ETV Bharat / entertainment

ZHZB BO Collection: 60 କୋଟି ପାର୍ କଲା ବିକି-ସାରାଙ୍କ ଫିଲ୍ମ

author img

By

Published : Jun 15, 2023, 10:26 AM IST

ବିକି ଏବଂ ସାରାଙ୍କ ଫିଲ୍ମ 'ଜରା ହଟକେ ଜରା ବଚକେ' ସଫଳତାର ସହ ଆଗକୁ ବଢିଚାଲିଛି । ଫିଲ୍ମଟି 13 ଦିନ ମଧ୍ୟରେ 60 କୋଟିରୁ ଅଧିକ ଆୟ କରିସାରିଲାଣି । ଏଥିସହ ଖୁବଶୀଘ୍ର 100 କୋଟି କ୍ଲବରେ ସାମିଲ ହେବ ବୋଲି ଆଶା କରାଯାଉଛି । ଅଧିକ ପଢନ୍ତୁ

13ଦିନରେ 60କୋଟି ପାର୍ କଲା ବିକି-ସାରାଙ୍କ ଫିଲ୍ମ

ମୁମ୍ବାଇ: ବିକି କୌଶଲ ଏବଂ ସାରା ଅଲି ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ଜରା ହଟକେ ଜରା ବଚକେ ରିଲିଜ ହେବାର 13 ଦିନ ବିତିଗଲାଣି । ନିର୍ମାତାମାନେ ଫିଲ୍ମର 50 କୋଟି ଟଙ୍କା ପାର ପରେ ଏକ ପାର୍ଟିର ଆୟୋଜନ କରିଥିଲେ । ଯେଉଁଥିରେ ଫିଲ୍ମର ପୁରା ଟିମ ସହ ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ ସାମିଲ ହୋଇଥିଲେ । ଏବେ ଫିଲ୍ମର 13 ଦିନର ରୋଜଗାର ସାମ୍ନାକୁ ଆସିଛି । 13 ଦିନରେ ଫିଲ୍ମ 2.52 କୋଟି ଆୟ କରି ଫିଲ୍ମର ମୋଟ ଆୟ 61.02 କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ନିର୍ଦ୍ଦେଶକ ଲକ୍ଷ୍ମଣ ଉତ୍ତେକରଙ୍କ 'ଜରା ହଟକେ ଜରା ବଚକେ'ର ବକ୍ସ ଅଫିସରେ ଭଲ ପ୍ରଦର୍ଶନ ସହ ରୋଜଗାର କରିବାରେ ଲାଗିଛି । 'ଜରା ହଟକେ ଜରା ବଚକେ' ରିଲିଜ୍ ହେବାର 13 ତମ ଦିନରେ ଅର୍ଥାତ୍ ଦ୍ୱିତୀୟ ବୁଧବାର ଦିନ ସାମାନ୍ୟ ହ୍ରାସ ସହ 2.25 କୋଟି ବ୍ୟବସାୟ କରିଛି । ଅନ୍ୟପକ୍ଷରେ ମଙ୍ଗଳବାର ଦିନ ଏହି ଫିଲ୍ମ 2.52 କୋଟି ରୋଜଗାର କରିଥିଲା । ଏହା ସହିତ 'ଜରା ହଟକେ ଜରା ବଚକେ'ର ମୋଟ ସଂଗ୍ରହ ବର୍ତ୍ତମାନ 61.02 କୋଟି ଟଙ୍କା ହୋଇଛି ।

ସୂଚନା ଥାଉକି, ଆସନ୍ତାକାଲି ଅର୍ଥାତ୍‌ ଜୁନ 16ରେ ପ୍ରଭାସଙ୍କ ପାନ ଇଣ୍ଡିଆ ଫିଲ୍ମ ଆଦିପୁରୁଷ ରିଲିଜ ହେବାର ଅଛି । ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ହିଁ ରେକର୍ଡ ସୃଷ୍ଟି କରିଛି । ଦେଶର ଅନେକ ସହରରେ ରିଲିଜ ହେବାକୁ ଥିବା ଏହି ଫିଲ୍ମର ଆଡଭାନ୍ସ ବୁକିଂ ଟିକେଟ ବହୁତ ଅଧିକ ହୋଇଛି । ଆଡଭାନ୍ସ ବୁକିଂରେ ଫିଲ୍ମ ଅଧିକ ଟିକେଟ ବିକ୍ରି କରି ଅଧିକ ଆୟ କରିସାରିଲାଣି । ତେବେ ଏହି ଫିଲ୍ମ ଯୋଗୁଁ ସାରା ବିକିଙ୍କ ଫିଲ୍ମ 'ଜରା ହଟକେ ଜରା ବଚକେ'ର ଆୟ କମିପାରେ ବୋଲି ଅନୁମାନ କରାଯାଉଛି ।

ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ, ଜରା ହଟକେ ଜରା ବଚକେ ବିକି କୌଶଲ ଏବଂ ସାରା ଅଲି ଖାନଙ୍କ ଅଭିନୀତ ଏକ ପାରିବାରିକ କମେଡି ଡ୍ରାମା ଫିଲ୍ମ । ଏଥିରେ ଉଭୟ କଳାକାର ପ୍ରଥମ ଥର ପାଇଁ ସ୍କ୍ରିନ୍‌ ସେୟାର କରିଛନ୍ତି । ଏଥିରେ ଉଭୟଙ୍କ ରୋମାଣ୍ଟିକ ସିନ୍‌ ଦେଖିବାକୁ ମିଳିଛି । ଫିଲ୍ମରେ ଏକ ଇନ୍ଦୋରର ମଧ୍ୟବିତ୍ତ ବିବାହିତ ଦମ୍ପତିଙ୍କ କାହାଣୀ ଦେଖାଯାଇଛି, ଯେଉଁଥିରେ ସେମାନେ ନିଜ ପରିବାର ଠାରୁ ଦୂରରେ ରହିବାକୁ ଚାହାଁନ୍ତି । ନିଜସ୍ବ ଘର କରିବାକୁ ଚାହାଁନ୍ତି । ଫଳରେ ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY)ରେ ଅପିଲ କରନ୍ତି । ହେଲେ ଫ୍ଲାଟ ପାଇବାକୁ ହେଲେ ଉଭୟଙ୍କୁ ଛାଡପତ୍ର ଦେବାକୁ ପଡିବ । ତେବେ ସେମାନଙ୍କ ଛାଡପତ୍ର ହୁଏ କି ? ସେମାନେ ଫ୍ଲାଟ ପାଆନ୍ତି କି ? ଫିଲ୍ମ ଦେଖିବା ପରେ ହିଁ ଏହା ଜଣାପଡିବ । ଫିଲ୍ମରେ ଉଭୟଙ୍କ କେମେଷ୍ଟ୍ରିକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.