ହାଇଦ୍ରାବାଦ: ପୁଣି ଥରେ ଚର୍ଚ୍ଚାରେ ଉର୍ବଶୀ ରୌତେଲା ( Urvashi Rautela ) । ଏଥର ମଧ୍ୟ ଉର୍ବଶୀ କ୍ରିକେଟର ଋଷଭ ପନ୍ତଙ୍କ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ଆଜି (ଅକ୍ଟୋବର 4) ରେ ଋଷଭ ପନ୍ତ ତାଙ୍କର 25 ତମ ଜନ୍ମଦିନ ପାଳନ କରୁଛନ୍ତି । ସୋସିଆଲ ମିଡିଆରେ ତାଙ୍କୁ ଅନେକ ଅଭିନନ୍ଦନ ବାର୍ତ୍ତା ମିଳୁଛି । ଏହି ସମସ୍ତ ବାର୍ତ୍ତାଗୁଡ଼ିକ ମଧ୍ୟରୁ ଗୋଟିଏ ସବୁଠାରୁ ଖାସ୍ ରହିଛି । ଏହି ଶୁଭେଚ୍ଛା ବାର୍ତ୍ତା ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଋଷଭ ପନ୍ତଙ୍କୁ (Rishabh Pant ) ଏକ ଖାସ୍ ଅନ୍ଦାଜରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ସେ ପନ୍ତଙ୍କ ପାଇଁ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଫ୍ଲାଇଙ୍ଗ କିସ୍ ଦେଉଥିବାର ନଜର ଆସିଛନ୍ତି ।
- " class="align-text-top noRightClick twitterSection" data="
">
ଏହି ଭିଡିଓରେ ଉର୍ବଶୀ ଏକ ଲାଲ୍ ପୋଷାକରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ପ୍ରାରମ୍ଭରେ ସେ ନିଜର ସୁନ୍ଦର ଅନ୍ଦାଜ ସହିତ ଅଭିବ୍ୟକ୍ତି ଦେଉଛନ୍ତି ଏବଂ ତା’ପରେ ତାଙ୍କୁ ଫ୍ଲାଇଙ୍ଗ୍ କିସ୍ ଦେଉଥିବାର ନଜର ଆସିଛନ୍ତି । ଏହି ଭିଡିଓର କ୍ୟାପସନରେ ସେ କେବଳ 'Happy Birthday 🎈……' ଲେଖିଛନ୍ତି। ଏଠାରେ ସେ କାହାର ନାମ ଉଲ୍ଲେଖ କରିନାହାଁନ୍ତି । ପ୍ରକାଶ ଥାଉକି, ଗତ କିଛି ସପ୍ତାହ ଧରି ଉର୍ବଶୀ ଏବଂ ପନ୍ତଙ୍କ ମଧ୍ୟରେ କଥାବାର୍ତ୍ତା ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ତାଙ୍କୁ ଦେଖି ସ୍ପଷ୍ଟ ଭାବରେ କୁହାଯାଇପାରେ ଯେ ଉର୍ବଶୀଙ୍କର ଏହି ଜନ୍ମଦିନର ଶୁଭେଚ୍ଛା କେବଳ ଋଷଭ ପନ୍ତଙ୍କ ପାଇଁ ଅଟେ ।
ଏହା ବି ପଢନ୍ତୁ: ଶେଷରେ ଋଷଭଙ୍କୁ ହାତ ଯୋଡି କ୍ଷମା ମାଗିଲେ ଉର୍ବଶୀ !
ଏହିପରି ଆରମ୍ଭ ହୋଇଥିଲା ଚାପ୍ଟର
ଏସିଆ କପରେ ପାକିସ୍ତାନ ବିପକ୍ଷ ସୁପର ୪ ମ୍ୟାଚରେ ଋଷଭ ପନ୍ତ ଆଉଟ ହେବା ପରେ ଉର୍ବଶୀଙ୍କୁ ନେଇ ଟ୍ରୋଲ କରିଥିଲେ ଇଣ୍ଟରନେଟ ବ୍ୟବହାରକାରୀ । ଏକ ସାକ୍ଷାତାକାରରେ ଉର୍ବଶୀ ପନ୍ତଙ୍କ ନାମ ନନେଇ ଅନେକ କିଛି ଅଭିଯୋଗ କରିଥିଲେ । ସୁଟିଂରେ ବ୍ୟସ୍ତ ଥିବା ବେଳେ ଦିଲ୍ଲୀର ଏକ ହୋଟେଲ୍ରେ ତାଙ୍କୁ ଋଷଭ ପନ୍ତ ୧୦ ଘଣ୍ଟା ଧରି ଅପେକ୍ଷା କରିଥିଲେ । ତାଙ୍କ ସହ ଦେଖା କରିବାକୁ ପନ୍ତ ୧୬ରୁ ୧୭ଟି ମିସ୍କଲ୍ କରିଥିଲେ ବୋଲି କହିଥିଲେ । ପୂରା ସାକ୍ଷାତକାର୍ରେ ଉର୍ବଶୀ ପନ୍ତଙ୍କ ନାମ ନନେଇ ମିଷ୍ଟର ଆର୍ପି ବୋଲି କହି ଇଙ୍ଗିତ କରିଥିଲେ । ଏହି ଭିଡିଓଟି ବହୁତ ଭାଇରାଲ୍ ହୋଇଯାଇଥିଲା ।
ଏହାକୁ ନେଇ ଇନ୍ଷ୍ଟାଗ୍ରାମ ହ୍ୟାଣ୍ଡେଲ୍ରେ ଉର୍ବଶୀଙ୍କୁ କଟାକ୍ଷ କରିଥିଲେ ଭାରତୀୟ କ୍ରିକେଟର ଋଷଭ ପନ୍ତ । ସେ ଲେଖିଥିଲେ, "ଲୋକଲୋଚନକୁ ଆସିବାକୁ କିଭଳି ଲୋକେ ମିଛ କହି ସାକ୍ଷାତକାର ଦେଇ ହେଡଲାଇନ୍ରେ ରହିବାକୁ ଚାହୁଁଛନ୍ତି, ତାହା ଦେଖି ହସ ଲାଗେ । ଲୋକ ନାମ ଖ୍ୟାତି ପାଇବାକୁ କିଛି ବି କରିପାରନ୍ତି ତାହା ଦେଖି ଦୁଃଖ ଲାଗେ । ଭଗବାନ ସେମାନଙ୍କୁ ଆଶୀର୍ବାଦ କରନ୍ତୁ । ମୋ ପିଛା ଛାଡ଼ି ଦିଅ ଭଉଣୀ ।'' ସେବେଠାରୁ ଏହି ଦୁଇଜଣଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଥିଲା । ତେବେ ଏହି ଯୁଦ୍ଧ ମଧ୍ୟ ଶୀଘ୍ର ଶେଷ ହୋଇଥିଲା। ଅନ୍ୟ ଏକ ସାକ୍ଷାତକାରରେ ଉର୍ବଶୀ ଋଷଭ ପନ୍ତଙ୍କୁ କ୍ଷମା ମାଗିଥିଲେ ।