ETV Bharat / entertainment

ଶାହାରୁଖ ଖାନଙ୍କ ବିଷୟରେ ପାକିସ୍ତାନ ଅଭିନେତ୍ରୀଙ୍କ ବଡ ବୟାନ, କହିଲେ...

author img

By

Published : Jul 7, 2023, 4:01 PM IST

ପାକିସ୍ତାନ ଅଭିନେତ୍ରୀ ମହ୍ନୁର ବାଲୋଚ ଶାହାରୁଖ ଖାନଙ୍କୁ ନେଇ ଏକ ପ୍ରତିକ୍ରିୟା ଦେଇଛନ୍ତି। ଯାହା ପରେ ଅଭିନେତ୍ରୀଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଛି। ଜାଣନ୍ତୁ କ'ଣ କହିଛନ୍ତି ଅଭିନେତ୍ରୀ

ଶାହାରୁଖ ଖାନଙ୍କ ବିଷୟରେ ପାକିସ୍ତାନ ଅଭିନେତ୍ରୀଙ୍କ ବଡ ବୟାନ, କହିଲେ...
ଶାହାରୁଖ ଖାନଙ୍କ ବିଷୟରେ ପାକିସ୍ତାନ ଅଭିନେତ୍ରୀଙ୍କ ବଡ ବୟାନ, କହିଲେ...

ହାଇଦ୍ରାବାଦ: ବଲିଉଡ କିଙ୍ଗଖାନ ଶାହାରୁଖ ଖାନଙ୍କ ବିଷୟରେ ଏକ ବଡ ବୟାନ ଦେଇଛନ୍ତି ପାକିସ୍ତାନ ଅଭିନେତ୍ରୀ ମହ୍ନୁର ବାଲୋଚ। ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି। ସୂଚନା ଅନୁସାରେ, ଶାହାରୁଖଙ୍କ ଲୁକ ଏବଂ ଅଭିନୟକୁ ନେଇ ଅଭିନେତ୍ରୀ ନେଗେଟିଭ କମେଣ୍ଟ କରିଛନ୍ତି। ତେବେ ଅଭିନେତ୍ରୀଙ୍କ ଏହି ମନ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଶାହାରୁଖଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି । ଫ୍ୟାନ୍ସ ଶାହାରୁଖଙ୍କୁ ସମର୍ଥନ କରିବା ସହ ଅଭିନେତ୍ରୀଙ୍କୁ ଟ୍ରୋଲ କରିଛନ୍ତି।

ପାକିସ୍ତାନୀ ଶୋ' ହଦ କରର୍ଦିରେ ଶାହରୁଖ ଖାନଙ୍କ ବିଷୟରେ ମହନୁର କଥା ହୋଇଥିଲେ। ଅଭିନେତ୍ରୀ ମହ୍ନୁର ବାଲୋଚ କହିଛନ୍ତି ଯେ, ଶାହାରୁଖ ଖାନ ଜଣେ ଭଲ ବ୍ୟବସାୟୀ ଏବଂ ସେ ନିଜକୁ କିପରି ମାର୍କେଟିଂ କରିବେ ସେ ଭଲ ଭାବେ ଜାଣନ୍ତି। ଏଥିସହ ସେ ଆହୁରି କହିଛନ୍ତି, ଶାହାରୁଖ ଜଣେ ଭଲ ଅଭିନେତା ନୁହଁ ତାଙ୍କୁ ଅଭିନୟ ଜଣାନାହିଁ। ଶାହାରୁଖଙ୍କର ବହୁତ ଭଲ ବ୍ୟକ୍ତିତ୍ୱ ଅଛି, କିନ୍ତୁ ଯଦି ଆପଣ ଦେଖିବେ ସୌନ୍ଦର୍ଯ୍ୟ ପାରାମିଟର ଅନୁଯାୟୀ କିଏ ସୁନ୍ଦର, ତେବେ ସେ ଏହି ପାରାମିଟର ଭିତରକୁ ଆସନ୍ତି ନାହିଁ। ତାଙ୍କର ବ୍ୟକ୍ତିତ୍ୱ ବହୁତ ଶକ୍ତିଶାଳୀ, ଯେଉଁଥିପାଇଁ ସେ ଭଲ ଦେଖାଯାନ୍ତି । ତାଙ୍କ ଠାରୁ ମଧ୍ୟ ଅନେକ ଲୋକ ସୁନ୍ଦର ଅଛନ୍ତି, ହେଲେ ସେମାନଙ୍କୁ କେହି ଧ୍ୟାନ ଦିଅନ୍ତି ନାହିଁ।

