ETV Bharat / entertainment

Mira Rajput Birthday: ରୋମାଣ୍ଟିକ ଫଟୋ ସେୟାର କରି ପତ୍ନୀଙ୍କୁ ଶୁଭେଚ୍ଛା ଜଣାଇଲେ ସାହିଦ କପୁର - ସାହିଦ କପୁର ମୀରା ରାଜପୁତ

ଆଜି ସାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତଙ୍କ ଜନ୍ମଦିନ। ଏହି ଅବସରରେ ଅଭିନେତା ତାଙ୍କ ପତ୍ନୀଙ୍କୁ ଏକ ସ୍ପେଶାଲ ପୋଷ୍ଟ ସେୟାର କରି ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆରେ ରୋମାଣ୍ଟିକ ଫଟୋ ସେୟାର କରି ତାଙ୍କୁ ବର୍ଥ ଡେ ୱିସ୍ କରିଛନ୍ତି। ଅଧିକ ପଢନ୍ତୁ,

ରୋମାଣ୍ଟିକ ଫଟୋ ସେୟାର କରି ପତ୍ନୀଙ୍କୁ ଶୁଭେଚ୍ଛା ଜଣାଇଲେ ସାହିଦ କପୁର

author img

By ETV Bharat Odisha Team

Published : Sep 7, 2023, 4:17 PM IST

ହାଇଦ୍ରାବାଦ: ବଲିଉଡ ହ୍ୟାଣ୍ଡସମ ହଙ୍କ ସାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତ କପୁର ଆଜି ତାଙ୍କ 29ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଅବସରରେ ସାହିଦ କପୁର ତାଙ୍କ ସୁନ୍ଦରୀ ତଥା ଷ୍ଟାଇଲିସ୍ ପତ୍ନୀ ମୀରାଙ୍କୁ ବିଶେଷ ଢଙ୍ଗରେ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି । ସୋସିଆଲ ମିଡିଆରେ ଅଭିନେତା ଏକ ରୋମାଣ୍ଟିକ୍‌ ଫଟୋ ସେୟାର କରି ପତ୍ନୀଙ୍କୁ ଶୁଭକାମନା ଜଣାଇଛନ୍ତି ।

ସାହିଦ କପୁର ନିଜ ଇନଷ୍ଟାଗ୍ରାମରେ ତାଙ୍କ ପତ୍ନୀଙ୍କ ସହ ଏକ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି । କ୍ୟାପ୍‌ସନ୍‌ରେ ସାହିଦ ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା ମୋର ହୃଦୟର ରାଣୀ ମୀରା । ମୁଁ ତୁମକୁ ପାଇ ବହୁତ ଧନ୍ୟ ମନେ କରୁଛି । ତୁମେ ମୋ ସହ ସର୍ବଦା ରୁହ । ବର୍ତ୍ତମାନ ସାହିଦଙ୍କ ପ୍ରଶଂସକମାନେ ତାଙ୍କ ପତ୍ନୀଙ୍କୁ ଏହି ପୋଷ୍ଟରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଫଟୋରେ ମୀରା ବ୍ଲୁ ଶାଢୀରେ ନଜର ଆସିଥିବା ବେଳେ ସାହିଦ ବ୍ଲାକ୍‌ ଆଉଟଫିଟ୍‌ରେ ନଜର ଆସିଛନ୍ତି । ପ୍ରଥମ ଫଟୋରେ ଉଭୟ ଉଭୟଙ୍କ ଚାହିଁ ରହିଥିବା ପୋଜ୍‌ ଦେଇଥିବା ବେଳେ 2ୟରେ କ୍ୟାମରାକୁ ଉଭୟ ଲୁକ୍‌ ଦେଇଛନ୍ତି । 3ୟ ଫଟୋରେ ମୀରାଙ୍କୁ ସାହିଦ କିସ୍ କରୁଥିବା ନଜର ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନବରାତ୍ରିରେ ନୂଆ ଘରକୁ ପ୍ରବେଶ କଲେ ସାହିଦ ଓ ମୀରା

ଏହି ଫଟୋ ଉପରେ ସାହିଦ କପୁରଙ୍କ ପତ୍ନୀଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ସାହିଦ କପୁର ପ୍ରଭୁ କୃଷ୍ଣଙ୍କର ଏକ ଫଟୋ ତାଙ୍କ ଇନଷ୍ଟୋଷ୍ଟୋରୀରେ ସେୟାର କରି ହାପି ଜନ୍ମାଷ୍ଟମୀ ଲେଖି ଫ୍ୟାନ୍ସଙ୍କୁ ଜନ୍ମାଷ୍ଟମୀ ଅଭିନନ୍ଦନ ଜଣାଇଛନ୍ତି। ଏହି ଫୋଷ୍ଟ ଉପରେ ଅନେକ ଫ୍ୟାନ୍ସ ଏହି ଯୋଡିର ପ୍ରଶଂସା କରିବା ସହ ଲାଲ ହାର୍ଟ ଏବଂ ଫାୟାର ଇମୋଜି ଦେଇଛନ୍ତି।

ଫ୍ୟାନ୍ସଙ୍କୁ ଜନ୍ମାଷ୍ଟମୀ ଶୁଭେଚ୍ଛା ଜଣାଇଲେ ସାହିଦ କପୁର

ଏହା ମଧ୍ୟ ପଢନ୍ତୁ: Janmashtami: ବଲିଉଡରୁ ଓଲିଉଡ ସବୁଠି ଜନ୍ମାଷ୍ଟମୀର ଧୁମ୍‌

2015ରେ ସାହିଦ କପୁର ଏବଂ ମୀରା ରାଜପୁତ ବିବାହ କରିଥିଲେ । ବିବାହର 8 ବର୍ଷ ପରେ ଦୁହେଁ ଝିଅ ମିଶା ଏବଂ ପୁଅ ଜୈନଙ୍କ ପିତାମାତା ହୋଇଥିଲେ । ସେପଟେ ୱାର୍କଫ୍ରଣ୍ଟ୍‌ କଥା କହିବାକୁ ଗଲେ, ସାହିଦ କପୁରଙ୍କୁ କ୍ରାଇମ-ଡ୍ରାମା ଚଳଚ୍ଚିତ୍ର ବ୍ଲଡି ଡାଡିରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରଟି OTTରେ ମୁକ୍ତିଲାଭ କରିଥିଲା ​। ଏହାକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଏହି ଚଳଚ୍ଚିତ୍ରକୁ ନିର୍ଦ୍ଦେଶକ ଅଲି ଅବ୍ବାସ ଜାଫର ନିର୍ଦ୍ଦେଶନା ଦେଇଥିଲେ, ଯିଏ ଟାଇଗର ଜିନ୍ଦା ହେ ଏବଂ ସଲମାନ ଖାନଙ୍କ ସହ ଭାରତ ଭଳି ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.