ETV Bharat / international

ବିଶ୍ବରେ 3 ଲକ୍ଷ ପାର କଲା କୋରୋନା ମୃତ୍ୟୁସଂଖ୍ଯା

author img

By

Published : May 15, 2020, 9:45 AM IST

ସମଗ୍ର ବିଶ୍ବରେ କୋକୁଆ ଭୟ ଖେଳାଇଛି ମାରାତ୍ମକ କୋରୋନା ଭାଇରସ । ଚୀନର ଉହାନରୁ ଉତ୍ପତ୍ତି ହୋଇଥିବା ଏହି ଭାଇରସରେ ବର୍ତ୍ତମାନ ସୁଦ୍ଧା ସମଗ୍ର ବିଶ୍ବର 3 ଲକ୍ଷ ପ୍ରାଣ ହରାଇଥିବା ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ସୂଚନା ଦେଇଛନ୍ତି ।

_corona death toll
ସମଗ୍ର ବିଶ୍ବରେ 3 ଲକ୍ଷ ପାର କଲା କୋରୋନା ମୃତ୍ୟୁ ସଂଖ୍ଯା

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ କୋକୁଆ ଭୟ ଖେଳାଇଛି ମାରାତ୍ମକ କୋରୋନା ଭାଇରସ । ଚୀନର ଉହାନରୁ ଉତ୍ପତ୍ତି ହୋଇଥିବା ଏହି ଭାଇରସରେ ବର୍ତ୍ତମାନ ସୁଦ୍ଧା ସମଗ୍ର ବିଶ୍ବର 3 ଲକ୍ଷ ଲୋକ ପ୍ରାଣ ହରାଇଥିବା ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ସୂଚନା ଦେଇଛନ୍ତି ।

ଆମେରିକାର ଟ୍ରାକର ଅନୁଯାୟୀ, ପାଖାପାଖି ବିଶ୍ବର 1.58 ମିଲିୟନ କୋରୋନାରୁ ସୁସ୍ଥ ହୋଇଛନ୍ତି । ଶୁକ୍ରବାର ଭୋର 4ଟା ସୁଦ୍ଧା ସମଗ୍ର ବିଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟା 4,426,937 ରେ ପହଞ୍ଚିଛି । ଏଥିମଧ୍ୟରୁ ଅତି କମରେ 301370 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ସମଗ୍ର ବିଶ୍ବରେ ନିଜର କାୟା ବିସ୍ତାର କରିଥିବା ଏହି ଭାଇରସ ଅନ୍ୟ ଦେଶ ତୁଳନାରେ ଯୁକ୍ତରାଷ୍ଟ୍ର ଆମେରିକାକୁ ବେଶି ପ୍ରଭାବିତ କରିଛି । ଏଠାରେ ବର୍ତ୍ତମାନ ସୁଦ୍ଧା 14,13,012 ଜଣ ଆକ୍ରାନ୍ତ ଥିବାବେଳେ ଏଥିମଧ୍ୟରୁ 85,581 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ଏପଟେ ଗତ ବୁଧବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ଅଧିକାରୀ ମାଇକେଲ ଜେ ରିୟାନ୍ କହିଛନ୍ତି ଯେ, କୋରୋନା ଭାଇରସ ଏଚଆଇଭି ସଂକ୍ରମଣ ପରି ବିଶ୍ବରେ ଅନ୍ୟ ଏକ ଜୀବାଣୁ ହୋଇପାରେ । ଯାହା କେବେ ଯାଇ ନପାରେ।

କୋରୋନା ମୁକାବିଲା ମଧ୍ୟରେ ଅନେକ ଦେଶ ତଥା ବହୁ ଅନୁଷ୍ଠାନ ଏହି ମାରାତ୍ମକ ଭାଇରସର ଚିକିତ୍ସା ପାଇଁ ଟିକା ତିଆରି କରିବାକୁ ଚେଷ୍ଟା କରୁଛନ୍ତି । ଯାହା ବିଶ୍ବର ଅନେକ ଦେଶରେ ସାମାଜିକ ତଥା ଅର୍ଥନୈତିକ ଅବନତି ଘଟାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.