ETV Bharat / international

ବ୍ରାଜିଲ ହେବ ବିଶ୍ବର ନୂଆ କୋଭିଡ 19 ହଟସ୍ପଟ - Brazil face difficulties as medical system collapsed

ଆମାଜନର ସବୁଠାରୁ ବଡ ସହର ମାନାଉସରେ କବର ଦେବାକୁ ସ୍ଥାନ ମିଳୁନାହିଁ । ଏଥିପାଇଁ ଅଧିକ ସଂଖ୍ୟାରେ କଫିନ ତିଆରି ଚାଲିଛି । ଅଧିକ ପଢନ୍ତୁ...

ବ୍ରାଜିଲ ହେବ ବିଶ୍ବର ନୂଆ କୋଭିଡ 19 ହଟସ୍ପଟ
ବ୍ରାଜିଲ ହେବ ବିଶ୍ବର ନୂଆ କୋଭିଡ 19 ହଟସ୍ପଟ
author img

By

Published : Apr 25, 2020, 8:51 PM IST

ରିଓ ଡି ଜେନେଇରୋ: ବିଶ୍ବର ନୂଆ କୋରୋନା ହଟସ୍ପଟ ହେବାକୁ ଯାଉଛି ଲାଟିନ ଆମେରିକାର ବୃହତ ଦେଶ ବ୍ରାଜିଲ । ଦେଶରେ କୋଭିଡ 19 ସ୍ଥିତି ବିଗିଡିବାରେ ଲାଗିଛି । ସ୍ବାସ୍ଥ୍ୟ ବ୍ୟବସ୍ଥାରେ ସମସ୍ୟା ଯୋଗୁଁ ଏଠାରେ ପରିସ୍ଥିତି ଗମ୍ଭୀର ହେବ ବୋଲି ଚେତାଇ ଦେଇଛନ୍ତି ଦେଶର ସ୍ବାସ୍ଥ୍ୟ ଅଧିକାରୀ ।

ରିଓ ଡି ଜେନେଇରୋ ସହ ଦେଶର ପ୍ରମୁଖ 4ଟି ସହର ଏନେଇ ସରକାରଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି । ହସ୍ପିଟାଲଗୁଡିକରେ ବ୍ୟବସ୍ଥା ଭୁସୁଡିବାକୁ ବସିଲାଣି । ପର୍ଯ୍ୟାପ୍ତ ପରିମାଣର ପ୍ରତିଷେଧକ ବ୍ୟବସ୍ଥାର ଅଭାବ ଦେଖାଦେଇଛି । ସେହିପରି ଲୋକେ ସାମାଜିକ ଦୂରତ୍ବକୁ କଡାକଡି ଭାବେ ମାନୁନାହାନ୍ତି । ସରକାରୀ ତଥ୍ୟ ଅନୁସାରେ ଆକ୍ରାନ୍ତ ଯେତିକି ଅଛନ୍ତି ପ୍ରକୃତରେ ତାହାଠାରୁ ଅଧିକ ପଜିଟିଭ ଦେଶରେ ଅଛନ୍ତି । କାରଣ କୋଭିଡ 19 ଟେଷ୍ଟିଂ ସଠିକ ଓ ପର୍ଯ୍ୟାପ୍ତ ପରିମାଣରେ ହୋଇନାହିଁ । ଏବେ ବି ଅନେକ ରିପୋର୍ଟ ଆସିବା ବାକି ଅଛି । ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢିବ ବୋଲି ଡାକ୍ତରମାନେ ଚେତାବନୀ ଦେଇଛନ୍ତି ।

ଏପରିକି ଆମାଜନର ସବୁଠାରୁ ବଡ ସହର ମାନାଉସରେ କବର ଦେବାକୁ ସ୍ଥାନ ମିଳୁନାହିଁ । ଏଥିପାଇଁ ଅଧିକ ସଂଖ୍ୟାରେ କଫିନ ତିଆରି ଚାଲିଛି । ଶେଷକୃତ୍ୟ ପାଇଁ ମୃତଦେହ ଆଣୁଥିବା ଜଣେ 20 ବର୍ଷିୟ ଡ୍ରାଇଭର କହିଛନ୍ତି ଯେ ଲଗାତାର 36 ଘଣ୍ଟା ଧରି ସେ ମୃତଦେହ ବୋହିବାରେ ଲାଗିଛନ୍ତି । ଏଥିରୁ ଦେଶର ପରିସ୍ଥିତି କେତେ ଗମ୍ଭୀର ତାହା ଜଣାପଡୁଛି । ହେଲେ ଏନେଇ ଏବେ ବି ବ୍ରାଜିଲ ରାଷ୍ଟ୍ରପତି ଜେର ବୋଲସୋନାରୋ ସଚେତନ ହୋଇନାହାନ୍ତି । ବେପାରୁଆ ମନ୍ତବ୍ୟ ଦେଇ ସେ କହିଛନ୍ତି ଯେ ଏହା ଏକ ସାଧାରଣ ରୋଗ ଏବଂ ଏହାକୁ ନେଇ ବଡ ଆକାରରେ ସାମାଜିକ ଦୂରତ୍ବର ଆବଶ୍ୟକତା ନାହିଁ । କେବଳ ଅଧିକ ବିପଦ ଥିବା ବ୍ରାଜିଲିଆନଙ୍କୁ ଆଇସୋଲେସନରେ ରଖାଯାଉ ।

ତେବେ ଏପର୍ଯ୍ୟନ୍ତ ଦେଶରେ 53 ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି 3600ରୁ ବେଶୀ ଲୋକଙ୍କ ମୃତ୍ୟୁ ହୋଇଛି । ଗୁରୁବାର ବ୍ରାଜିଲରେ ଗୋଟିଏ ଦିନରେ ସର୍ବାଧିକ 3000 ପାଖାପାଖି ଆକ୍ରାନ୍ତ ଓ 400 ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିଶେଷଜ୍ଞ ସାବଧାନ କରିଦେଇଛନ୍ତି ଯେ ଦେଶର ଏହା ପ୍ରକୃତ ନମ୍ବର ନୁହେଁ । ଉପଯୁକ୍ତ ପରୀକ୍ଷା ହେଲେ ଆହୁରି ଅନେକ ଲୋକ ପଜିଟିଭ ଥିବା ସ୍ପଷ୍ଟ ହେବ । ପରିସ୍ଥିତିକୁ ଦେଖି ଏହା ବିଶ୍ବର ନୂଆ କୋଭିଡ 19 ହଟସ୍ପଟ ହେବ ବୋଲି ଆଶଙ୍କା କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.