ETV Bharat / international

ଇତିହାସରେ ପ୍ରଥମ, ସ୍ବାଧୀନତା ଦିବସରେ ଟାଇମ୍ସ ସ୍କୋୟାରରେ ଉଡିବ ଭାରତୀୟ ତ୍ରିରଙ୍ଗା

author img

By

Published : Aug 11, 2020, 8:16 AM IST

ଆଇକନିକ୍ ନ୍ୟୁୟର୍କ ସହରରେ ଉଡିବ ଭାରତର ଜାତୀୟ ପତାକା । ଅଗଷ୍ଟ 15ରେ କେବଳ କାଶ୍ମୀର ଠୁ କନ୍ୟା କୁମାରୀ ନୁହେଁ ଭାରତ ଠୁ ଆମେରିକାରେ ମଧ୍ୟ ଜାତୀୟ ପତାକା ଫରଫର୍ ହୋଇ ଉଡିବ।

ଇତିହାସରେ ପ୍ରଥମ, ସ୍ବାଧୀନତା ଦିବସରେ ଟାଇମ୍ସ ସ୍କୋୟାରରେ ଉଡିବ ଭାରତୀୟ ତ୍ରୀରଙ୍ଗା

ନ୍ୟୁୟର୍କ: ଇତିହାସରେ ପ୍ରଥମ। ଆଇକନିକ୍ ନ୍ୟୁୟର୍କ ସହରରେ ଉଡିବ ଭାରତୀୟ ତ୍ରିରଙ୍ଗା । ଅଗଷ୍ଟ 15ରେ କେବଳ କାଶ୍ମୀର ଠୁ କନ୍ୟା କୁମାରୀ ନୁହେଁ ଭାରତ ଠୁ ଆମେରିକାରେ ମଧ୍ୟ ଜାତୀୟ ପତାକା ଫରଫର୍ ହୋଇ ଉଡିବ। ତେବେ ଆମେରିକାର ଏକ ଅଗ୍ରଣୀ ଗୋଷ୍ଠୀ ଏହି ନିଷ୍ପତ୍ତି ନେବା ସହ ଟାଇମ୍ସ ସ୍କୋୟାରରେ ଭାରତର ଜାତୀୟ ପତାକା ଉତ୍ତୋଳନ କରିବେ।

ନ୍ୟୁୟର୍କ, ନ୍ୟୁ ଜର୍ସି ଏବଂ କନେକ୍ଟିକଟ୍ର ତ୍ରି-ରାଜ୍ୟ ଅଞ୍ଚଳର ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଆସୋସିଏସନ୍ (ଏଫଆଇଏ) ଏକ ବିବୃତ୍ତିରେ କହିଛି ଯେ ଏହା ଅଗଷ୍ଟ 15 ରେ ଆୟୋଜନ କରାଯିବ। ଭାରତୀୟ ଜାତୀୟ ପତାକା ଉତ୍ତୋଳନ ସମାରୋହ ଆୟୋଜନ କରି ଟାଇମ୍ସ ସ୍କୋୟାର ଇତିହାସ ସୃଷ୍ଟି କରିବ।

ନ୍ୟୁୟର୍କରେ ଥିବା କନସୁଲ୍ ଜେନେରାଲ୍ ଅଫ୍ ଇଣ୍ଡିଆ ରାନ୍ଧୀର ଜୈସୱାଲ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଯୋଗଦେବେ। ଏହା ପ୍ରଥମ ଥର ପାଇଁ ଭାରତର ତ୍ରିରଙ୍ଗା ଆଇକନିକ୍ ସ୍ଥାନରେ ଉଡିବ।

ଏଫଆଇଏ କହିଛି ଯେ ଚଳିତ ବର୍ଷର ସ୍ବାଧୀନତା ଦିବସ ଅବସରରେ ଟାଇମ୍ସ ସ୍କୋୟାରରେ ପତାକା ଉତ୍ତୋଳନ ସମାରୋହ ଏବଂ ତ୍ରିରଙ୍ଗା ରଙ୍ଗ - କମଳା, ଧଳା ଏବଂ ସବୁଜ ରଙ୍ଗରେ ଏମ୍ପୟାର ଷ୍ଟେଟ୍ ବିଲ୍ଡିଂକୁ ଆଲୋକିତ କରିବାର ବାର୍ଷିକ ପରମ୍ପରା ଅନ୍ତର୍ଭୁକ୍ତ ହେବ।

ଏଫଆଇଏ ପ୍ରତିବର୍ଷ ଏହାର ଫ୍ଲାଗସିପ୍ ଇଭେଣ୍ଟ ଅଗଷ୍ଟରେ ଭାରତର ସ୍ୱାଧୀନତା ଦିବସ ପାଳନ କରିବାକୁ ଇଣ୍ଡିଆ ଡେ ପ୍ୟାରେଡ୍ ଆୟୋଜନ କରିଥାଏ । ଆମେରିକାର ବରିଷ୍ଠ ରାଜନୈତିକ ନେତା, ଆଇନଜୀବୀ ତଥା ଭାରତୀୟ-ଆମେରିକୀୟ ସମ୍ପ୍ରଦାୟର ବିଶିଷ୍ଟ ସଦସ୍ୟ ତଥା ଭାରତର ସେଲିବ୍ରିଟିମାନେ ବାର୍ଷିକ ପ୍ୟାରେଡରେ ଅଂଶଗ୍ରହଣ କରନ୍ତି। ଯାହା ପ୍ରତିବର୍ଷ ହଜାର ହଜାର ଲୋକଙ୍କ ଭିଡକୁ ଆକର୍ଷିତ କରିଥାଏ। ଚଳିତ ବର୍ଷ ମହାମାରୀ ହେତୁ ପରେଡ ଅନୁଷ୍ଠିତ ହେବ ନାହିଁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.