ETV Bharat / entertainment

୨୩ରେ ଅଫେରା ରାଇଜକୁ ବାହୁଡିଗଲେ ପ୍ରିୟ କଳାକାର, ଛାଡିଗଲେ ଅଭିନୟର ଛାପ

author img

By ETV Bharat Odisha Team

Published : Dec 23, 2023, 6:30 AM IST

Late Actor Actress In 2023: ବିଦାୟୀ ବର୍ଷରେ ବିଦାୟ ନେଇଛନ୍ତି ମନୋରଞ୍ଜନ କ୍ଷେତ୍ରର ସୁନାମଧନ୍ୟ ବ୍ୟକ୍ତି ବିଶିଷ୍ଟ । ଯେଉଁମାନେ ଅଭିନୟ କ୍ଷେତ୍ରରେ, ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଏବଂ ନିଜର ଗୀତ ମାଧ୍ୟମରେ କୋଟି କୋଟି ଲୋକଙ୍କ ହୃଦୟ ଜିଣିପାରି ସ୍ବତନ୍ତ୍ର ପରିଚୟ ହାସଲ କରିଥିଲେ । ଓଲିଉଡର ପିଣ୍ଟୁ ଦାସ, ସ୍ବରୂପ ନାୟକଙ୍କ ଠାରୁ ଆରମ୍ଭ କରି ହଲିଉଡର ମାଥ୍ୟୁ ପେରି ଏବଂ ଷ୍ଟିଭେନସନଙ୍କ ପରି ସେଲିବ୍ରିଟି ଦୁନିଆକୁ ଅଲବିଦା କହିଛନ୍ତି । ତେବେ ଚାଲନ୍ତୁ, ପୁଣି ସେମାନଙ୍କୁ ମନେ ପକାଇବା,

୨୩ରେ ଅଫେରା ରାଇଜକୁ ବାହୁଡିଗଲେ ଏହି ସେଲିବ୍ରିଟି, ଛାଡିଗଲେ ଅଭିନୟର ଛାପ

ହାଇଦ୍ରାବାଦ: ଆଉ କିଛି ଦିନ ପରେ ଅପସରିଯିବ ୨୦୨୩ । ଆସିବ ନୂଆବର୍ଷ ୨୦୨୪ । ତେବେ ଚଳିତ ବର୍ଷ ମନୋରଞ୍ଜନ ଜଗତ ପାଇଁ ଯେତିକି ଭଲ ପ୍ରମାଣ ହୋଇଛି ସେତିକି ଦୁଃଖ ମଧ୍ୟ ଦେଇଛି । ଅନେକ ଅଭିନେତା, ନିର୍ମାତା ଦମଦାର ଫିଲ୍ମ ରିଲିଜ ସହ ବକ୍ସ ଅଫିସରେ ଧମାକା କରିଥିବା ବେଳେ ଅନେକ ଅଭିନେତା ଏବଂ ନିର୍ମାତା ଅଫେରା ରାଇଜକୁ ବାହୁଡିଛନ୍ତି । ବିଦାୟୀ ବର୍ଷରେ ବିଦାୟ ନେଇଛନ୍ତି ହଲିଉଡରୁ ବଲିଉଡର ଅନେକ ଲୋକପ୍ରିୟ ଏବଂ ଚର୍ଚ୍ଚିତ ସେଲିବ୍ରିଟି । ଯାହା ସମସ୍ତଙ୍କୁ ଚକିତ କରିବା ସହ ଇଣ୍ଡଷ୍ଟ୍ରି ପାଇଁ ଏକ ଅପୂରଣୀୟ କ୍ଷତି ହୋଇଛି । ହଲିଉଡର ମାଥ୍ୟୁ ପେରି ଏବଂ ଷ୍ଟିଭେନସନଙ୍କ ପରି ସେଲିବ୍ରିଟି ଦୁନିଆକୁ ଅଲବିଦା କହିଛନ୍ତି । ତେବେ ଏହି ସମସ୍ତ ସେଲିବ୍ରିଟି ଆଜି ଏ ଦୁନିଆରେ ନାହାନ୍ତି ସତ ହେଲେ ତାଙ୍କ ଅଭିନୟର ଛାପ ସର୍ବଦା ଆମ ମନରେ ଚିର ହୋଇ ରହିବ ।

