ETV Bharat / international

ବିଗୁଡିଛି ପରିସ୍ଥିତି, ଟାଇଟ ହେଉଛି ଯୋଗାଣ ବ୍ୟବସ୍ଥା - କୋରୋନା ଭାଇରସ ନ୍ୟୁଜ୍‌

ଘଡିକୁ ଘଡି ଖରାପ ହେବାରେ ଲାଗିଛି ପରିସ୍ଥିତି । ଏପରି ସ୍ଥିତିରେ ଆମେରିକାରେ ଡାକ୍ତରୀ ସୁବିଧାକୁ ପର୍ଯ୍ୟାପ୍ତ କରିବା ପାଇଁ ସରକାର ଚଳାଇଛନ୍ତି ଜୋରସୋର ପ୍ରସ୍ତୁତି ।

competition for supplies tighten up, corona in ameirca, coronavirus news, pandemic worsen in world, ଟାଇଟ ହେଉଛି ଯୋଗାଣ ବ୍ୟବସ୍ଥା, ଆମେରିକାରେ କୋରୋନା, କୋରୋନା ଭାଇରସ ନ୍ୟୁଜ୍‌, ବିଶ୍ବରେ ବିଗୁଡୁଛି କୋରୋନା ପରିସ୍ଥିତି
ବିଗୁଡିଛି ପରିସ୍ଥିତି, ଟାଇଟ ହେଉଛି ଯୋଗାଣ ବ୍ୟବସ୍ଥା
author img

By

Published : Apr 5, 2020, 5:15 PM IST

ନ୍ୟୁୟର୍କ: ଘଡିକୁ ଘଡି ଖରାପ ହେବାରେ ଲାଗିଛି ପରିସ୍ଥିତି । ଆମେରିକାରେ କୋରୋନା ସଂକ୍ରମଣ ନିଜର ମୃତ୍ୟୁ ତାଣ୍ଡବ ରଚି ଚାଲିଥିବା ବେଳେ ଏଯାବତ ଗଡିଲାଣି 7 ହଜାରରୁ ଉର୍ଦ୍ଧ୍ବ ମୁଣ୍ଡ । ସେଥିରୁ କେବଳ ନ୍ୟୁୟର୍କରେ ଗଡିଛି 2900 ମୁଣ୍ଡ । ଏପରି ସ୍ଥିତିରେ ଆମେରିକାରେ ଡାକ୍ତରୀ ସୁବିଧାକୁ ପର୍ଯ୍ୟାପ୍ତ କରିବା ପାଇଁ ସରକାର ଚଳାଇଛନ୍ତି ଜୋରସୋର ପ୍ରସ୍ତୁତି । ଦେଶରେ କିପରି ଆବଶ୍ୟକ ପରିମାଣର ସମସ୍ତ ଜରୁରୀ ସୁବିଧା ଉପଲବ୍ଧ ରହିବ ସେନେଇ ଚାଲିଛି ରଣନୀତି ।

ବର୍ତ୍ତମାନ ସମୟରେ ଆମେରିକାରେ ସାନିାଇଜର, ମାସ୍କ ଓ ସର୍ଜିକାଲ ଗ୍ଲୋଭ୍ସର ଆବଶ୍ୟକତା ସବୁଠାରୁ ଅଧିକ ରହିଥିବାରୁ ଏହା ଯେପରି ଦେଶରେ ମହଜୁଦ ରହିବ ସେନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନେଇଛନ୍ତି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଦେଶର ଆବଶ୍ୟକତାକୁ ନଜରରେ ରଖି ଏବେ ସମସ୍ତ ମେଡିକାଲ ସୁବିଧାରେ ରପ୍ତାନୀରେ ରୋକ ଲଗାଇଛନ୍ତି ଟ୍ରମ୍ପ ।

ସେପେଟେ ସାରା ଦେଶରେ ଥିବା ଘରୋଇ ଡାକ୍ତରଖାନାରୁ ଅବ୍ୟବହୃତ ଭେଣ୍ଟିଲେଟର ସିଜ୍‌ କରିଛି ନ୍ୟୁୟର୍କ ରାଜ୍ୟ ସରକାର । ଏଥିସହ ଆବଶ୍ୟକ ନଥିଲେ ମାସ୍କ ବ୍ୟବହାର ନକରି ଏହାକୁ ଡାକ୍ତର ଓ ଜରୁରୀକାଳୀନ ସେବାରେ ନିୟୋଜିତଙ୍କ ପାଇଁ ମହଜୁଦ ରଖିବା ପାଇଁ ଦେଶବାସୀଙ୍କ ପରାମର୍ଶ ଦେଇଛନ୍ତି ଟ୍ରମ୍ପ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.