ETV Bharat / entertainment

ଯବାନର 'ଜିନ୍ଦା ବନ୍ଦା' ଗୀତ ଏଭଳି ହୋଇଥିଲା ସୁଟ୍, ନିର୍ମାତା ଭିଡିଓ ସେୟାର କରି ଦେଖାଇଲେ ଝଲକ - ଅଟଲି

ଶାହାରୁଖ ଖାନଙ୍କ ଫିଲ୍ମ ଯବାନର ପ୍ରଥମ ଗୀତ 'ଜିନ୍ଦା ବନ୍ଦା' ନିକଟରେ ରିଲିଜ ହୋଇଥିଲା । ଏହି ଗୀତ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ତେବେ 15କୋଟିରେ ନିର୍ମିତ ଏହି ଗୀତର ସୁଟ୍ କିଭଳି ହୋଇଥିଲା । ତାହାର ଭିଡିଓ ସେୟାର କରି ଝଲକ ଦେଖାଇଛନ୍ତି ନିର୍ମାତା । ଅଧିକ ପଢନ୍ତୁ

ଯବାନର 'ଜିନ୍ଦା ବନ୍ଦା' ଗୀତ ଏଭଳି ହୋଇଥିଲା ସୁଟ୍, ନିର୍ମାତା ଭିଡିଓ ସେୟାର କରି ଦେଖାଇଲେ ଝଲକ

author img

By

Published : Aug 11, 2023, 5:09 PM IST

ହାଇଦ୍ରାବାଦ: ଶାହାରୁଖ ଖାନ ଏବଂ ସାଉଥ ଲୋକପ୍ରିୟ ନିର୍ଦ୍ଦେଶକ ଅଟଲିଙ୍କ ଫିଲ୍ମ ଯବାନ ରିଲିଜ ହେବା ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଫିଲ୍ମଟି ଆସନ୍ତା ମାସ ଅର୍ଥାତ ସେପ୍ଟେମ୍ବରରେ ରିଲିଜ ହେବାକୁ ଯାଉଛି । ନିକଟରେ ଫିଲ୍ମର ଅନେକ ପୋଷ୍ଟର, ପ୍ରିଭ୍ୟୁ ରିଲିଜ ହୋଇଥିଲା। ଯାହାକୁ ଦେଖି ଫ୍ୟାନ୍ସଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ବଢିଯାଇଛି। ଏପରିକି ଫିଲ୍ମର ପ୍ରଥମ ଗୀତ 'ଜିନ୍ଦା ବନ୍ଦା' ମଧ୍ୟ ରିଲିଜ ହୋଇଥିଲା। ଯାହାକୁ ଫ୍ୟାନ୍ସ ବେଶ ପସନ୍ଦ କରିଛନ୍ତି । ତେବେ 15କୋଟିରେ ନିର୍ମିତ ଏହି ଗୀତର ସୁଟ୍ କିଭଳି ହୋଇଥିଲା । ତାହାର ଭିଡିଓ ସେୟାର କରି ଝଲକ ଦେଖାଇଛନ୍ତି ନିର୍ମାତା ।