୨୦୨୩ରେ ଏହି ଓଲିଉଡ ସେଲିବ୍ରିଟିଙ୍କ ପରଲୋକ

  • ପିଣ୍ଟୁ ନନ୍ଦ (୭ ଜୁଲାଇ ୧୯୭୭- ୧ ମାର୍ଚ୍ଚ ୨୦୨୩)

ଓଲିଉଡ ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ । ଯିଏ ପ୍ରଥମେ ଆଲବମ ପରେ ଅନେକ ଓଡ଼ିଆ ସିନେମାରେ ନିଜ ଦମଦାର ଅଭିନୟ ସହ ଦର୍ଶକଙ୍କ ମନ ଜିତିଛନ୍ତି। ସେ ଅଭିନେତା ଏବଂ ଖଳନାୟକ ଭୂମିକାରେ ବେଶ ଲୋକପ୍ରିୟତା ହାସଲ କରିଥିଲେ। ଅଭିନେତା ସିରୋସିସ୍ ରୋଗରେ ପୀଡ଼ିତ ହୋଇଥିବା ବେଳେ ତାଙ୍କର ଲିଭର ନଷ୍ଟ ହୋଇଯାଇଥିଲା । ଲିଭର ପ୍ରତିରୋପଣ ପାଇଁ ତାଙ୍କୁ ହାଇଦ୍ରାବାଦର ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୧ ମାର୍ଚ୍ଚ ୨୦୨୩ରେ ଅଭିନେତା ଆଖି ବୁଜିଥିଲେ।

  • ସୂରୂପ ନାୟକ (୧୯୪୭-୨୭ ଅକ୍ଟୋବର, ୨୦୨୩)

ଓଡ଼ିଆ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକ ମଧ୍ୟ ଚଳିତ ବର୍ଷ ଦୁନିଆକୁ ଅଲବିଦା କହିଛନ୍ତି । ସେ ଦୀର୍ଘ ଦିନ ଧରି ଗଳା କର୍କଟ ରୋଗରେ ପୀଡ଼ିତ ଥିଲେ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକ । ଅସୁସ୍ଥତା କାରଣରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେ ଅକ୍ଟୋବର ୨୭, ୨୦୨୩ରେ ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । ସେ ଜଣେ ସଙ୍ଗୀତକାର, ଗୀତିକାର, ପ୍ରଚ୍ଛଦପଟ୍ଟ ଗାୟକ ଓ ଅଭିନେତା ଥିଲେ। ସେ ୮୦ ଦଶକରେ ଅନେକ ହିଟ ଓଡ଼ିଆ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

  • ବିନୋଦିନୀ ଦେବୀ (୧୯୩୭-୧୬ ଅକ୍ଟୋବର ୨୦୨୩)

ସେହିପରି ଲୋକପ୍ରିୟ ଗୀତିକାର ବିନୋଦିନୀ ଦେବୀଙ୍କ ମଧ୍ୟ ଚଳିତବର୍ଷ ଦେହାନ୍ତି ହୋଇଛି । ୮୬ ବର୍ଷ ବୟସରେ ୧୬ ଅକ୍ଟୋବର ୨୦୨୩ରେ ତାଙ୍କର ଦେହାନ୍ତ ହୋଇଛି । 1937 ମସିହାରେ କଟକରେ ଜନ୍ମିତ ବିନୋଦିନୀ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଦୀର୍ଘ ଦିନ ହେଲା ସେ ଅସୁସ୍ଥ ଥିବାରୁ ଆଜି ସକାଳେ ତାଙ୍କର ପରଲୋକ ଘଟିଥିଲା । 1965ରେ ମୁକ୍ତିଲାଭ କରିଥିବା ‘ମଲାଜହ୍ନ’ ଚଳଚ୍ଚିତ୍ର ପାଇଁ ସେ ଗୀତ ରଚନା ଆରମ୍ଭ କରିଥିଲେ । ଏହି କ୍ରମରେ ସେ ଓଡ଼ିଆ ଚଳଚ୍ଚିତ୍ରର ପ୍ରଥମ ନାରୀ ଗୀତିକାର ହୋଇପାରି ବେଶ ଲୋକପ୍ରିୟ ହୋଇପାରିଥିଲେ ।

