ETV Bharat / international

ଭୟ ବଢାଉଛି new covid variant Omicron, ସତର୍କ କଲା WHO

author img

By

Published : Nov 27, 2021, 5:04 PM IST

ପୁଣି ସାମ୍ନାକୁ ଆସିଲା କୋରୋନାର ନୂଆ ଭାରିଆଣ୍ଟ (new covid variant Omicron) । ଦକ୍ଷିଣ ଆଫ୍ରିକା ସମେତ ହଂକଂ, ବୋସ୍ୱାନା ଓ ବେଲଜିୟମରେ ମଧ୍ୟ ଏହି ନୂଆ ପ୍ରଜାତିର କରୋନା ଭୂତାଣୁ ଚିହ୍ନଟ ହୋଇଛି । ଏନେଇ ସତର୍କ କରାଇଛି WHO । ଅନ୍ୟପଟେ ପ୍ରଧାନମନ୍ତ୍ରୀ ଆଜି କୋଭିଡ ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ

new coronavirus variant
new coronavirus variant

ନୂଆଦିଲ୍ଲୀ: ଭୟ ବଢାଉଛି ନୂଆ ଭୂତାଣୁ (new covid variant Omicron) । ପୁଣି ସାମ୍ନାକୁ ଆସିଲା କୋରୋନାର ନୂଆ ଭାରିଆଣ୍ଟ । ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ଓମିକ୍ରନ (omicron Covid variant) ଏବେ ବିଶ୍ବବାସୀଙ୍କ ଚିନ୍ତା ବଢାଇ ଦେଇଛି । ଏହି କାରଣରୁ ଦକ୍ଷିଣ ଆଫ୍ରିକା ସମେତ ହଂକଂ, ବୋସ୍ୱାନା ଓ ବେଲଜିୟମରେ ମଧ୍ୟ ଏହି ନୂଆ ପ୍ରଜାତିର କରୋନା ଭୂତାଣୁ ଚିହ୍ନଟ ହୋଇଛି ।

ଦେଶରେ କୋରୋନାର ଦ୍ବିତୀୟ ଲହର ସରି ଆସିବାକୁ ବସିଥିବା ବେଳେ ପୁଣି ମୁଣ୍ଡ ଉପରେ ତୃତୀୟ ଲହରର ଚିନ୍ତା । କୋରୋନାର ନୂଆ ରୂପ ତୃତୀୟ ଲହରକୁ ଡାକି ଆଣିପାରେ । ଓମିକ୍ରନ ନେଇ WHO ସତର୍କ କରାଇବା ପରେ ଭାରତ ସମେତ ଅନ୍ୟାନ୍ୟ ଦେଶ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏପେଟ ଡବଲ ଡୋଜ ଟିକା ନେଇଥିବା ଲୋକଙ୍କ ମନରେ ଉଙ୍କି ମାରୁଛି ନାନା ପ୍ରଶ୍ନ ? ନୂଆ ଭାରିଆଣ୍ଟ କ୍ଷେତ୍ରରେ କାମ କରୁଛି କି କୋରୋନା ଟିକା ?

ଓମିକ୍ରନକୁ ମାତ୍‌ ଦେବାରେ କେତେ ଫ୍ରଳପ୍ରଦ ଟିକା ?

ଭାରତରେ କୋରୋନା ଦ୍ବିତୀୟ ଲହର ଥମିଆସୁଥିବା ବେଳେ ପୁଣି ଚିନ୍ତା ବଢାଇଛି କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଦକ୍ଷିଣ ଆଫ୍ରିକାରେ ନୂଆ ଭାଇରସ ଚିହ୍ନଟ ହେବା ପରେ ଅନ୍ୟାନ୍ୟ ଦେଶରେ ପଶିଛି ଛନକା । ଏହାରି ଭିତରେ ଏକ ଆଶ୍ବସ୍ତିକର ଖବର ଦେଇଛନ୍ତି ସାଉଥ ଆଫ୍ରିକାର ସ୍ବାସ୍ଥ୍ୟମନ୍ତ୍ରୀ ଜୋ ଫାହଲା ( South African Health Minister Joe Phaahla) । ନୂଆ ଭାରିଆଣ୍ଟ ବିରୋଧରେ ପ୍ରଭାବଶାଳୀ କୋରୋନା ଟିକା । ଅନ୍ୟାନ୍ୟ ଭାରିଆଣ୍ଟ ଭଳି ଓମିକ୍ରନ କ୍ଷେତ୍ରରେ ମଧ୍ୟ ପ୍ରଭାବଶାଳୀ କୋରୋନା ଟିକା ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ଟିକା କମ୍ପାନୀଙ୍କ ପ୍ରସ୍ତୁତି

