ETV Bharat / international

Russia-Ukraine Crisis: ବାଇଡେନଙ୍କ ଘୋଷଣା, ଋଷର ସବୁ ସମ୍ପତ୍ତି ଅଚଳ କରିବ ଆମେରିକା

author img

By

Published : Feb 25, 2022, 10:16 AM IST

Updated : Feb 25, 2022, 11:34 AM IST

ଋଷିଆ ଉପରେ ବଡ ଧରଣର ଆର୍ଥିକ କଟକଣା ଲଗାଇଲେ ବାଇଡେନ । ପଶ୍ଚିମ ରାଷ୍ଟ୍ର ଗୁଡିକରେ ଋଷର ସବୁ ସମ୍ପତ୍ତି ଅଚଳ ହେବ । ଋଷିଆ ସମର୍ଥନରେ ଥିବା ଦେଶ ଉପରେ ମଧ୍ୟ କଟକଣା ଲଗାଇବାକୁ ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି । ଅଧିକ ପଢନ୍ତୁ

Russia-Ukraine Crisis: ଋଷର ସବୁ ସମ୍ପତ୍ତି ଅଚଳ କରିବ ଆମେରିକା

ୱାଶିଂଟନ: ଯୁଦ୍ଧରେ ଜଳୁଛି ୟୁକ୍ରେନ । ଘନ ଘନ ବର୍ଷୁଛି ମିସାଇଲ । ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ଚାଲିଛି ଆଟାକ୍ । ୟୁରୋପୀୟ ରାଷ୍ଟ୍ରମାନଙ୍କ ନିବେଦନ ଏବଂ ନାଟୋର କଡା ଚେତାବନୀକୁ ଖାତିର୍ ନକରି ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ଋଷିଆ । ପୁଟିନ ସରକାରଙ୍କ ଏଭଳି କଠୋର ଆଭିମୁଖ୍ୟ ବିଶ୍ବକୁ ସଙ୍କଟ ଆଡକୁ ଟାଣି ନେଉଥିବାବେଳେ ଋଷିଆ ଉପରେ ପୁଣିଥରେ ଗମ୍ଭୀର ଆର୍ଥିକ ପ୍ରତିବନ୍ଧକ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି । ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଥିବା ଋଷ ସମ୍ପତ୍ତିଗୁଡିକୁ ଅଚଳ କରି ଦିଆଯିବ ବୋଲି ବାଇଡେନ ସୂଚନା ଦେଇଛନ୍ତି ।

ଆହୁରିମଧ୍ୟ ହ୍ବାଇଟ୍ ହାଉସରୁ ଏକ ବକ୍ତବ୍ୟରେ ଆମେରିକା ରାଷ୍ଟ୍ରପତି କହିଛନ୍ତି, ପ୍ରତିପକ୍ଷ ଋଷିଆ ସହ ଆଉ କୌଣସି ଆଲୋଚନା କରାଯିବାର ଯୋଜନା ନାହିଁ । ପଶ୍ଚିମ ରାଷ୍ଟ୍ରଗୁଡିକ ଦ୍ବାରା ଲାଗୁ ପ୍ରତିବନ୍ଧକରେ ଋଷର ପ୍ରମୁଖ ୪ଟି ବ୍ୟାଙ୍କ ପ୍ରଭାବିତ ହେବ । ଏହି ବଡ ବଡ ବ୍ୟାଙ୍କଗୁଡିକ ସଙ୍ଗେ ସଙ୍ଗେ ଋଷ ତୈଳ ରପ୍ତାନୀ ଉପରେ ମଧ୍ୟ କଟକଣା ଲଗାଯିବ । ଏଥିସହ ଋଷିଆର ସମ୍ବେଦନଶୀଳ ସାମଗ୍ରୀ ରପ୍ତାନୀ ଉପରେ ନିୟନ୍ତ୍ରଣ କରାଯିବ ଏବଂ ସେ କରୁଥିବା ହାଇ-ଟେକ ସାମଗ୍ରୀ ଆମଦାନୀକୁ ଅଧା ହ୍ରାସ କରିଦିଆଯିବ । ଏହାଦ୍ବାରା ବର୍ତ୍ତମାନ ଏବଂ ଭବିଷ୍ୟତରେ ଋଷର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହେବ ।

ଏପରିକି ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ଯେଉଁ ଦେଶ ସମର୍ଥନ କରିବ, ସେହି ଦେଶଗୁଡିକ ଉପରେ ମଧ୍ୟ ଆର୍ଥିକ କଟକଣା ଲାଗୁ ହେବ ବୋଲି ବାଇଡେନ ଚେତାବନୀ ଦେଇଛନ୍ତି । ସେପଟେ ଋଷିଆ ସାଙ୍ଗରେ ଯୁଦ୍ଧ ଲଢିବାକୁ ଆମେରିକା ସୈନ୍ୟ ୟୁକ୍ରେନ ଯିବେ ନାହିଁ ବୋଲି ବାଇଡେନ ଜଣାଇଛନ୍ତି । ପୂର୍ବରୁ ୟୁକ୍ରେନର ଡୋନେସ୍କ ଏବଂ ଲୁଗାନସ୍କ ଅଞ୍ଚଳକୁ ଏକ ସ୍ବାଧୀନ ଦେଶ ଭାବେ ସ୍ବୀକୃତି ଦେବା ସହ ସେଠାକୁ ଋଷ ସେନା ପଠାଇବା ପରେ ଆମେରିକା ଆର୍ଥିକ କଟକଣା ନେଇ ଘୋଷଣା କରିଥିଲା ।

Last Updated : Feb 25, 2022, 11:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.