  • " class="align-text-top noRightClick twitterSection" data="">

ଅଭିନେତ୍ରୀଙ୍କ ଏହି ମନ୍ତବ୍ୟ କ୍ଲିପ ଏବେ ବେଶ ଭାଇରାଲ ହେବାରେ ଲାଗିଛି। ଏନେଇ ଶାହାରୁଖଙ୍କ ଅନେକ ଫ୍ୟାନ୍ସ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଫ୍ୟାନ ଲେଖିଛନ୍ତି, "ସମଗ୍ର ବିଶ୍ୱ SRKଙ୍କୁ ଜାଣେ। ମୁଁ ଦୁଃଖିତ କିନ୍ତୁ ଆପଣ କିଏ?" ଅନ୍ୟ ଜଣେ ଲେଖିଛନ୍ତି: "3.8 ବିଲିୟନ ଲୋକ SRKଙ୍କୁ ବିଶ୍ବାସ କରନ୍ତି। ସେ ଏହି କାରଣରୁ କିଙ୍ଗ ଖାନ ଅଟନ୍ତି।" ଆଉ ଜଣେ ଲେଖିଛନ୍ତି, "ଯେଉଁ ଲୋକମାନଙ୍କୁ ଇଶ୍ବର ଦୁନିଆରେ ଫେମ ଏବଂ ସମ୍ମାନ ପ୍ରଦାନ କରିଛନ୍ତି ସେମାନଙ୍କୁ ସମ୍ମାନ କରିବା ଶିଖନ୍ତୁ।''

ଏହା ମଧ୍ୟ ପଢନ୍ତୁ: ସର୍ଜରୀ ପରେ ଭାରତ ଫେରିଲେ କିଙ୍ଗଖାନ, ମୁମ୍ବାଇ ବିମାନବନ୍ଦରରେ ଆସିଲେ ନଜର

ଶାହାରୁଖ ଖାନ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ବେଶ ଜଣାଶୁଣା। ସେ କେବଳ ନିଜ ଅଭିନୟ ପାଇଁ ନୁହେଁ ବରଂ ତାଙ୍କ ଲୁକ ଏବଂ ମଜାଳିଆ ଅନ୍ଦାଜ ପାଇଁ ବିଶ୍ବରେ କୋଟି କୋଟି ଦର୍ଶକଙ୍କ ପ୍ରିୟ ଷ୍ଟାର ହୋଇପାରିଛନ୍ତି। ଅନେକ ପ୍ରଶଂସକ ଶାହାରୁଖଙ୍କୁ ସେମାନଙ୍କର ଭଗବାନ ବୋଲି ମଧ୍ୟ ଭାବନ୍ତି। ଏପରି ସମୟରେ ପାକିସ୍ତାନୀ ଅଭିନେତ୍ରୀ ମହ୍ନୁର ବାଲୋଚଙ୍କ ଶାହାରୁଖଙ୍କ ଅଭିନୟ ଦକ୍ଷତା ଏବଂ ଲୁକ ଉପରେ ଏଭଳି ମନ୍ତବ୍ୟ ଶାହାରୁଖଙ୍କ ଫ୍ୟାନ୍ସକୁ ଆଘାତ ଦେଇଛି। ଯାହା ପରେ ଶାହାରୁଖଙ୍କ ଫ୍ୟାନ୍ସ ଅଭିନେତ୍ରୀଙ୍କୁ କଡା ସମାଲୋଚନା କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.