ୱାସିଂଟନ୍: ଆମେରିକାରେ କୋରୋନା ସ୍ଥିତି ଉତ୍କଟଜନକ। ଭାଇରସ ବିସ୍ତାର ହେବା ଦିନରୁ ଏହି ଶକ୍ତିଶାଳୀ ରାଷ୍ଟ୍ର ସଂକ୍ରମଣରେ ନିଜର ସ୍ଥାନକୁ ପ୍ରଥମରେ ବଜାଇ ରଖିଛି। ତେବେ ଏଭଳି ସ୍ଥିତିରେ ରାଷ୍ଟ୍ରପତି ଟ୍ରମ୍ପ ଲୋକଙ୍କୁ ଏକ ଆଶ୍ବାସନା ଦେଇଛନ୍ତି। ଶୁକ୍ରବାର ହ୍ବାଇଟ ହାଉସରେ ହୋଇଥିବା ବୈଠକରେ ଟ୍ରମ୍ପ କହିଛନ୍ତି ଏପ୍ରିଲ 2021 ସୁଦ୍ଧା ପ୍ରତ୍ୟେକ ଆମେରିକୀୟଙ୍କୁ ମିଳିବ କୋଭିଡ୍ ଟିକା ।
"ଟ୍ରମ୍ପ କହିଛନ୍ତି ଯେ ପ୍ରତି ମାସରେ ଶହ ଶହ କୋଟି ଡୋଜ ମେଡିସିନ୍ ଉପଲବ୍ଧ ହେବ। ଏବଂ ଆମେ ଆଶା କରୁଛୁ ଏପ୍ରିଲ ସୁଦ୍ଧା ପ୍ରତ୍ୟେକ ଆମେରିକୀୟଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଟିକା ମିଳିବ ଏବଂ ମୁଁ ପୁନର୍ବାର କହିବି ଯେ ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ଏହାର ବିତରଣ ପ୍ରକ୍ରିୟା ଦ୍ରୁତଗତିରେ ବଢିବ।"
ରାଷ୍ଟ୍ରପତି କହିଛନ୍ତି ଯେ ବର୍ଷ ଶେଷ ସୁଦ୍ଧା ଦେଶରେ ଅତି କମରେ 100 ନିୟୁତ ଡୋଜ ଟିକା ମିଳିବ କିମ୍ବା ଏହାଠାରୁ ଅଧିକ ସମ୍ଭାବନା ରହିଛି। ଆମେରିକାର ବ୍ରିଲିଆଣ୍ଟ ଡାକ୍ତର ଏବଂ ବୈଜ୍ଞାନିକମାନେ କୋଭିଡ୍ ଟିକା ପ୍ରସ୍ତୁତ କରିବା ପାଇଁ ଦିନରାତି କାର୍ଯ୍ୟ କରୁଛନ୍ତି । ଏବଂ ତିନୋଟି ଟିକା କ୍ଲିନିକାଲ ପରୀକ୍ଷଣର ଶେଷ ପର୍ଯ୍ୟାୟରେ ଅଛି ବୋଲି ଟ୍ରମ୍ପ ସୂଚନା ଦେଇଛନ୍ତି।
ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, କୋଭିଡ୍ 19 ମହାମାରୀ ଦ୍ବାରା ଆମେରିକା ସବୁଠାରୁ ଅଧିକ ପ୍ରଭାବିତ ଦେଶ ତାଲିକାରେ ରହିଛି ଏବଂ ଏହି ଦେଶରେ 6,705,114 ମାମଲା ଏବଂ 198,197 ମୃତ୍ୟୁ ଘଟିଛି।