ETV Bharat / international

ଫେସବୁକରୁ ହଟିଲା ଫେସ ରେକଗନିସନ ସିଷ୍ଟମ - ଫେସ୍ ରେକଗନିସନ ସିଷ୍ଟମ

ଫେସବୁକର ନୂଆ ଘୋଷଣା । ଆଗକୁ ଆଉ ଉପଲବ୍ଧ ହେବ ନାହିଁ ରେକଗନିସନ ବା ଚେହେରା ଚିହ୍ନଟ ସିଷ୍ଟମ । ଅଧିକ ପଢନ୍ତୁ...

ଫେସବୁକରୁ ହଟିଲା ଫେସ୍ ରେକଗନିସନ ସିଷ୍ଟମ
ଫେସବୁକରୁ ହଟିଲା ଫେସ୍ ରେକଗନିସନ ସିଷ୍ଟମ
author img

By

Published : Nov 3, 2021, 1:05 PM IST

ସାନଫ୍ରାନ୍ସିସ୍କୋ: କିଛିଦିନ ତଳେ ଫେସବୁକ ନିଜ ନାମ ପରିବର୍ତ୍ତନ କରି ମେଟା ରଖିଥିବାବେଳେ ଏବେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଘୋଷଣା କରିଛି । ଫେସବୁକ୍ ଆଗକୁ ଆଉ ଫେସ୍ ରେକଗନିସନ ବା ଚେହେରା ଚିହ୍ନଟ ସିଷ୍ଟମ ରଖିବ ନାହିଁ ବୋଲି କହିଛି ।

ଗୋପନୀୟତା ବା ପ୍ରାଇଭେସିକୁ ନେଇ ବିଭିନ୍ନ ଦେଶରେ ପ୍ରଶ୍ନ ଉଠିବା ପରେ କମ୍ପାନୀ ଏଭଳି ନିଷ୍ପତ୍ତି ନେଇଛି । ଏହି ସେବା ବନ୍ଦ ହୋଇଯିବା ପରେ ଲୋକେ ଆଉ ଫଟୋ କିମ୍ବା ଭିଡିଓକୁ ଅଟୋମେଟିକାଲି ରେକଗନାଇଜ୍‌ କରିପାରିବେ ନାହିଁ । ୟୁଜରମାନେ ଆଉ ଏହି ସୁବିଧା ପାଇପାରିବେ ନାହିଁ । ଏକ ବିଲିୟନରୁ ଅଧିକ ଆକାଉଣ୍ଟରୁ ଫେସିଆଲ ରେକଗନିଜନ ଟେମ୍ପେଲେଟସ୍‌ ଡିଲିଟ କରିଦେଇଛୁ ବୋଲି କମ୍ପାନୀର ଉପ ସଭାପତି ଜିରୋମ ପ୍ରେସେଣ୍ଟି କହିଛନ୍ତି । ଯେଉଁମାନେ ଏହି ଅପସନ୍‌ ବାଛିଛନ୍ତି ସେମାନେ ଆଉ ଫଟୋ ଏବଂ ଭିଡିଓରେ ସ୍ୱୟଂଚାଳିତ ଭାବେ ଚିହ୍ନଟ ହେବେ ନାହିଁ ।

ସୋସିଆଲ ମିଡିଆରେ ସୁରକ୍ଷା ଏବଂ ସ୍ୱଚ୍ଛତାକୁ ନେଇ ଏଭଳି ପଦକ୍ଷେପ ନିଆଯାଇଥିବା ଫେସ୍‌ବୁକ୍ ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.