୨୦୨୩ରେ ଏହି ବଲିଉଡ ସେଲିବ୍ରିଟିଙ୍କ ପରଲୋକ

  • ଶକୁନି ମାମା' ଫେମ୍ ଗୁଫି ପୈନ୍ତାଲ(୪ ଅକ୍ଟୋବର ୧୯୪୪-୫ ଜୁନ ୨୦୨୩)

ମହାଭାରତରେ 'ଶକୁନି ମାମା'ର ଭୂମିକାରେ ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରିଥିବା ଅଭିନେତା ଗୁଫି ପୈନ୍ତାଲଙ୍କ ଚଳିତ ବର୍ଷ ପରଲୋକ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ମୁମ୍ବାଇର ଏକ ଡାକ୍ତରଖାନାରେ ଗୁଫିଙ୍କର ଦେହାନ୍ତ ହୋଇଛି । ସେ ବୟସ ସମ୍ବନ୍ଧୀୟ ରୋଗରେ ପୀଡିତ ହୋଇଥିଲେ । ପରେ ଚିକିତ୍ସାଧୀନ ଅବସ୍ଥାରେ ୫ ଜୁନ ୨୦୨୩ ହୃଦଘାତରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ତେବେ ମୃତ୍ୟୁ ବେଳକୁ ଗୁଫିଙ୍କୁ ୭୮ ବର୍ଷ ହୋଇଥିଲା ।

  • ଜୁନିଅର ମେହମୁଦ (୧୫ ନଭେମ୍ବର ୧୯୫୬-୮ଡିସେମ୍ବର ୨୦୨୩)

ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଚଳଚ୍ଚିତ୍ର ଜଗତରେ ତାଙ୍କ ଅଭିନୟର ଯାଦୁ ସୃଷ୍ଟି କରିଥିବା ଅଭିନେତା ଜୁନିଅର ମେହମୁଦଙ୍କ ଚଳିତ ବର୍ଷ ଦେହାନ୍ତ ହୋଇଛି । ସେ ପେଟ କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ୮ଡିସେମ୍ବର ୨୦୨୩ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ଅଭିନେତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସେ ନିଜ କ୍ୟାରିଅରରେ ୭ଟି ଭାଷାରେ ୨୫୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରି ଦର୍ଶକଙ୍କ ମନ ଜିତିଥିଲେ ।

  • CID ଫେମ ଦୀନେଶ ପଡନିସ(୨ ନଭେମ୍ବର ୧୯୬୬-୫ ଡିସେମ୍ବର ୨୦୨୩)

ଟେଲିଭିଜନର ସବୁଠାରୁ ଲୋକପ୍ରିୟ ଶୋ' ସିଆଇଡି (CID)ରେ ଫ୍ରେଡରିକ୍ସ ଭୂମିକାରେ ଅଭିନୟ କରିଥିବା ଅଭିନେତା ଦୀନେଶ ଫଡନିସଙ୍କର ପରଲୋକ ହୋଇଛି । ଦୀନେଶ ଯକୃତ, ହାର୍ଟ ଏବଂ କିଡନୀ ଜନିତ ସମସ୍ୟାରେ ପୀଡ଼ିତ ଥିଲେ ଏବଂ ତାଙ୍କର ଜଟିଳତା ଦିନକୁ ଦିନ ବଢ଼ିବାରେ ଲାଗିଥିଲା । ଦୀନେଶ ଫଡନିସଙ୍କୁ ୩୦ ନଭେମ୍ବରରୁ କାନ୍ଦିବଲିର ତୁଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ସେ ୫ ଡିସେମ୍ବର ୨୦୨୩ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା ।

