ETV Bharat / international

କୋରୋନା ପ୍ରଭାବିତ ଇରାନରୁ ନିର୍ଦ୍ଦୋଷ ଆମେରିକୀୟଙ୍କୁ ଛାଡିବାକୁ ଚେତାବନୀ

author img

By

Published : Mar 11, 2020, 12:04 PM IST

କୋରୋନା ପ୍ରଭାବିତ ଇରାନକୁ ସତର୍କ କଲା ଆମେରିକା । ତୁରନ୍ତ ନିର୍ଦ୍ଦୋଷ ଆମେରିକୀୟ ଛଡାଯାଉ । ନଚେତ ଏହାର ପରିଣାମ ତେହରାନକୁ ଭୋଗିବାକୁ ପଡିବ । ଅଧିକ ପଢନ୍ତୁ...

amid corona virus
ୟୁଏସଏର ଚେତାବନୀ

ୱାଂଶିଟନ: କୋରୋନା ପ୍ରଭାବିତ ଇରାନକୁ ଆମେରିକାର ଚେତାବନୀ । ଭୁଲରେ ବନ୍ଦୀ ଥିବା ଆମେରିକୀୟଙ୍କୁ ମାନବିକତା କାରଣରୁ ତୁରନ୍ତ ମୁକ୍ତ କର । ନଚେତ କୋରୋନା କାରଣରୁ ଯଦି ସେମାନଙ୍କର ମୃତ୍ୟୁ ହୁଏ, ତେବେ ଏହାର ପରିଣାମ ତେହରାନକୁ ଭୋଗବାକୁ ପଡିବ । ତେହରାନ ହେଉଛି ଇରାନର ରାଜଧାନୀ । ଏନେଇ ଇରାନକୁ କଡା ଚେତାବନୀ ଦେଇଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପେଓ । ପୋମ୍ପେଓ ଏକ ବୟାନ ଦେବାକୁ ଯାଇ କହିଛନ୍ତି, ଆମେରିକାର ଏହି ପ୍ରତିକ୍ରିୟା ନିର୍ଣ୍ଣାୟକ ହେବ ।

amid corona virus
ୟୁଏସଏର ଚେତାବନୀ

ରିପୋର୍ଟ ମୁତାବକ, ଇରାନର ଜେଲ ଗୁଡିକ କୋଭିଡ-19 ବ୍ୟାପିଯାଇଛି । ଯାହା ପ୍ରତି ଜୀବନ ପ୍ରତି ବିପଦ ଥିବାବେଳେ, ସେମାନଙ୍କ ପକ୍ଷେ ଅତି କଷ୍ଟକର ହୋଇପଡିଛି । ତେଣୁ ସମସ୍ତ ଆମେରିକୀୟ ନାଗରିକଙ୍କ ସମ୍ପୂର୍ଣ୍ଣ ତଥା ତୁରନ୍ତ ମୁକ୍ତ କରିବାକୁ ଦାବି କରିଛନ୍ତି ପୋମ୍ପେଓ ।

ସୂଚନାଯୋଗ୍ୟ, ଇରାନ ଜେଲରେ ଆମେରିକାର 4 ଜଣ ବନ୍ଦୀ ରହିଥିବାବେଳେ, ସେଠାରେ ପାଖାପାଖି 8 ହଜାର କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି । ଯେଉଁଥିରେ 3ଶହ ଲୋକଙ୍କ ଜୀବନ ମଧ୍ୟ ଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.