ETV Bharat / entertainment

କେକେଙ୍କ ମୃତ୍ୟୁର ହେବ CBI ତଦନ୍ତ

author img

By

Published : Jun 7, 2022, 8:39 AM IST

Updated : Jun 7, 2022, 8:48 AM IST

ପ୍ରିସଦ୍ଧ ବଲିଉଡ ଗାୟକ କେକେ ଓରଫ କିଷ୍ଣକୁମାର କୁନ୍ନଥ ମୃତ୍ୟୁକୁ ନେଇ ବଢୁଛି ବିବାଦ । ତାଙ୍କ ମୃତ୍ୟୁ ଅସ୍ବାଭାବିକ ବୋଲି ଗ୍ରହଣ କରିବା ଶ୍ରୋତାଙ୍କ ପାଇଁ ସହଜ ହୋଇନାହିଁ । ଗାୟକଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି ନେଇ ଏକ ଜନସ୍ବାର୍ଥ ମାମଲା ରୁଜ୍ଜୁ ହୋଇଛି । ଅଧିକ ପଢନ୍ତୁ

କେକେଙ୍କ ମୃତ୍ୟୁର ଦେବ CBI ତଦନ୍ତ
କେକେଙ୍କ ମୃତ୍ୟୁର ଦେବ CBI ତଦନ୍ତ

କୋଲକାତା: ପ୍ରିସଦ୍ଧ ବଲିଉଡ ଗାୟକ କେକେ ଓରଫ କିଷ୍ଣକୁମାର କୁନ୍ନଥ ମୃତ୍ୟୁକୁ ନେଇ ବଢୁଛି ବିବାଦ । ତାଙ୍କ ମୃତ୍ୟୁ ଅସ୍ବାଭାବିକ ବୋଲି ଗ୍ରହଣ କରିବା ଶ୍ରୋତାଙ୍କ ପାଇଁ ସହଜ ହୋଇନାହିଁ । ଏହି ମାମଲା ବର୍ତ୍ତମାନ କୋର୍ଟରେ ପହଞ୍ଚିଲାଣି । ଗାୟକଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି ନେଇ ଏକ ଜନସ୍ବାର୍ଥ ମାମଲା ରୁଜ୍ଜୁ ହୋଇଛି । ଏ ସଂକ୍ରାନ୍ତରେ ଆଗତ ଜନସ୍ବାର୍ଥ ମାମଲାକୁ କୋଲକାତା ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରଛନ୍ତି ।

ଆଇନଜୀବୀ ରବିଶଙ୍କର ଚଟ୍ଟୋପାଧ୍ୟାୟ ଏହି ପିଟିସନ ଫାଇଲ କରିବା ସହ କେକେଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ପ୍ରାର୍ଥନା କରିଛନ୍ତି । ମୁଖ୍ୟ ବିଚାରପତି ପ୍ରକାଶ ଶ୍ରୀବାସ୍ତବ ଓ ବିଚାରପତି ରାଜର୍ଶି ଭରଦ୍ବାଜଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ବିଚାର କରିବାକୁ ରାଜି ହୋଇଛନ୍ତି । ପିଟିସନରେ ଦର୍ଶାଯାଇଛି ଯେ କୋଲକାତାର ନଜରୁଲ ମଞ୍ଚରେ ଘଟିଥିବା ସେହି ଅଘଟଣ ଦିନ ପରିଚାଳନାଗତ ଅବ୍ୟବସ୍ଥା ଓ ସ୍ଥାନୀୟ ପ୍ରଶାସନର ଅବହେଳା ଦେଖିବାକୁ ମିଳିଛି । ତେଣୁ ଏହାର ସିବିଆଇ ତଦନ୍ତ କରାଗଲେ ପ୍ରକୃତ କାରଣ ବାହାରକୁ ଆସିବ ।

ଏହା ବି ପଢନ୍ତୁ...Tribute To Singer KK: କଳାରେ ବଞ୍ଚି ରହିବେ KK

ପ୍ରକାଶ ଥାଉ କି, ମଇ 31 ତାରିଖରେ ସମଗ୍ର ସଙ୍ଗୀତ ପ୍ରେମୀଙ୍କ ପାଇଁ ଥିଲା ଦୁଃଖର ଦିନ । କେକେଙ୍କୁ ଭଲ ପାଉଥିବା ପ୍ରତିଟି ଲୋକ ଆବାକ ମର୍ମାହତ ହୋଇଥିଲେ । କୋଲକାତାର ନଜରୁଲ ମଞ୍ଚରେ ଗୀତ ଗାଉ ହଠାତ ଅସୁସ୍ଥ ହୋଇ ପଡିଥିଲେ କେକେ । ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସବୁଦିନ ପାଇଁ ସମସ୍ତଙ୍କୁ ଅଲବିଦା କହିଥିଲେ କେକେ । ପୋଷ୍ଟମର୍ଟମ ରିପୋର୍ଟରେ ହୃତଘାତରୁ କେକେଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇଥିଲା ।

Last Updated : Jun 7, 2022, 8:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.