  • ବ୍ରିଜେଶ ତ୍ରିପାଠୀ

ହୃଦଘାତରେ ୭୨ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ବ୍ରିଜେଶ ତ୍ରିପାଠୀ । ଡିସେମ୍ବର ୧୮, ୨୦୨୩ରେ ମୃତ୍ୟୁ ଘଟିଛି । ଖଳନାୟକ ଭାବେ ବଲିଉଡ ତଥା ଭୋଜପୁରୀ ଇଣ୍ଡଷ୍ଟ୍ରିରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି ଅଭିନେତା ବ୍ରିଜେଶ ତ୍ରିପାଠୀ । ରବି କିଶନଙ୍କ ସମେତ ଅଜୟ ଦେବଗନ୍, ଅମିତାଭ ବଚ୍ଚନ, ଶାହାରୁଖ ଖାନ, ସଲମାନ ଖାନ, ରଜନୀକାନ୍ତ, ରବି କିଶନ, ଧର୍ମେନ୍ଦ୍ର ଏବଂ ବିନୋଦ ଖାନ୍ନାଙ୍କ ସହ ସ୍କ୍ରିନ ସେୟାର କରିଛନ୍ତି । ସେ ବଲିଉଡରେ ୨୫୦ରୁ ଅଧିକ ଚଳଚ୍ଚିତ୍ର କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ଟେଲି ଜଗତର ଏହି ସେଲିବ୍ରିଟିଙ୍କ ପରଲୋକ

  • ଆଦିତ୍ୟ ସିଂ ରାଜପୁତ (୧୯ ଅଗଷ୍ଟ ୧୯୯୦- ୨୨ ମେ ୨୦୨୩)

ମେ ୨୨, ୨୦୨୩ରେ ମୁମ୍ବାଇର ଅନ୍ଧେରିରେ ଅବସ୍ଥିତ ତାଙ୍କ ଆପାର୍ଟମେଣ୍ଟର ୱାଶରୁମରେ ଅଭିନେତା ଆଦିତ୍ୟ ସିଂ ରାଜପୁତଙ୍କ ମୃତଦେହ ମିଳିଥିଲା । ମୃତ୍ୟୁବେଳକୁ ଆଦିତ୍ୟଙ୍କୁ ମାତ୍ର ୩୨ ବର୍ଷ ବୟସ ହୋଇଥିଲା । ଆଦିତ୍ୟ ସିଂ ରାଜପୁତ ଜଣେ ଲୋକପ୍ରିୟ ମଡେଲ ଏବଂ ଅଭିନେତା ଥିଲେ । ସେ ଅନେକ ବର୍ଷ ଧରି ଟିଭି ଇଣ୍ଡଷ୍ଟ୍ରି ସହ ଜଡିତ ଥିଲେ। ସେ ଟେଲିଭିଜନ ସିରିଏଲ ରାଜପୁତାନା, ଲଭ୍, ଆଶିକ୍କି, କୋଡ୍ ରେଡ୍, ଆୱାଜ୍ ଏବଂ ସ୍ପ୍ଲିଟଭିଲ୍ଲାର ସିଜନ-9 ଏବଂ ଗନ୍ଦିବାତରେ ଅଭିନୟ କରିଛନ୍ତି । ଗନ୍ଦିବାତ ଏବଂ ସ୍ପ୍ଲିଟଭିଲ୍ଲା ଏହି ଦୁଇଟି ସିରିଏଲ ପାଇଁ ସେ ବେଶ ଲୋକପ୍ରିୟତା ହାସଲ କରିଥିଲେ । ଅନ୍ୟପକ୍ଷରେ, ସେ ଫିଲ୍ମ ମମ ଆଣ୍ଡ ଡାଡ, ଲଭର୍ସ ଭଳି ଫିଲ୍ମରେ କାମ କରିଛନ୍ତି । ଏଥିସହିତ ଆଦିତ୍ୟ କାଷ୍ଟିଂ ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