  • " class="align-text-top noRightClick twitterSection" data="">

ଯବାନ ନିର୍ଦ୍ଦେଶକ ଅଟ୍‌ଲି ନିଜ ଇନ୍‌ଷ୍ଟାଗ୍ରାମରେ ଜିନ୍ଦା ବନ୍ଦା ଗୀତର ମେକିଂ ଭିଡିଓ ସେୟାର କରିଛନ୍ତି । 1 ମିନିଟ୍ 39 ସେକେଣ୍ଡର ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ପୋଷାକଠାରୁ ଆରମ୍ଭ କରି ଟେକ୍ନିକାଲ୍‌ କ୍ରୁ, ନୃତ୍ୟଶିଳ୍ପୀମାନେ ରିହର୍ସାଲ୍ କରୁଥିବା ଦେଖିବାକୁ ମିଳିଛି । ଏଥିସହ ଆଉ ଏକ ସିନ ମଧ୍ୟ ଦେଖିବାକୁ ମିଳିଛି । ଶାହାରୁଖ ଏବଂ ଅଟଲି ହଗ୍ କରୁଥିବା ନଜର ଆସିଛନ୍ତି । ଏହା ଶାହାରୁଖଙ୍କ ପ୍ରଥମ ଗୀତ ଯାହା 3ଟି ଭାଷା ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ ହୋଇଛି । ଏହି ଗୀତ ରିଲିଜ ହେବା ପରେ ୟୁଟ୍ୟୁବରେ 54 ମିଲିୟନରୁ ଅଧିକ ଭ୍ୟୁ ମିଳିସାରିଲାଣି । ତାମିଲ ସଂସ୍କରଣରେ 13 ନିୟୁତ ଭ୍ୟୁ ଅତିକ୍ରମ କରିଥିବାବେଳେ ତେଲୁଗୁ ୟୁଟ୍ୟୁବରେ ପ୍ରାୟ 6 ମିଲିୟନ ଭ୍ୟୁ ମିଳିଛି ।

ଲୋକପ୍ରିୟ ଗୀତ 'ୱାୟ ଦିସ କୋଲାଭି ଡି'ର କମ୍ପୋଜର ଅନିରୁଦ୍ଧ ରବିଚନ୍ଦ୍ରନଙ୍କ ଦ୍ୱାରା ଜିନ୍ଦା ବନ୍ଦା କମ୍ପୋଜ ହୋଇଛି । ଏଥିସହ ଅନିରୁଦ୍ଧ ହିଁ ଏହି ଗୀତ ଗାଇଛନ୍ତି । ଏହି ଗୀତର ଲିରିକ୍ସ ଇରଶାଦ କାମିଲ ଲେଖିଛନ୍ତି, ଯାହା ପ୍ରସିଦ୍ଧ କବି ୱାସିମ ବରେଲଭିଙ୍କ କବିତାରୁ ନିଆଯାଇଛି । ଏଥି ସହିତ ହାଇଦ୍ରାବାଦ ଏବଂ ମୁମ୍ବାଇ ସମେତ ଦେଶର ପାଞ୍ଚଟି ବଡ଼ ସହରରେ ଏହି ଗୀତର ସୁଟିଂ କରାଯାଇଛି । ଏହା ଗୀତରେ ପ୍ରଥମ ଥର ପାଇଁ ଶାହାରୁଖଙ୍କ ପଛରେ 1000 ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର୍ ନାଚିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନୂଆ ପୋଷ୍ଟର ଆଉଟ୍, ଶାହାରୁଖ କହିଲେ 30ଦିନ ପରେ ଜାଣିବେ ମୁଁ ଭଲ କି ଖରାପ

ଯବାନ ଶାହାରୁଖଙ୍କ ପ୍ରଡକ୍ସନ୍ କମ୍ପାନୀ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ହୋଇଥିବା ବେଳେ ନିର୍ଦ୍ଦେଶକ ଅଟଲି ଅହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମରେ ସାଉଥ ଅଭିନେତ୍ରୀ ନୟନତାରା, ବିଜୟ ସେତୁପତି, ଦୀପିକା ପାଦୁକୋନ ନଜର ଆସିବେ । ନୟନତାରା ଏବଂ ବିଜୟ ସେତୁପତିଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ୍‌ ସେୟାର କରିବାକୁ ଯାଉଛନ୍ତି ଶାହାରୁଖ । ଦୀପିକା ଏହି ଫିଲ୍ମର କେମିଓ ରୋଲରେ ନଜର ଆସିବେ। 'ଯବାନ' ଫିଲ୍ମ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ନିର୍ମିତ ହେଉଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବର 7ରେ ରିଲିଜ ହେବ । ନିର୍ଦ୍ଦେଶକ ଅଟଲିଙ୍କ ସହ ଶାହାରୁଖ ଖାନ ପ୍ରଥମ ଥର ପାଇଁ କାମ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.