ETV Bharat / entertainment

'ସାଲାର' ସହ ଦମଦାର କମବ୍ୟାକ କରିବେ ପ୍ରଭାସ, ରିଲିଜ ପୂର୍ବରୁ ରେକର୍ଡ କଲାଣି ଫିଲ୍ମ

author img

By ETV Bharat Odisha Team

Published : Dec 21, 2023, 3:27 PM IST

Salaar Advance Booking: ପ୍ରଭାସଙ୍କ 'ସାଲାର' ପାଇଁ କ୍ରେଜ ବଢିବାରେ ଲାଗିଛି । ଫିଲ୍ମ ରିଲିଜ ପୂର୍ବରୁ ଆଡଭାନ୍ସ ବୁକିଂରେ ଫିଲ୍ମ ଜୋରଦାର ଟିକେଟ ବିକ୍ରି କରି କୋଟି କୋଟି ଟଙ୍କାର ଆୟ କରିସାରିଲାଣି । ଜାଣନ୍ତୁ, କେତେ ଆୟ କଲାଣି ଫିଲ୍ମ?

'ସାଲାର' ସହ ଦମଦାର କମବ୍ୟାକ କରିବେ ପ୍ରଭାସ, ରିଲିଜ ପୂର୍ବରୁ ରେକର୍ଡ କଲାଣି ଫିଲ୍ମ
'ସାଲାର' ସହ ଦମଦାର କମବ୍ୟାକ କରିବେ ପ୍ରଭାସ, ରିଲିଜ ପୂର୍ବରୁ ରେକର୍ଡ କଲାଣି ଫିଲ୍ମ

ହାଇଦ୍ରାବାଦ: ଶାହାରୁଖ ଖାନଙ୍କ ଫିଲ୍ମ 'ଡଙ୍କି' ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଆସନ୍ତାକାଲି ଯଥା ୨୨ ଡିସେମ୍ବରରେ ସୁପରଷ୍ଟାର ପ୍ରଭାସଙ୍କ 'ସାଲାର' ପ୍ରେକ୍ଷାଳୟକୁ ଆସିବ । ରିଲିଜ ପୂର୍ବରୁ ପ୍ରଭାସଙ୍କ ଅଭିନୀତ ଚଳଚ୍ଚିତ୍ର ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ ଦେଖିବାକୁ ମିଳିଛି । ବର୍ତ୍ତମାନ ଆଡଭାନ୍ସ ବୁକିଂରେ ପ୍ରଥମ ଦିନର ଶୋ' ପାଇଁ ଧୂଆଁଧାର ଟିକେଟ ବିକ୍ରି ସହ ବମ୍ପର କଲେକ୍ସନ କରିଛି । ଫିଲ୍ମ ରିଲିଜ ପୂର୍ବରୁ ୩୦ କୋଟି ଆୟ କରିସାରିଲାଣି । ଏହା ଦେଖି କୁହାଯାଉଛି ଯେ, ପ୍ରଭାସ ଏହି ଫିଲ୍ମ ସହ ଦମଦାର କମବ୍ୟାକ କରିବାକୁ ଥିବା ବେଳେ ପ୍ରଥମ ଦିନରେ ଅନେକ ଫିଲ୍ମର ରେକର୍ଡ ଭାଙ୍ଗିପାରେ ।