  • ବୈଭବୀ ଉପାଧ୍ୟାୟ (୨୫ ଜୁଲାଇ ୧୯୮୪-୨୨ ମେ ୨୦୨୩)

ମେ ୨୨, ୨୦୨୩ରେ ଲୋକପ୍ରିୟ ଟିଭି ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କ ଦେହାନ୍ତ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୩୨ ବର୍ଷ ବୟସ ହୋଇଥିଲା । ଅଭିନେତ୍ରୀ ତାଙ୍କ ଭାବିସ୍ବାମୀଙ୍କ ସହ ଏକ କାରରେ ଯାତ୍ରା କରୁଥିବାବେଳେ ହିମାଚଳ ପ୍ରଦେଶର କୁଲ୍ଲୁଠାରେ ତାଙ୍କର ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁହେଁ ସାଙ୍ଗ ହୋଇ କାରରେ ଆସୁଥିବା ବେଳେ ନିୟନ୍ତ୍ରଣ ହରାଇବାରୁ କାରଟି ଖାଈ ଭିତରକୁ ଖସି ଯାଇଥିଲା । ଫଳରେ ଘଟଣାସ୍ଥଳରେ ବୈଭବୀଙ୍କ ମୃତ୍ୟୁ ହୋଇଛି । ସେ 'ସାରାଭାଇ ଭର୍ସେସ ସାରାଭାଇ' ଶୋ'ରେ ଜାସ୍ମିନ ଭାବେ ଅଭିନୟ କରି ଦର୍ଶକଙ୍କ ମନ ଜିତିଥିଲେ । ନିକଟରେ ତାଙ୍କ ନିର୍ବନ୍ଧ ହୋଇଥିବା ବେଳେ ଖୁବଶୀଘ୍ର ତାଙ୍କର ବିବାହ ମଧ୍ୟ ହୋଇଥାଆନ୍ତା ।

  • ନୀତେଶ ପାଣ୍ଡେ (୧୭ ଜାନୁଆରୀ ୧୯୭୩- ୨୩ ମେ ୨୦୨୩)

ମେ ୨୩, ୨୦୨୩ ଜଣାଶୁଣା ଟିଭି ଅଭିନେତା ନୀତେଶ ପାଣ୍ଡେଙ୍କ ଦେହାନ୍ତ ହୋଇଥିଲା । ନାସିକ ନିକଟସ୍ଥ ଇଗତପୁରୀରେ ନୀତେଶଙ୍କର ହୃଦ୍‌ଘାତରେ ଦେହାନ୍ତ ହୋଇଥିଲା । ସେ ସୁଟିଂ ପାଇଁ ଏଠାକୁ ଆସିଥିଲେ। ମୃତ୍ୟୁବେଳକୁ ତାଙ୍କୁ ୫୧ ବର୍ଷ ବୟସ ହୋଇଥିଲା । ଏହି ଅଭିନେତାଙ୍କୁ ଶେଷ ଥର ପାଇଁ ରୂପାଲି ଗାଙ୍ଗୁଲିଙ୍କ ଲୋକପ୍ରିୟ ଟିଭି ସିରିଏଲ 'ଅନୁପମା' ଏବଂ 'ପ୍ୟାର କା ଦର୍ଦ ହେ ମିଠା-ମିଠା ପ୍ୟାରା-ପ୍ୟାରା'ରେ ଦେଖିବାକୁ ମିଳିଥିଲା ​​। ଏହି ଲୋକପ୍ରିୟ ଟିଭି ସିରିଏଲରେ ନୀତେଶ 'ଧୀରଜ କପୁର'ଙ୍କ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଥିଲେ । ଏହି ଅଭିନେତା ଟିଭି ଜଗତରେ ୨୫ ବର୍ଷ କାମ କରିଥିଲେ । ଏଥିସହ ସେ ଅନେକ ବଲିଉଡ ସିନେମାରେ ମଧ୍ୟ କାମ କରିଛନ୍ତି।

