ଓ୍ବାଶିଂଟନ: ଜୋ ବାଇଡେନ ରାଷ୍ଟ୍ରପତି ପଦ ପାଇଁ ଉପଯୁକ୍ତ ପାର୍ଥୀ ବୋଲି ସମର୍ଥନ କରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବରାକ ଓବାମା ।
ବାଇଡେନଙ୍କ ସମର୍ଥନ କରି ଓବାମା କହିଛନ୍ତି ଯେ, ଆମେରିକାର କଠିନ ସମୟରେ ସେ ସଙ୍କଟମୋଚନ ହୋଇପାରିବେ । ତାଙ୍କ ପାଖରେ ଦୀର୍ଘଦିନର ଅନୁଭବ ରହିଛି ଓ ସେ ଜଣେ ଭଲ ବ୍ୟକ୍ତି । ଆମର ଏହି କଠିନ ପରିସ୍ଥିତିରେ ସେ ଆମର ଭଲ ମାଗଦର୍ଶକ ହୋଇପାରିବେ । ମୋର ବିଶ୍ବାସ ବର୍ତ୍ତମାନ ରାଷ୍ଟ୍ରପତି ହେବାର ସମସ୍ତ ଗୁଣ ତାଙ୍କ ପାଖରେ ରହିଛି ।
ବାଇଡେନ ଓବାମାଙ୍କ ଶାସନକାଳରେ ଦୀର୍ଘସମୟ ପାଇଁ ଉପରାଷ୍ଟ୍ରପତି ଦାୟିତ୍ବ ତୁଲାଇଛନ୍ତି ।