ETV Bharat / entertainment

ଜନ୍ମଦିନରେ ଫ୍ୟାନ୍ସଙ୍କ ମୃତ୍ୟୁ ଘଟଣା; ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ୟଶ

Yash Meet Died Fans Families: ସାଉଥ ସୁପରଷ୍ଟାର ୟଶଙ୍କ ଜନ୍ମଦିନରେ ବିଦ୍ୟୁତ ଆଘାତ ଲାଗି ୩ ଫ୍ୟାନ୍ସଙ୍କ ମୃତ୍ୟୁ ଘଟଣା । ବର୍ତ୍ତମାନ ମୃତ ଫ୍ୟାନ୍ସଙ୍କ ପରିବାରକୁ ଭେଟିଛନ୍ତି ସୁପରଷ୍ଟାର । ଏହି ସମୟରେ ସେ ପରିବାରକୁ ସମବେଦନା ଜଣାଇ ସେମାନଙ୍କୁ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଅଧିକ ପଢନ୍ତୁ

ଜନ୍ମଦିନରେ ଫ୍ୟାନ୍ସଙ୍କ ମୃତ୍ୟୁ ଘଟଣା; ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ୟଶ
ଜନ୍ମଦିନରେ ଫ୍ୟାନ୍ସଙ୍କ ମୃତ୍ୟୁ ଘଟଣା; ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ୟଶ
author img

By ETV Bharat Odisha Team

Published : Jan 9, 2024, 11:07 AM IST

ଜନ୍ମଦିନରେ ଫ୍ୟାନ୍ସଙ୍କ ମୃତ୍ୟୁ ଘଟଣା; ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ୟଶ

ବେଙ୍ଗାଲୁରୁ: ସାଉଥ୍ ଲୋକପ୍ରିୟ ଅଭିନେତା ୟଶଙ୍କ ଜନ୍ମଦିନରେ ଗତକାଲି (ଜାନୁଆରୀ ୮) ତାଙ୍କର ୩ ଜଣ ଫ୍ୟାନ୍ସଙ୍କ ମୃତ୍ୟୁ ହୋଇଥିଲା । ଅଭିନେତାଙ୍କ ଜନ୍ମଦିନରେ ତାଙ୍କ କଟ୍-ଆଉଟ୍ ଲଗାଉଥିବା ବେଳେ ହଠାତ୍ ବିଦ୍ୟୁତ ସଂସ୍ପର୍ଶରେ ଆସି ୩ ଫ୍ୟାନ୍ସଙ୍କ ଜୀବନ ଯାଇଥିଲା ଏବଂ ଆଉ କିଛି ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏହି ଘଟଣାର ଖବର ପାଇ ବର୍ତ୍ତମାନ ଅଭିନେତା ମୃତ ଫ୍ୟାନ୍ସଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ।

ଅଭିନେତା ୟଶ ସ୍ବତନ୍ତ୍ର ବିମାନ ଯୋଗେ ହବାଲି ପହଞ୍ଚିଥିଲେ । ବିମାନବନ୍ଦରରେ ଅଭିନେତାଙ୍କୁ ଦେଖବା ପାଇଁ ଲକ୍ଷାଧିକ ଫ୍ୟାନ୍ସ ଭିଡ଼ ଜମାଇଥିଲେ । ଏହି ସମୟରେ ୟଶ ବେଶ ଭାବବିହ୍ବଳ ଥିବା ନଜର ଆସିଥିଲେ । ଏହାପରେ ସେ କାରରେ ଗଡଗ ଜିଲ୍ଲା ଫ୍ୟାନ୍ସଙ୍କ ଗାଁ ସୁରନାଗିକୁ ଯାଇଥିଲେ । ସେଠାରେ ସେ ମୃତ ଫ୍ୟାନ୍ସଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ଅଭିନେତା ପୋଲିସର କଡା ସୁରକ୍ଷା ମଧ୍ୟରେ ପରିବାର ଲୋକଙ୍କୁ ଭେଟିଥିଲେ ।

