ETV Bharat / international

କୂଟନୈତିକ ସମ୍ପର୍କ ସ୍ଥାପନ ପାଇଁ ପ୍ରସ୍ତୁତ ଇସ୍ରାଏଲ ଓ ବାହାରିନ

author img

By

Published : Sep 12, 2020, 3:16 PM IST

ଏଣିକି ଇସ୍ରାଏଲ ଓ ବାହାରିନ ମଧ୍ୟରେ ସ୍ଥାପନ ହେବ କୂଟନୈତିକ ସମ୍ପର୍କ । ଏନେଇ ଶୁକ୍ରବାର ମିଳିତ ଭାବେ ପ୍ରକାଶ କରିଛନ୍ତି ଆମେରିକା, ଇସ୍ରାଏଲ ଓ ବାହାରିନ । ଅଧିକ ପଢନ୍ତୁ...

israel and baharin relation, israel-baharin diplomatic relation, us-baharin-israel, ଇସ୍ରାଏଲ ଓ ବାହାରିନ ସମ୍ପର୍କ, ଇସ୍ରାଏଲ-ବାହାରିନ କୂଟନୈତିକ ସମ୍ପର୍କ, ଆମେରିକା-ବାହାରିନ-ଇସ୍ରାଏଲ
କୂଟନୈତିକ ସମ୍ପର୍କ ସ୍ଥାପନ ପାଇଁ ପ୍ରସ୍ତୁତ ଇସ୍ରାଏଲ ଓ ବାହାରିନ

ୱାଶିଂଟନ: ଏଣିକି ଇସ୍ରାଏଲ ଓ ବାହାରିନ ମଧ୍ୟରେ ସ୍ଥାପନ ହେବ କୂଟନୈତିକ ସମ୍ପର୍କ । ଏନେଇ ଶୁକ୍ରବାର ମିଳିତ ଭାବେ ପ୍ରକାଶ କରିଛନ୍ତି ଆମେରିକା, ଇସ୍ରାଏଲ ଓ ବାହାରିନ । ଏହାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ଟ୍ବିଟର ହ୍ୟାଣ୍ଡେଲରେ ପ୍ରକାଶ କରି କହିଥିଲେ କି ଶୁକ୍ରବାର ସକାଳେ ଆମେରିକା, ଇସ୍ରାଏଲ ଓ ବାହାରିନର ମୁଖ୍ୟ ଏନେଇ ଟେଲିଫୋନ ଯୋଗେ ଆଲୋଚନା କରିଥିଲେ । ଆଲୋଚନା ପରେ ସଭିଙ୍କ ସହମତିରେ ଇସ୍ରାଏଲ ଓ ବାହାରିନ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ନେଇ ସ୍ଥିରୀକୃତ ହୋଇଛି ।

ଟ୍ରମ୍ପ ଏହା ମଧ୍ୟ କହିଛନ୍ତି କି ଉଭୟଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ହେଲେ ଏହା ନା ଯେ କେବଳ ଉଭୟ ରାଷ୍ଟ୍ରଙ୍କ ବିକାଶରେ ସହାୟକ ହେବ ବରଂ ଏହା ସମଗ୍ର ମଧ୍ୟପୂର୍ବ ମହାଦେଶ ପାଇଁ ମଧ୍ୟ ସହାୟକ ହେବ । ଏହା ଦ୍ବାରା ମଧ୍ୟପୂର୍ବ ମହାଦେଶର ବିକାଶରେ ସ୍ଥିରତା, ସୁରକ୍ଷା ଓ ସମୃଦ୍ଧି ଆଦି ଅଧିକ ପ୍ରଗତିଶୀଳ ହେବ । ତେବେ ଗତ ମାସ ଅର୍ଥାତ୍‌ ଅଗଷ୍ଟ 13ରେ ସମାନ ଭାବେ ଇସ୍ରାଏଲ ଓ ୟୁଏଇ ମଧ୍ୟରେ ସମ୍ପର୍କ ସ୍ଥାପନ ପାଇଁ ଚୁକ୍ତି ସ୍ବାକ୍ଷରିତ ହୋଇସାରିଥିବା ଟ୍ରମ୍ପ ସୂଚନା ଦେଇଛନ୍ତି । ଏଥିସହ ଚତୁର୍ଥ ଆରବ ରାଷ୍ଟ୍ର ଭାବେ ଇଜିପ୍ଟ, ଜୋର୍ଡାନ ଓ ୟୁଏଇ ପରେ ବାହାରିନ ଇସ୍ରାଏଲ ସହ କୂଟନୈତିକ ସମ୍ପର୍କ ସ୍ଥାପନ ପାଇଁ ଗୋଟିଏ ପାଦ ଆଗକୁ ବଢାଇଛି ।

ସେପଟେ ଏହି କୂଟନୈତିକ ସମ୍ପର୍କ ସ୍ଥାପନ ନେଇ ଟ୍ବିଟ ଯୋଗେ ଖୁସି ଜାହିର କରିଛନ୍ତି ଟ୍ରମ୍ପ । ସେ ଟ୍ବିଟରେ ଲେଖିଛନ୍ତି କି ଦୁଇ ବନ୍ଧୁଙ୍କ ମଧ୍ୟରେ ଶାନ୍ତି ଚୁକ୍ତି ସ୍ଥାପନ ହେବା ଅତି ଖୁସିର କଥା । ତେବେ ଇତିହାସ ଅନୁଯାୟୀ ଏଯାବତ୍‌ ୟୁଏଇ ଓ ବାହାରିନ କେବେ ଇସ୍ରାଏଲର ବିରୋଧରେ ଯାଇ ନାହାନ୍ତି, କିମ୍ବା କୌଣସି ଯୁଦ୍ଧର ଆହ୍ବାନ ଦେଇ ନାହାଁନ୍ତି ।

ଆଗାମୀ ସେପ୍ଟେମ୍ବର 15ରେ ଏନେଇ ହ୍ବାଇଟ ହାଉସରେ ଆୟୋଜିତ ଚୁକ୍ତି ସ୍ବାକ୍ଷର କାର୍ଯ୍ୟକ୍ରମରେ ବାହାରିନ ସାମିଲ ହେବା ନେଇ ଜଣା ପଡିଛି । ଚୁକ୍ତି ଆଧାରରେ ଆଗାମୀ ଦିନରେ ଇସ୍ରାଏଲ ପାଲେଷ୍ଟାଇନ ଉପରେ ନିଜର ଅଧିଗ୍ରହଣକୁ ପ୍ରତ୍ୟାହାର କରିବା ନେଇ ମଧ୍ୟ ସ୍ପଷ୍ଟ କରିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.