୨୦୨୩ରେ ଏହି ଟଲିଉଡ ସେଲିବ୍ରିଟିଙ୍କ ପରଲୋକ

  • ନିତିନ ଦେଶାଇ(୯ ଅଗଷ୍ଟ ୧୯୬୫-୨ ଅଗଷ୍ଟ ୨୦୨୩)

ଲୋକପ୍ରିୟ କଳା ନିର୍ଦ୍ଦେଶକ, ପ୍ରଡକ୍ସନ୍ ଡିଜାଇନର୍, ନିର୍ମାତା ତଥା ଅଭିନେତା ନିତିନ ଚନ୍ଦ୍ରକାନ୍ତ ଦେଶାଇ ୨ ଅଗଷ୍ଟ ୨୦୨୩ରେ ଜୀବନ ହାରିଥିଲେ । ମୁମ୍ବାଇ ନିକଟସ୍ଥ କର୍ଜତରେ ଥିବା ଏନଡି ଷ୍ଟୁଡିଓରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ 58 ବର୍ଷ ବୟସ ହୋଇଥିଲା । ସେ କାହିଁକି ଏପରି ଚରମ ନିଷ୍ପତ୍ତି ନେଇଥିଲେ ତାହା ଜଣାପଡିନଥିଲା ।

  • ଶରତ ବାବୁ(୩୧ ଜୁଲାଇ ୧୯୫୧-୨୨ ମେ ୨୦୨୩)

ମେ' ୨୨, ୨୦୨୩ ରେ ଟଲିଉଡ ବର୍ଷିୟାନ ଅଭିନେତା ଶରତ ବାବୁଙ୍କ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ 71 ବର୍ଷ ବୟସ ହୋଇଥିଲା । ଚଳିତ ମାସ ଆରମ୍ଭରୁ ହିଁ ତାଙ୍କ ଶରୀରର ଏକାଧିକ ଅଙ୍ଗ ଅଚଳ ହୋଇ ପଡ଼ିଥିଲା, ଏହାପରେ ସେ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ହାଇଦ୍ରାବାଦର AIG ହସ୍ପିଟାଲରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ । ସେ ତାମିଲ ଏବଂ ତେଲୁଗୁ ସିନେମା ବ୍ୟତୀତ ହିନ୍ଦୀ, କନ୍ନଡ, ମାଲାୟାଲମ୍ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ସେ 200ରୁ ଅଧିକ ଫିଲ୍ମରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ ।

  • ମନୋବାଲା (୮ ଡିସେମ୍ବର ୧୯୫୩-୩ ମେ ୨୦୨୩)

ଲୋକପ୍ରିୟ ତାମିଲ ହାସ୍ୟ ଅଭିନେତା ତଥା ନିର୍ଦ୍ଦେଶକ ମନୋବାଲାଙ୍କ ପରଲୋକ । ଯକୃତ ଜନିତ ସମସ୍ୟାରେ ପୀଡିତ ଥିଲେ ମନୋବାଲା । ଚିକିତ୍ସାଧୀନ ଅବସ୍ଥାରେ ଚେନ୍ନାଇ ସ୍ଥିତ ବାସଭବନରେ ୩ ମେ ୨୦୨୩ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟ ବେଳକୁ ତାଙ୍କୁ 69 ବର୍ଷ ବୟସ ହୋଇଥିଲା ।