ଏହି ସମୟରେ ପରିବାର ସମବେଦନା ଜଣାଇ ୟଶ କହିଛନ୍ତି, ''ମୁଁ ତାଙ୍କ ପରିବାର ପାଇଁ ଏଠାକୁ ଆସିଛି । ସେମାନଙ୍କୁ ଯାହା ଦରକାର ମୁଁ ତାହା ଦେବାରେ ସହଯୋଗ କରିବି । ମୁଁ କୋଭିଡ଼ ପରଠାରୁ ନିଜ ଜନ୍ମଦିନ ପାଳନ ନ କରିବାକୁ ନିଷ୍ପତ୍ତି ନେଇଥିଲି ଏବଂ ତାହା ସବୁ କରୁଛି ଯାହା ମୋ ଫ୍ୟାନ୍ସଙ୍କ ପରିବାରକୁ ଦରକାର । ମୁଁ ସମସ୍ତ ଫ୍ୟାନ୍ସଙ୍କୁ ନିବେଦନ କରୁଛି, ନିଜ ଜୀବନରେ ଖୁସିରେ ରୁହ । ଆମ କଥା ଚିନ୍ତା କରନାହିଁ । ଏମିତି ଫ୍ୟାନ୍ସଙ୍କ ଠାରୁ ଭଲପାଇବା କାହାକୁ ଯେ ପସନ୍ଦ ନାହିଁ । ଏପରିକି ମୁଁ ଯେତେବେଳେ ଏଠାକୁ ଆସୁଥିଲି ମୋତେ ଅନୁସରଣ କରି ଫ୍ୟାନ୍ସ ମଧ୍ୟ ମୋ ପଛରେ ଆସୁଥିଲେ । ହେଲେ ଏମିତି ପ୍ରଶଂସା ଏବଂ ଭଲପାଇବା ଦରକାର ନାହିଁ । ଯେଉଁଠି ଫ୍ୟାନ୍ସଙ୍କ ଜୀବନ ଚାଲିଯିବ ।''

ଏହା ମଧ୍ୟ ପଢନ୍ତୁ: ପ୍ରିୟ କଳାକାରଙ୍କ ଜନ୍ମଦିନରେ ବ୍ୟାନର ଲଗାଉଥିଲେ, ବିଦ୍ୟୁତ ନେଲା ଫ୍ୟାନ୍ସଙ୍କ ଜୀବନ

ସୂଚନା ଥାଉ କି, କର୍ଣ୍ଣାଟକର ଗଡଗ ଜିଲ୍ଲାର ଏହି ଘଟଣା । ରବିବାର ବିଳମ୍ବିତ ରାତ୍ରିରେ ଗଡଗ ଜିଲ୍ଲାରେ ୟଶଙ୍କ ଜନ୍ମଦିନ ପାଳନ ଅବସରରେ ଫ୍ୟାନ୍ସମାନେ ଅଭିନେତାଙ୍କ ବ୍ୟାନର ଖୁଣ୍ଟରେ ଲଗାଉଥିଲେ । ଏହି ସମୟରେ ସେମାନେ ହଠାତ୍ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ଫଳରେ ଘଣଟଣାସ୍ଥଳରେ ୩ ଜଣ ପ୍ରାଣ ହରାଇଥିଲେ । ଅନେକ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପ୍ରାଣ ହରାଇଥିବା ବ୍ୟକ୍ତିମାନେ ହେଲେ ୨୪ ବର୍ଷୀୟ ହନୁମାନଥା ହରିଜନ, ୨୦ ବର୍ଷୀୟ ମୁରଲୀ ନନ୍ଦୁମନି ଏବଂ ୨୦ ବର୍ଷୀୟ ନବୀନ ଗାଜି । ଆହତମାନେ ହେଲେ ମଞ୍ଜୁନାଥ ହରିଜନ, ପ୍ରାକଶ ମାୟାଗୋରୀ ଏବଂ ଦୀପକ ହରିଜନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.