ETV Bharat / international

ଲକଡାଉନ କଟକଣା: ସିଲ ହେବ କାଲିଫର୍ଣ୍ଣିଆର ସମସ୍ତ ବିଚ୍‌ ଓ ପାର୍କ - କାଲିଫର୍ଣ୍ଣିଆରେ ବିଚ୍‌ ଓ ପାର୍କ ସିଲ

ଗତ ସପ୍ତାହ କାଲିଫର୍ଣ୍ଣିଆର କିଛି ବିଚ ଓ ପାର୍କରେ ଲୋକଙ୍କ ଗହଳି ଲାଗିଥିବା ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ଏହି ଭିଡିଓ ଘୁରି ବୁଲିବା ପରେ ଗୁରୁବାର ଏକ କଠୋର ଘୋଷଣା କରିଛନ୍ତି କାଲିଫର୍ଣ୍ଣିଆ ରାଜ୍ୟପାଳ ଗାଭିନ ନ୍ୟୁସମ ।

lockdown in california, beaches and parks to be sealed in california, coron situation in california, କାଲିଫର୍ଣ୍ଣିଆରେ ଲକଡାଉନ, କାଲିଫର୍ଣ୍ଣିଆରେ ବିଚ୍‌ ଓ ପାର୍କ ସିଲ, କାଲିଫର୍ଣ୍ଣିଆରେ କୋରୋନା ପରିସ୍ଥିତି
ଲକଡାଉନ କଟକଣା: ସିଲ ହେବ କାଲିଫର୍ଣ୍ଣିଆର ସମସ୍ତ ବିଚ୍‌ ଓ ପାର୍କ
author img

By

Published : May 1, 2020, 6:51 AM IST

କାଲିଫର୍ଣ୍ଣିଆ: କୋରୋନା ପରିସ୍ଥିତିରେ ସମ୍ପୂର୍ଣ୍ଣ ସୁଧାର ନଆସିଥିଲେ ବି ଅତି ଖରାପ ହୋଇ ରହିନାହିଁ ପରିସ୍ଥିତି । ଏନେଇ ଗତ ସପ୍ତାହ କାଲିଫର୍ଣ୍ଣିଆର କିଛି ବିଚ ଓ ପାର୍କରେ ଲୋକଙ୍କ ଗହଳି ଲାଗିଥିବା ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ଏହି ଭିଡିଓ ଘୁରି ବୁଲିବା ପରେ ଗୁରୁବାର ଏକ କଠୋର ଘୋଷଣା କରିଛନ୍ତି କାଲିଫର୍ଣ୍ଣିଆ ରାଜ୍ୟପାଳ ଗାଭିନ ନ୍ୟୁସମ ।

କଟକଣାରେ କୋହଳ ନେଇ କୌଣସି ଘୋଷଣା ନହେବା ସତ୍ତ୍ବେ ଲୋକେ ଘରୁ ବାହାରି ବିପୁଳ ପରିମାଣରେ ଏକାଠି ହେଉଥିବା ଦେଖିବାକୁ ମିଳୁଛି । କୋରୋନା ପରିସ୍ଥିତିରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନଆସିଥିଲେ ବି ଲୋକେ ସାମାଜିକ ଦୂରତା ନିୟମ ଭାଙ୍ଗୁଥିବା ଦେଖିବାକୁ ମିଳୁଛି । ଏନେଇ ଗୁରୁବାର ରାଜ୍ୟର ସମସ୍ତ ଲୋକାଲ ବିଚ୍‌ ଓ ପବ୍ଲିକ ପାର୍କ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟପାଳ ଗାଭିନ । ସେ ଏହା ମଧ୍ୟ କହିଛନ୍ତି କି ଆଗାମୀ କିଛି ସପ୍ତାହ ମଧ୍ୟରେ ରାଜ୍ୟରେ କେତେକ ଲୋ ରିସ୍କ ସ୍ଥାନରେ ଦୋକାନ, ବଜାର ଓ ବ୍ୟବସାୟକୁ ସ୍ବାଭାବିକ କରାଯିବ ।

ଅନ୍ୟପଟେ ରାଜ୍ୟରେ କଣ୍ଟାକ୍ଟ-ଟ୍ରେସିଂ ପ୍ରକ୍ରିୟା ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି କି ବିଚ୍‌ ଓ ପାର୍କରେ ବଢୁଥିବା ଲୋକଙ୍କ ସଂଖ୍ୟା ରାଜ୍ୟରେ କୋରୋନା ପରିସ୍ଥିତିରେ ସୁଧାର ଆଣିବା ଦିଗରେ ଏକ ବଡ ପ୍ରତିବନ୍ଧକ । ତେଣୁ ଏହାକୁ ରୋକିବା ପାଇଁ ପାର୍କ ଓ ବିଚ୍‌କୁ ସିଲ କରିବା ଆବଶ୍ୟକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.