ଅନ୍ୟ ପଟେ ଭ୍ୟାକ୍ସିନ ପ୍ରସ୍ତୁତକାରୀ କମ୍ପାନୀ ନୂଆ ଭାରିଆଣ୍ଟ ଉପରେ ରିସର୍ଚ୍ଚ କରିବା ଆରମ୍ଭ କରିଦେଇଛନ୍ତି । ଏହାକୁ କିପରି ପ୍ରତିହତ କରାଯାଇପାରିବ ସେନେଇ ମଧ୍ୟ ଚାଲିଛି ଗବେଷଣା । ପୁରୁଣା ଭାରିଆଣ୍ଟ ଅପେକ୍ଷା ଓମିକ୍ରନ ମ୍ୟୁଟେସନ ଅଧିକ ଦେଖିବାକୁ ମିଳୁଛି । ମୋଡେର୍ଣ୍ଣା କହିଛି କି, ଆମେ ନୂଆ ବୁଷ୍ଟର ଡୋଜ ପ୍ରସ୍ତୁତ ପାଇଁ ଚେଷ୍ଟା ଜାରି ରଖିଛୁ । ଯାହା ନୂଆ ଭାରିଆଣ୍ଟକୁ ଲଢିବାରେ ସକ୍ଷମ ହେବ । ସେହିପରି Johnson & Johnson ଓ AstraZeneca କମ୍ପାନୀ ନୂଆ ଭାରିଆଣ୍ଟକୁ ନେଇ ରିସର୍ଚ୍ଚ କରୁଥିବା ସୂଚନା ଦେଇଛନ୍ତି ।

ସତର୍କ କରାଇଲା WHO

ନିକଟରେ ସାଉଥ ଆଫ୍ରିକାରେ କୋରୋନାର ନୂଆ ଭାରିଆଣ୍ଟ B.1.1.529 ଚିହ୍ନଟ ହୋଇଛି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ବା WHO । ଏହାସହ ନୂଆ ଷ୍ଟ୍ରେନକୁ ନେଇ ସତର୍କ ମଧ୍ୟ କରାଇଛି WHO । ଓମିକ୍ରନ ପ୍ରଭାବରେ କୋଭିଡରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ମଧ୍ୟ ପୁନଃ ସଂକ୍ରମିତ ହୋଇପାରନ୍ତି । ଏପରିକି ପୂର୍ବ ଭାରିଆଣ୍ଟ ଠାରୁ ଓମିକ୍ରନ ଅଧିକ ବିପଦଜନକ ବୋଲି ସତର୍କ କରାଇଛି WHO । ଏହି ନୂଆ ଭାରିଆଣ୍ଟ ଖୁବ ଶୀଘ୍ର ବ୍ୟାପୁଥିବା ବେଳେ ଲୋକଙ୍କ କ୍ଷେତ୍ରରେ କେତେ ବିପଦପୂର୍ଣ୍ଣ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି । ଏନେଇ ଅନୁଧ୍ୟାନ ଚାଲିଛି, ଏହା କେତେ ମାତ୍ରାରେ ପ୍ରଭାବ ପକାଇବ ଆଉ କିଛି ସପ୍ତାହ ପରେ ଜଣାପଡିବ ବୋଲି ହୁ କହିଛି ।

ମୋଦିଙ୍କ କୋଭିଡ ସମୀକ୍ଷା:

କୋରୋନାର ନୂଆ ପ୍ରଜାତି ଚିହ୍ନଟ ପରେ ଦେଶର କିଛି ରାଜ୍ୟରେ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ଯାହା ବେଶ ଚିନ୍ତାର ବିଷୟ ପାଲଟିଛି । ଓଡିଶା ଓ କର୍ଣ୍ଣାଟକ ଭଳି ରାଜ୍ୟରେ ଛାତ୍ରଛାତ୍ରୀ କୋରୋନା ଚିହ୍ନଟ ହେଉଥିବା ଖବର ସାମ୍ନାକୁ ଆସୁଛି । ଦେଶର କୋଭିଡ ସ୍ଥିତିକୁ ନେଇ ଆଜି ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ।

କେଜ୍ରିୱାଲଙ୍କ ଅପିଲ୍‌:

ବଢୁଥିବା ସଂକ୍ରମଣ ନେଇ ଚିନ୍ତା ପ୍ରକଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଯେଉଁ ଦେଶରୁ କୋରୋନାର ନୂଆ ଭାରିଆଣ୍ଟ ବ୍ୟାପିଛି ସେଠାକୁ ବିମାନ ଚଳାଚଳ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅପିଲ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏନେଇ ସେ ଶୁକ୍ରବାର ଟ୍ବିଟ ମଧ୍ୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.