ETV Bharat / international

ଭାରତ ପ୍ରଶଂସାରେ ବ୍ରାଜିଲ ରାଷ୍ଟ୍ରପତି, ଟ୍ବିଟ କରି ଜଣାଇଲେ ଧନ୍ୟବାଦ

ବ୍ରାଜିଲକୁ କୋଭିସିଲ୍ଡ ଟିକା ପଠାଇଛି ଭାରତ । ଯାହାକୁ ନେଇ ଖୁସିବ୍ୟକ୍ତି କରିଛନ୍ତି ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସୋନାରୋ । ହନୁମାନକୁ ଭାରତ ଓ କୋରୋନା ଟିକାକୁ ସଞ୍ଜିବନୀ ସହ ଦର୍ଶାଇ ଧନ୍ୟବାଦ ଜଣାଇଛନ୍ତି ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସୋନାରୋ ।

author img

By

Published : Jan 23, 2021, 7:26 AM IST

ଭାରତ ପ୍ରଶଂସାରେ ବ୍ରାଜିଲ ରାଷ୍ଟ୍ରପତି, କଲେ ଏମିତି ଟ୍ବିଟ

ନୂଆଦିଲ୍ଲୀ: ପଡୋଶୀ ଦେଶକୁ ଟୀକା ପଠାଇବା ଆରମ୍ଭ କରିଛି ଭାରତ । ଶୁକ୍ରବାର ବ୍ରାଜିଲକୁ କୋଭିସିଲ୍ଡ ଟିକା ପଠାଇଛି ଭାରତ । ଯାହାକୁ ନେଇ ଖୁସିବ୍ୟକ୍ତି କରିଛନ୍ତି ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସୋନାରୋ । ହନୁମାନ ସଞ୍ଜିବନୀ ଆଣି ଯେପରି ଲକ୍ଷ୍ମଣଙ୍କ ଜୀବନ ରକ୍ଷା କରିଥିଲେ ଠିକ ସେହିପରି ଭାରତ ହନୁମାନ ସାଜି ବ୍ରାଜିଲକୁ କୋରୋନା ଟିକା ପଠାଇଛି ବୋଲି ଏକ ଫଟୋରେ ଦର୍ଶାଇ ଟ୍ବିଟ କରି ଧନ୍ୟବାଦ ଜଣାଇଛନ୍ତି ବ୍ରାଜିଲ ରାଷ୍ଟ୍ରପତି ।

ଏହାସହ ସେ ଟ୍ବିଟ କରି ଲେଖିଛନ୍ତି ବ୍ରାଜିଲକୁ ଭାରତର ଟିକା ରପ୍ତାନୀ କରି ଆମକୁ ସାହାଯ୍ୟ କରିଥିବାରୁ ଧନ୍ୟବାଦ । ବିଶ୍ବସ୍ତରୀୟ ବାଧାବିଘ୍ନକୁ ଦୂର କରିବା ପାଇଁ ବ୍ରାଜିଲ ଏକ ମହାନ ଅଂଶୀଦାର ହୋଇଥିବାରୁ ଗୌରବାନ୍ବିତ । କୋରୋନା ବିରୁଦ୍ଧରେ ଲଢ଼େଇ ସମୟରେ ଏପରି ବନ୍ଧୁ ଥିବାରୁ ଆମେ ଗର୍ବିତ କହିଲେ ବୋଲସୋନାରୋ ।

ଏବେ ସୁଦ୍ଧା ଭାରତ ପଡୋଶୀ ଦେଶ ନେପାଳ, ବାଂଲାଦେଶ, ଶ୍ରୀଲଙ୍କା, ଆଫଗାନିସ୍ତାନ, ମେଶେଲ୍‌ସ ଓ ମୋରିସସ ଆଦି ଦେଶକୁ 20 ମିଲିଅନ ଡୋଜ ପଠାଇସାରିଲାଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.