ETV Bharat / international

‘ଆବଶ୍ୟକ ପଡିଲେ ଚୀନ ସହ ସମସ୍ତ ସମ୍ପର୍କ ଛିନ୍ନ କରିବ ଆମେରିକା’ - ଚୀନ ସହ ସମ୍ପର୍କ ଭାଙ୍ଗିବ ଆମେରିକା

କୋରୋନା ସଂକ୍ରମଣ ନିୟନ୍ତ୍ରଣରେ ଏସିଆର ସର୍ବବୃହତ ଦେଶ ଚୀନର ଭୂମିକା ନେଇ ବେଜିଂର ମନ୍ତବ୍ୟକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତୀବ୍ର ବିରୋଧ । ଏନେଇ ସେ କହିଛନ୍ତି କି ଆବଶ୍ୟକ ପଡିଲେ ଆମେରିକା ଚୀନ ସହ ସମସ୍ତ ସମ୍ପର୍କ ଛିନ୍ନ କରିବ ।

america-china relation, trump fires on china, donald trump, america to cut off relation with china, corona in america, ଆମେରିକା-ଚୀନ ସମ୍ପର୍କ, ଚୀନ ଉପରେ ଟ୍ରମ୍ପଙ୍କ ରାଗ, ଡୋନାଲ୍ଡ ଟ୍ରମ୍ପ, ଚୀନ ସହ ସମ୍ପର୍କ ଭାଙ୍ଗିବ ଆମେରିକା, ଆମେରିକାରେ କୋରୋନା
‘ଆବଶ୍ୟକ ପଡିଲେ ଚୀନ ସହ ସମସ୍ତ ସମ୍ପର୍କ ଛିନ୍ନ କରିବ ଆମେରିକା’
author img

By

Published : May 15, 2020, 9:28 PM IST

ୱାଶିଂଟନ: କୋରୋନା ସଂକ୍ରମଣ ନିୟନ୍ତ୍ରଣରେ ଏସିଆର ସର୍ବବୃହତ ଦେଶ ଚୀନର ଭୂମିକା ନେଇ ବେଜିଂର ମନ୍ତବ୍ୟକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତୀବ୍ର ବିରୋଧ । ଏନେଇ ସେ କହିଛନ୍ତି କି ଆବଶ୍ୟକ ପଡିଲେ ଆମେରିକା ଚୀନ ସହ ସମସ୍ତ ସମ୍ପର୍କ ଛିନ୍ନ କରିବ । ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏହା ପ୍ରକାଶ ପାଇବା ପରେ ଚର୍ଚ୍ଚାର ବିନ୍ଦୁ ପାଲଟିଛି ଟ୍ରମ୍ପଙ୍କ ଏହି ଦୃଢୋକ୍ତି । ଏହି ରିପୋର୍ଟରେ ପ୍ରକାଶ ପାଇଛି କି ଟ୍ରମ୍ପ ବେଜିଂ ଉପରେ ନିଜ କ୍ରୋଧ ଦେଖାଇ କହିଛନ୍ତି କି ଆମେରିକା ପାଖରେ ଅନେକ କାମ ରହିଛି । ତେଣୁ ଚୀନ ସହ ସମ୍ପର୍କ ଛିନ୍ନ କଲେ କିଛି ଅସୁବିଧା ନାହିଁ ।

ରାଗ ଜର୍ଜରିତ ହୋଇ ଟ୍ରମ୍ପ ପ୍ରଶାସନ ଏହା କହିଛି କି ଉହାନ ସହରରେ ପ୍ରାଦୁର୍ଭାବ ହୋଇଥିବା କୋରୋନା ଭୂତାଣୁ ସମ୍ବନ୍ଧୀୟ ତଥ୍ୟ ଯଦି ଚୀନ ସଠିକ ସମୟରେ ସାରା ବିଶ୍ବକୁ ଦେଇଥା'ନ୍ତା ତାହେଲେ ହୁଏତ ଆଜି ସ୍ଥିତି ଭିନ୍ନ ହୋଇଥା'ନ୍ତା । ବର୍ତ୍ତମାନ ବିଶ୍ବରେ ସବୁଠାରୁ ଅଧିକ ପ୍ରଭାବିତ ଦେଶ ଭାବେ ଆମେରିକା ଉଭା ହୋଇଥିବା ବେଳେ ଏହାପଛରେ ଚୀନକୁ ଦୋଷାରୋପ କରିଛନ୍ତି ଟ୍ରମ୍ପ । ତେଣୁ ଏପରି ଜରୁରୀ ତଥ୍ୟ ଲୁଚାଇଥିବାରୁ ପରିଣାମ ସ୍ବରୂପ ଆମେରିକା ଚୀନଠାରୁ ଅର୍ଥନୈତିକ ତଣ୍ଡ ନେବା ପାଇଁ ସୂଚନା ଦେଇଛି ।

ସୂଚନା ଅନୁଯାୟୀ ସୋମବାର ଆମେରିକା ଚୀନ ସହ ଫେଡେରାଲ ରିଟାୟରମେଣ୍ଟ ଫଣ୍ଡଗତ ସମ୍ପର୍କ ଛିନ୍ନ କରିଛି । ସେପଟେ ଶୁକ୍ରବାର ଟ୍ରମ୍ପ ଏନେଇ ପୁଣି କହିଛନ୍ତି କି ଚୀନ ସହ ସମସ୍ତ ସମ୍ପର୍କ ଛିନ୍ନ କଲେ 500 ବିଲିୟନ ଡଲାର ଅର୍ଥ ବଞ୍ଚିଯାଇପାରିବ । ସେ ଏହା ମଧ୍ୟ କହିଛନ୍ତି କି ବର୍ତ୍ତମାନ ସେ ଚୀନ ସହ ଏନେଇ ତର୍କ କରିବାକୁ ଚାହୁଁ ନାହାନ୍ତି । ଏପରି ସ୍ଥିତି ପଛରେ ଚୀନ ଦାୟୀ ଥିବା ବେଳେ ଚୀନକୁ ଏପରି ସ୍ଥିତି ସୃଷ୍ଟି କରିବାର ହିଁ ନଥିଲା । ଦେଶର ସ୍ଥିତି ଏପରି ହୋଇଛି କି ଏବେ ଚୀନ ସହ କୌଣସି ସମ୍ପର୍କ ଆଉ ପୂର୍ବ ପରି ନାହିଁ ବୋଲି ଟ୍ରମ୍ପ କହିଛନ୍ତି ।

ଚୀନରେ ଏହି ବିତ୍ପାତ ଆରମ୍ଭ ହେଲେ ସୁଦ୍ଧା ବର୍ତ୍ତମାନ ସାରା ବିଶ୍ବରେ ଯଦି କେଉଁ ଦେଶ ଏହି ମହାମାରୀରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି, ସେ ହେଉଛି ଆମେରିକା । ଜନ ହପକିନ୍ସ ୟୁନିଭର୍ସିଟିର ରିପୋର୍ଟ ମୁତାବକ ବର୍ତ୍ତମାନ ଆମେରିକାରେ ମୋଟ ଆକ୍ରାନ୍ତ ସଂଖ୍ୟା 1,417,889 ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ରହିଛି 85,906 ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.