  • " class="align-text-top noRightClick twitterSection" data="">

ସାକନିକଙ୍କ ରିପୋର୍ଟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ସାଲାରର ଆଡଭାନ୍ସ ବୁକିଂରେ ୧୫ ଲକ୍ଷ ୩୯ ହଜାର ୩୫୩ଟି ଟିକେଟ୍ ବିକ୍ରି ହୋଇସାରିଲାଣି । ଏହା ସହ ପ୍ରଭାସଙ୍କ ଅଭିନୀତ ଚଳଚ୍ଚିତ୍ର ୩୨.୩୩ କୋଟି ଟଙ୍କା ଆୟ କରିଛି । ତେବେ ଏହି ଚଳଚ୍ଚିତ୍ର ଓପନିଂ ଦିନରେ ବକ୍ସ ଅଫିସରେ ୫୦ କୋଟିରୁ ଅଧିକ ଆୟ କରିବ ବୋଲି ଆଶା କରାଯାଉଛି । ସୂଚନା ଥାଉ କି, 'ସାଲାର' ଆଡଭାନ୍ସ ବୁକିଂରେ ଶାହାରୁଖ ଖାନଙ୍କ 'ଡଙ୍କି'କୁ ପଛରେ ପକାଇଛି । ପ୍ରଥମ ଦିନରେ ଆଡଭାନ୍ସ ବୁକିଂରେ ଡଙ୍କିର କଲେକ୍ସନ ୧୩ କୋଟିରୁ ଅଧିକ ରହିଛି ।

କେବଳ ଭାରତରେ ନୁହେଁ ବିଦେଶରେ ବି ପ୍ରଭାସଙ୍କ କ୍ରେଜ ଦେଖିବାକୁ ମିଳିଛି । ପ୍ରଭାସଙ୍କ ସହ ଏକ ଆକର୍ଷଣୀୟ ପୋଷ୍ଟର ସେୟାର ନିର୍ମାତା ଇନଷ୍ଟାଗ୍ରାମରେ ଏହି ସୂଚନା ଦେଇଛନ୍ତି । USAରେ ସାଲାର ଝଡ ସୃଷ୍ଟି କରିଛି । ସେ ଲେଖିଛନ୍ତି, ଆମେରିକାରେ 'ସାଲାର' ରେକର୍ଡ ଭାଙ୍ଗିଛି । ୧.୮୧ ମିଲିୟନ୍ ଡଲାର୍ ପ୍ରିମିୟର୍ ପ୍ରି-ବିକ୍ରୟ ସହ ରେକର୍ଡ ସୃଷ୍ଟି କରିଛି । ଏହିପରି 'ସାଲାର' ୨୦୨୩ ମସିହାର ଟପ୍ ଭାରତୀୟ ଚଳଚ୍ଚିତ୍ର ଭାବେ ଆମେରିକାର ସର୍ବୋଚ୍ଚ ପ୍ରିମିୟର୍ ଗ୍ରୋସର ହୋଇପାରିଛି ।

ଏହା ମଧ୍ୟ ପଢନ୍ତୁ: ସାଲାରକୁ ‘ଏ’ ସାର୍ଟିଫିକେଟ ନେଇ ଖୁସି ନାହାନ୍ତି ପ୍ରଶାନ୍ତ ନୀଲ, କହିଦେଲେ ଏମିତି କଥା

ସୂଚନା ଥାଉ କି, ଆଦିପୁରୁଷ ଫ୍ଲପ ପରେ ପ୍ରଭାସ ସାଲାର ସହ ଧମାକା କରିବାକୁ ପ୍ରସ୍ତୁତ । ଏହି ଫିଲ୍ମକୁ ସେନ୍ସର ବୋର୍ଡ 'ଏ' ସାର୍ଟିଫିକେଟ ପ୍ରଦାନ କରିଛି । ଆସନ୍ତାକାଲି (୨୨ ଡିସେମ୍ବର) ପ୍ରଭାସଙ୍କ ଫିଲ୍ମ 'ସାଲାର' ତେଲୁଗୁ, କନ୍ନଡ଼, ମାଲାୟଲାମ, ତାମିଲ ଓ ହିନ୍ଦୀ ଭଳି ୫ଟି ଭାଷାରେ ରିଲିଜ ହେବ । ଏଥିରେ ସୁପରଷ୍ଟାର ପ୍ରଭାସଙ୍କ ସହ ପୃଥ୍ବୀରାଜ ସୁକୁମାରନ୍, ଶ୍ରୁତି ହାସନ ଏବଂ ଜଗପତି ବାବୁଙ୍କ ପରି ଆଗଧାଡ଼ିର ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରଟି 'ହମ୍ବଲେ ଫିଲ୍ମସ' ଦ୍ବାରା ନିର୍ମିତ ହୋଇଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.