ETV Bharat / entertainment

Bade Miyan Chote Miyan: 2024ଇଦରେ ରିଲିଜ ହେବ ବଡ଼େ ମିୟା ଛୋଟେ ମିୟାଁ ! ଏକାଠି ନଜର ଆସିବେ ଅକ୍ଷୟ-ଟାଇଗର - ବଡେ ମିୟାଁ ଛୋଟେ ମିୟାଁ ରିଲିଜ

ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ୍ ଷ୍ଟାରର 'ବଡେ ମିୟାଁ ଛୋଟେ ମିୟାଁ' ଫିଲ୍ମର 2024 ଇଦରେ ରିଲିଜ ହେବ । ଏହି ଫିଲ୍ମଟି ପୂଜା ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ହୋଇଥିବା ବେଳେ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଅଲି ଅବ୍ବାସ ଜାଫର । ଅଧିକ ପଢନ୍ତୁ

2024ଇଦରେ ରିଲିଜ ହେବ ଅକ୍ଷୟ କୁମାର-ଟାଇଗର ଶ୍ରଫ୍ ଅଭିନୀତ ଫିଲ୍ମ!

author img

By

Published : May 5, 2023, 4:43 PM IST

ହାଇଦ୍ରାବାଦ: ଅକ୍ଷୟ କୁମାରଙ୍କ ଗୋଟିଏ ପରେ ଗୋଟିଏ ଫିଲ୍ମ ବକ୍ସ ଅଫିସରେ ବିଫଳ ହେବାରେ ଲାଗିଛି । ଏହାରି ମଧ୍ୟରେ ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ତାଙ୍କ ଆଗାମୀ ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' 2024 ଇଦ୍‌ରେ ରିଲିଜ ହେବା ନେଇ ସୂଚନା ମିଳିଛି । ଏହି ଫିଲ୍ମରେ ଅକ୍ଷୟଙ୍କ ବ୍ୟତୀତ ଅଭିନେତା ଟାଇଗର ଶ୍ରଫ ଏବଂ ମାଲାୟାଲମ୍ ତାରକା ପ୍ରୀତିରାଜ ସୁକୁମାରନଙ୍କୁ ଦେଖିବାକୁ ମିଳିବ । ଏବଂ ନିର୍ମାତାମାନେ ଏହି ଫିଲ୍ମକୁ ପରଦାରେ ଏକ ବଡ ଆକ୍ସନ ଥ୍ରିଲର ଫିଲ୍ମ ଭାବେ ଉପସ୍ଥାପନ କରିବାକୁ ଚାହୁଁଛନ୍ତି । ତେବେ ଏହି ଫିଲ୍ମର ରିଲିଜ ତାରିଖ ଶୁଣି ଫିଲ୍ମକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଫ୍ୟାନ୍ସ ।

ଯଦିଓ ଫିଲ୍ମର ରିଲିଜକୁ ନେଇ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ଘୋଷଣା ହୋଇନି, ତଥାପି ପୂଜା ଏଣ୍ଟରଟେନମେଣ୍ଟ 2024 ମସିହା ଇଦରେ ଫିଲ୍ମକୁ ରିଲିଜ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି । ବାଶୁ ଭାଗ୍ନାନୀ ଏବଂ ଜ୍ୟାକି ଭାଗ୍ନାନୀ ଦ୍ବାରା ପୂଜା ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ଫିଲ୍ମକୁ ଭାରତୀୟ ସିନେମାର ସବୁଠୁ ବଡ ଆକ୍ସନ୍ ଫିଲ୍ମ ଭାବରେ ଉପସ୍ଥାପନ କରିବାକୁ ଯୋଜନା କରିଥିବା ଜଣାପଡିଛି । ଏହି ଫିଲ୍ମରେ ବଲିଉଡର ଦୁଇ ବଡ ଆକ୍ସନ୍ ଷ୍ଟାର ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ୍ ପ୍ରଥମ ଥର ପାଇଁ ଏକାଠି ହେବେ । ନିର୍ମାତାମାନେ ୟୁରୋପ ଏବଂ ୟୁଏଇର ଅନେକ ସ୍ଥାନରେ ଏହି ଫିଲ୍ମର ସୁଟିଂ କରୁଛନ୍ତି ଏବଂ ଏହାର ସୁଟିଂ କିଛି ଦିନ ମଧ୍ୟରେ ଶେଷ ହେବ ବୋଲି ଅନୁମାନ କରାଯାଉଛି ।

ସୂଚନା ଥାଉ କି, ଅଲି ଅବ୍ବାସ ଜାଫରଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଭାରତ' ଏବଂ 'ସୁଲତାନ' ରିଲିଜ ହୋଇଥିଲା । ଏହି 2ଟି ଫିଲ୍ମରେ ବଲିଉଡ ଭାଇଜାନ ସଲମାନ ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଯାହା ବକ୍ସ ଅଫିସରେ ହିଟ୍‌ ମଧ୍ୟ ହୋଇଥିଲା । ଅଲି ଅବ୍ବାସ ଜାଫରଙ୍କ ନିର୍ଦ୍ଦେଶିତ ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' ପୁଣି ଇଦ୍‌ରେ ରିଲିଜ କରିବ । ତେବେ ଏହି ଫିଲ୍ମ ଅଲ୍ଲିଙ୍କ ତୃତୀୟ ଇଦ୍ ରିଲିଜ ଫିଲ୍ମ ହେବ ।

ରିପୋର୍ଟ ଅନୁସାରେ, ନିର୍ମାତାମାନେ ଏହି ଫିଲ୍ମକୁ ବ୍ଲକବଷ୍ଟର ସହ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଖୋରାକ ଯୋଗାଇବା ଉଦ୍ଦେଶ୍ୟରେ ନିର୍ମିତ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ତେବେ ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା, ମାନୁଶି ଚିଲାର୍ ଏବଂ ଆଲାୟା ଏଫ୍ ପ୍ରମୁଖ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମ ହିନ୍ଦୀ, ତେଲୁଗୁ ଓ ତାମିଲ, କନ୍ନଡ ଏବଂ ମାଲାୟାଲମ ଭାଷାରେ ରିଲିଜ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.