ନ୍ୟୁୟର୍କ: ସାରା ବିଶ୍ବରେ କୋରୋନା ମହାମାରୀ ସୃଷ୍ଟି କରିଛି ଭିନ୍ନ ଆତଙ୍କ । ଏଥିସହ ଏହାର କଟକଣା ଯୋଗୁଁ ଏବେ ଲୋକଙ୍କ ମନରେ ଘୃଣା ଭାବ ବଢିବାରେ ଲାଗିଛି । ମୁଖ୍ୟତଃ ବିଦେଶୀଙ୍କ ପାଇଁ ଏହି ଘୃଣା ଭାବ ବହୁ ମାତ୍ରାରେ ବଢିଥିବା ପ୍ରକାଶ କରିଛନ୍ତି ଜାତିସଂଘ ସାଧାରଣ ସଚିବ ଆଣ୍ଟୋନିଓ ଗୁଟେରାସ । କୌଣସି ନିର୍ଦ୍ଦିଷ୍ଟ ଦେଶର ନାମ ନନେଇ ସେ କହିଛନ୍ତି କି ଏହାକୁ ଶେଷ କରିବା ପାଇଁ ବର୍ତ୍ତମାନ ବିଶ୍ବକୁ ‘ଅଲ-ଆଉଟ ଯୋଜନା’ ଆପଣାଇବାକୁ ହେବ ।
ଆଣ୍ଟୋନିଓ କହିଛନ୍ତି କି କୋରୋନା ଦ୍ବାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଦାଦନ ଶ୍ରମିକ ଓ ଶରଣାର୍ଥୀ । କୋରୋନା ଲକଡାଉନ କଟକଣା ପାଇଁ ଏମାନଙ୍କୁ ନିଜ ରାଜ୍ୟରେ ପ୍ରବେଶ କରିବାରୁ ବାରଣ କରିବା ସହ ଏମାନଙ୍କୁ ପର୍ଯ୍ୟାପ୍ତ ମେଡିକାଲ ଟ୍ରିଟମେଣ୍ଟ ମିଳୁନାହିଁ । ଏନେଇ ସାରା ବିଶ୍ବର ଗଣମାଧ୍ୟମକୁ ଜାତିଗତ ଭେଦଭାବ ଓ ସାମାଜିକ କ୍ରୁରତା ସୃଷ୍ଟି କରୁଥିବା ଖବର ପ୍ରସାରଣ ବନ୍ଦ କରିବା ପାଇଁ କହିଛନ୍ତି ଆଣ୍ଟୋନିଓ ।
ବର୍ତ୍ତମାନ ସୁଦ୍ଧା ସାରା ବିଶ୍ବରେ କୋରୋନା ଆକ୍ରାନ୍ତ ସଂଖ୍ୟା 4 ମିଲିୟନ ଛୁଇଁବା ବେଳେ ମୃତ୍ୟୁ ସଂଖ୍ୟା 2,69,598ରେ ପହଞ୍ଚିଛି । କେବଳ ଶୁକ୍ରବାର ବିଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି 3,847,278ରେ ପହଞ୍ଚିଛି । ସେଥିରେ ୟୁଏସରେ ସର୍ବାଧିକ 1,256,972ଜଣ ଆକ୍ରାନ୍ତ ହୋଇଥିବା ଜଣା ପଡିଛି । ଏଥିସହ ସର୍ବାଧିକ ମୃତ୍ୟୁ ସଂଖ୍ୟା 75,670ର ରେକର୍ଡ ମଧ୍ୟ କରିଛି ୟୁଏସ । ଏହାପରେ ପରେ 30,689 ମୃତ୍ୟୁ ସହ ୟୁରୋପ ଦ୍ବିତୀୟ ସ୍ଥାନରେ ରହିଛି ।
@IANS