୨୦୨୩ରେ ଏହି ହଲିଉଡ ସେଲିବ୍ରିଟିଙ୍କ ପରଲୋକ

  • ଟିନା ଟର୍ନର(୨୬ ନଭେମ୍ବର ୧୯୩୯- ୨୪ ମେ, ୨୦୨୩)

ଲୋକପ୍ରିୟ ଗୀତ 'ରକ୍ ଇନ ରୋଲ୍' ଫେମ ଗାୟକ ଟିନା ଟର୍ନରଙ୍କ ଚଳିତ ମାସରେ ମୃତ୍ୟୁ ହୋଇଛି । ମେ' ୨୪, ୨୦୨୩ରେ ୮୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ସେ ପୂର୍ବରୁ କୋଲୋନ୍ କର୍କଟ ଏବଂ ଷ୍ଟ୍ରୋକ୍ ଭଳି ଗୁରୁତର ରୋଗର ମଧ୍ୟ ସମ୍ମୁଖୀନ ହୋଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ସେ ସ୍ୱିଜରଲ୍ୟାଣ୍ଡର ଜୁରିଚ୍ ନିକଟ କୁସନାଚରେ ତାଙ୍କ ଘରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ।ଟିନା ଟର୍ନର ଜଣେ ଗାୟକ, ଗୀତିକାର, ନୃତ୍ୟଶିଳ୍ପୀ, ଅଭିନେତ୍ରୀ ଏବଂ ଲେଖକ ଥିଲେ । 1957 ମସିହାରେ ଆଇକେ ଟର୍ନର କିଙ୍ଗ୍ସ ଅଫ୍ ରିଥମ୍ ସହ ଟର୍ନର ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ । ପରେ ଅନେକ ହିଟ୍‌ ଗୀତ ଦେଇ ସାରା ବିଶ୍ୱରେ ଲୋକଙ୍କ ମନୋରଞ୍ଜନ କରିଥିଲେ । ସେ ତାଙ୍କ ସିଙ୍ଗିଂ କ୍ୟାରିଅରରେ ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଗାଇଛନ୍ତି, ଯେଉଁଥିରେ 'Whats love got to do with it be' ଅନ୍ୟତମ ।

  • ରେ' ଷ୍ଚିଭେନସନ (୨୫ ମେ ୧୯୬୪-୨୧ ମେ ୨୦୨୩)

ଚଳିତ ବର୍ଷ ଦୁନିଆକୁ ଅଲବିଦା କହିଛନ୍ତି ଏସଏସ ରାଜମୌଲୀଙ୍କ ବ୍ଲକବଷ୍ଟର ଫିଲ୍ମ RRRରେ ଖଳନାୟକ ଚରିତ୍ରରେ ଅଭିନୟ କରିଥିବା ଖ୍ୟାତାନାମା ଅଭିନେତା ରେ' ଷ୍ଟିଭେନସନ । ମୃତ୍ୟବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା । ମେ' ୨୧ , ୨୦୨୩ରେ ଇଟାଲୀର ଆନ୍ନା ରିଜୋଲି ହସ୍ପିଟାଲରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତେବେ RRR ଫିଲ୍ମ ବ୍ୟତୀତ ସେ ମାର୍ବଲ ଫିଲ୍ମ 'ଥର୍‌'ରେ ବି କାମ କରିଥିଲେ । ୧୯୯୦ ମସିହାରେ ଷ୍ଟିଭେନ୍‌ସନ୍‌ ଫିଲ୍ମି କ୍ୟାରିଅର ଆରମ୍ଭ କରିଥିଲେ । ୧୯୯୮ରେ ଫିଲ୍ମ ‘ଦ ଥିଓରୀ ଅଫ ଫ୍ଲାଇଟ୍’ ତାଙ୍କୁ ହଲିଉଡରେ ନୂତନ ପରିଚୟ ଦେଇଥିଲା । ଏହାପରେ ସେ ୨୦୦୪ରେ 'କିଙ୍ଗ ଆର୍ଥର', ପନିଶର: ଓ୍ବାର ଜୋନ(2008), 'ଦ ବୁକ୍‌ ଅଫ ଏଲି(୨୦୧୦) ଏବଂ 'ଦ ଅଦର ଗାୟ' ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମରେ ତାଙ୍କର ନିଖୁଣ ଅଭିନୟ ଦେଖିବାକୁ ମିଳିଥିଲା । ସେ 50ରୁ ଅଧିକ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇ ଲୋକପ୍ରିୟତା ହାସଲ କରିଥିଲେ ।

