ବୀକାର କରୁନାହାଁନ୍ତି । ହାର ମାନିବାକୁ କହିଲେ ପତ୍ନୀ ମେଲାନିଆ । ଅଧିକ ପଢନ୍ତୁ...

ଟ୍ରମ୍ପଙ୍କୁ ହାର ସ୍ବୀକାର କରିବାକୁ କହିଲେ ପତ୍ନୀ ମେଲାନିଆ

author img

By

Published : Nov 9, 2020, 10:39 AM IST

ୱାଶିଟଂନ: ବାଇଡେନଙ୍କ ବିଜୟକୁ ସ୍ବୀକାର କରୁନାହାଁନ୍ତି ଟ୍ରମ୍ପ । ପରାଜୟ ମାନିବାକୁ କହିଲେ ପତ୍ନୀ ମେଲାନିଆ । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ସ୍ପଷ୍ଟ ବହୁମତ ସହ ରାଷ୍ଟ୍ରପତି ହୋଇଛନ୍ତି ଜୋ ବାଇଡେନ ନିର୍ବାଚିତ ହୋଇଛନ୍ତି । ଯାହାକୁ ଗ୍ରହଣ କରିପାରୁନାହାଁନ୍ତି ଟ୍ରମ୍ପ । କ୍ଷମତା ହସ୍ତାନ୍ତର କରିବାକୁ ନେଇ ମଧ୍ୟ କୌଣସି ସୂଚନା ଦେଉନାହାଁନ୍ତି । ଏପରି ସ୍ଥିତିରେ ଆଗକୁ ହ୍ବାଇଟ ହାଉସ ଖାଲି କରିବାକୁ ଅଡୁଆ ବଢିପାରେ । ତେଣୁ ଅନ୍ୟ କର୍ମଚାରୀଙ୍କ ସହ ମିଶି ପତ୍ନୀ ମେଲାନିଆ ଟ୍ରମ୍ପଙ୍କୁ ପରାଜୟ ସାମ୍ନା କରିବାକୁ କହିଛନ୍ତି ।

ସୂତ୍ର ଅନୁସାରେ, ଆମେରିକା ନିର୍ବାଚନକୁ ନେଇ ମେଲାନିଆ କୌଣସି ସର୍ବସାଧାରଣରେ ଏହି ମନ୍ତବ୍ୟ ଦେଇନାହିଁନ୍ତି । ଏହି ମନ୍ତବ୍ୟ ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ତଥା ପାରିବାରିକ ଭିତରେ ସୀମିତ । ଏହା ପୂର୍ବରୁ ଟ୍ରମ୍ପଙ୍କ ଜ୍ବାଇଁ, ବରିଷ୍ଠ ପରାମର୍ଶଦାତା ନିର୍ବାଚନ ଫଳାଫଳକୁ ସ୍ବୀକାର କରିବାକୁ କହିଥିଲେ । ରାଷ୍ଟ୍ରପତି ନିର୍ବାଚନ ଲାଗି ଗତ ମାସରେ ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ମେଲାନିଆ ଟ୍ରମ୍ପ କ୍ୟାମ୍ପେନିଂ କରିଥିଲେ ।

ଡୋନାଲ୍ଡ ଟ୍ରମ୍ପ ଏକ ବିବୃତ୍ତିରେ କହିଥିଲେ ଯେ, ବାଇଡେନ ବିଜୟ ହୋଇଥିବାରୁ ମିଥ୍ୟା ଘୋଷଣା କରିଛନ୍ତି । ଏଯାବତ ଫଳାଫଳ ଘୋଷଣା ହୋଇନାହିଁ । ଜର୍ଜିଆ, ମିଚିଗାନ ଓ ନାଭେଦାରେ ଟ୍ରମ୍ପ ଏକାଧିକ ମାମଲା ରୁଜୁ କରିଛନ୍ତି । କୋର୍ଟଙ୍କ ରାୟ ଆସିଲେ ବାଜି ପଲଟିବାର ଆଶା ରଖିଛନ୍ତି ଟ୍ରମ୍ପ ।

ସୂଚନାଯୋଗ୍ୟ, ପାଖାପାଖି 3 ଦିନରୁ ଅଧିକ ଦିନ ଧରି ଗଣତି ହେବା ପରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ରାଷ୍ଟ୍ରପତି ଟ୍ରମ୍ପଙ୍କ ଠାରୁ ଆଗେଇ ଥିଲେ ବାଇଡେନ । ପେନସିଲଭେନିଆରେ ବିଜୟ ପରେ ବାଇଡେନ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ନବନିର୍ବାଚିତ ହୋଇଛନ୍ତି । 270ରୁ ଅଧିକ ଇଲେକ୍ଟ୍ରୋରାଲ ଭୋଟ ପାଇ ସେ ବିରୋଧୀଙ୍କ ସମସ୍ତ ରଣକୌଶଳକୁ ମାତ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.