  • ଜ୍ୟାକଲିନ ଜେମାନ (୬ ମାର୍ଚ୍ଚ ୧୯୫୩-୯ ମେ ୨୦୨୩)

ଚଳିତ ବର୍ଷ ହଲିଉଡର ଆଇକୋନିକ ଅଭିନେତ୍ରୀ ଜ୍ୟାକଲିନ୍ ଜେମାନଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 70ବର୍ଷ ବୟସ ହୋଇଛି। ପପୁଲାର ଡ୍ରାମା ସିରିଜ ଜେନେରାଲ୍ ହସ୍ପିଟାଲରେ ନର୍ସ ବବି ସ୍ପେନ୍ସର ଭାବରେ ୮୦୦ରୁ ଅଧିକ ଏପିସୋଡରେ ଜେମାନ କାମ କରି ବେଶ୍ ଲୋକପ୍ରିୟତା ହାସଲ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଦୁନିଆକୁ ଅଲବିଦା କହିଲେ ହଲିଉଡ ସେଲିବ୍ରିଟି

ମାଥ୍ୟୁ ପେରି(୧୯ ଅଗଷ୍ଟ ୧୯୬୯-୨୮ ଅକ୍ଟୋବର ୨୦୨୩)

ହଲିଉଡ ଲୋକପ୍ରିୟ ଅଭିନେତା ମାଥ୍ୟୁ ପେରିଙ୍କର ଚଳିତ ବର୍ଷ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 54 ବର୍ଷ ବୟସ ହୋଇଥିଲା । ତାଙ୍କ ଲସ୍ ଆଞ୍ଜେଲସ୍ ସ୍ଥିତ ଘରୁ ଏମି ପୁରସ୍କାର ପ୍ରାପ୍ତ ଅଭିନେତା ମାଥ୍ୟୁ ପେରିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପରେ ବ୍ୟବଚ୍ଛେଦ ରିପୋର୍ଟରେ ଅଭିନେତାଙ୍କ ମୃତ୍ୟୁ କାରଣ ସ୍ପଷ୍ଟ ହୋଇଥିଲା । କେଟାମାଇନର ମାତ୍ରା ଅଧିକ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ରିପୋର୍ଟ ଅନୁସାରେ, ଅଭିନେତା ଜଣକ ଦୀର୍ଘଦିନ ଧରି କେଟାମାଇନ ଏବଂ ଅନାନ୍ୟ ଔଷଧ ସେବନ କରୁଥିଲେ। ଫଳରେ ତାଙ୍କର ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥିଲା । କିନ୍ତୁ ମୃତ୍ୟୁର ଏକ ବର୍ଷ ବା ୧୯ ମାସ ପୂର୍ବରୁ କୌଣସି ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ରହିନଥିବା ବେଳେ ହଠାତ୍‌ ମାଥ୍ୟୁଙ୍କ ମୃତ୍ୟୁ ଖବର ପ୍ରଶଂସକଙ୍କୁ ଚକିତ କରିଥିଲା।

ଏହା ମଧ୍ୟ ପଢନ୍ତୁ: ବିବାଦ ଲଗାଇ ପାରିଲାନି ଗ୍ରହଣ, ବକ୍ସ ଅଫିସରେ ବମ୍ପର ଆୟ ସହ ଭାଙ୍ଗିଲା ରେକର୍ଡ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.