ETV Bharat / entertainment

Project-K ରିଲିଜ ତାରିଖ ଘୋଷଣା

author img

By

Published : Feb 18, 2023, 10:45 PM IST

ମହାଶିବରାତ୍ରୀ ଅବସରରେ ନାଗା ଅଶ୍ବିନଙ୍କ ପ୍ୟାନ ଇଣ୍ଡିଆ ଫିଲ୍ମ 'ପ୍ରୋଜେକ୍ଟ କେ' ର ରିଲିଜ ତାରିଖ ଘୋଷଣା ହୋଇଛି। 2024 ଜାନୁଆରୀ 12ରେ ସିନେମା ହଲରେ ରିଲିଜ ହେବ ଫିଲ୍ମ । ଅଧିକ ପଢନ୍ତୁ

'ପ୍ରୋଜେକ୍ଟ କେ' ରିଲିଜ ତାରିଖ ଘୋଷଣା
'ପ୍ରୋଜେକ୍ଟ କେ' ରିଲିଜ ତାରିଖ ଘୋଷଣା

ମୁମ୍ବାଇ: ଆସୁଥିବା ପ୍ୟାନ ଇଣ୍ଡିଆ ଫିଲ୍ମ 'ପ୍ରୋଜେକ୍ଟ କେ' ର ନିର୍ମାତା ମହାଶିବରାତ୍ରୀ ଅବସରରେ ଫିଲ୍ମର ରିଲିଜ ତାରିଖ ଘୋଷଣା କରିଛନ୍ତି। ଏନେଇ ବୈଜୟନ୍ତି ଫିଲ୍ମସ ସୋସିଆଲ ମିଡିଆରେ ଅଫିସିଆଲି ଫିଲ୍ମର ରିଲିଜ ତାରିଖ ଘୋଷଣା କରିଛନ୍ତି। ଏହି ପୋଷ୍ଟ ସେୟାର ହେବାର କିଛି ସମୟ ପରେ ଏହା ଖୁବ ଭାଇରାଲ ହେବା ସହ ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବହୁ ଉତ୍ସାହ ଦେଖାଦେଇଛି ।

ଏକ ପ୍ରଶଂସକ କମେଣ୍ଟରେ ଲେଖିଛନ୍ତି 'ଏହା ମହାକାବ୍ୟ ହେବ' । ଅନ୍ୟ ଏକ ପ୍ରଶଂସକ ଲେଖିଛନ୍ତି, 12-1-2024 ରେ ଦେଶ ପ୍ରଭାସଙ୍କ ଇଲାକାରେ ରହିବ। ଆଉ ଜଣେ ଲେଖିଛନ୍ତି, ଶୀଘ୍ର ଏହାର ଟିଜର ରିଲିଜ କରନ୍ତୁ। ଏହା ପୂର୍ବରୁ 2023 ଜାନୁଆରା 9 ରେ ନିର୍ମାତା ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଚର ସୋସିଆଲ ମିଡିଆରେ ଜାରି କରିଥିଲେ। ପରେ ଫିଲ୍ମ ସମ୍ବନ୍ଧିତ ଗୋଟିଏ ପରେ ଗୋଟିଏ ପୋଷ୍ଟର ସେୟାର କରାଯାଇଥିଲା। ଯାହା ପ୍ରଶଂସକଙ୍କୁ ବେଶ ଉତ୍ସାହିତ କରିଥିଲା।

ସୂଚନା ଥାଉ କି, ଏହା ପୂର୍ବରୁ ମେଗା 'ପ୍ରୋଜେକ୍ଟ କେ' ର ଲିଡ ଅଭିନେତ୍ରୀ ଦୀପିକା ପାଦୁକୋନ ଙ୍କ ଜନ୍ମଦିନ ଅବସରରେ ନିର୍ମାତାମାନେ ଫିଲ୍ମରେ ଥିବା ଅଭିନେତ୍ରୀଙ୍କ ପ୍ରଥମ ଲୁକର ଖୁଲାସା କରିଥିଲେ। ଯାହା ଇଣ୍ଟରନେଟରେ ବହୁ ଭାଇରାଲ ହୋଇଥିଲା। ଏହାସହ ' ଏ ହୋଫ ଇନ ଦା ଡାର୍କ' ବୋଲି ଲେଖା ସହ ଅସ୍ତ ସୂର୍ଯ୍ୟରେ ଦୀପିକାଙ୍କ ଏକ ଝଲକ ଦେଖାଯାଇଥିଲା। ସେହିପରି କିଛି ଦିନ ପୂର୍ବରୁ ମଧ୍ୟ ଫିଲ୍ମ ନିର୍ମାତାମାନେ ଅଭିନେତା ପ୍ରବାସଙ୍କ ସହ ବିଗବି ଅମିତାଭଙ୍କ ମଧ୍ୟ ଏକ ପୋଷ୍ଟର ରିଲିଜ କରିଥିଲେ।

ପ୍ରଭାସଙ୍କ ପୋଷ୍ଟରରେ 'ହିରୋ ଜନ୍ମ ହୁଅନ୍ତିନି, ସେ ଉଠୁଛନ୍ତି' ବୋଲି ଲେଖାଯାଇଥିଲା। ସେହିପରି ବିଗବିଙ୍କ ପୋଷ୍ଟରରେ ବିଜୟର ଚିତ୍ର ଦେଖାଇବା ସହ କିମ୍ବଦନ୍ତୀ ଓ ଭାବନାତ୍ମକ ବୋଲି ଲେଖାହୋଇଥିଲା। 'ପ୍ରୋଜେକ୍ଟ କେ' ନାଗା ଅଶ୍ବିନଙ୍କ ସାଇନ୍ସ -ଫାଇ ଫ୍ମିଲ୍ମ ଅଟେ। ଏଥିରେ ଅଭିନେତା ପ୍ରବାସ, ଅଭିନେତ୍ରୀ ଦୀପିକା ପାଦୁକୋନ, ଅଭିନେତା ଅମିତାଭ ବଚ୍ଚନ ଏବଂ ଦିଶା ପାଟାନୀ ଅଭିନୟ କରିଛନ୍ତି। ଏଥିସହ ଫିଲ୍ମର ସୁଟିଂ ହିନ୍ଦୀ ସହ ତେଲୁଗୁରେ କରାଯାଉଛି।

ତେବେ ଦୀର୍ଘ ଦିନର ଅପେକ୍ଷା ପରେ ଶନିବାର 'ପ୍ରୋଜେକ୍ଟ କେ' ଫିଲ୍ମର ରିଲିଜ ତାରିଖ ଘୋଷଣା ପରେ ପ୍ରଶଂସକଙ୍କ ମଧ୍ୟରେ ବହୁ ଉତ୍ସାହ ଦେଖିବାକୁ ମିଳିଛି। ଏବଂ 'ବାହୁବଳୀ' ଫିଲ୍ମ ଭଳି ପ୍ରଭାସଙ୍କ ଏହି ଫିଲ୍ମ ମଧ୍ୟ ବକ୍ସ ଅଫିସରେ ଧମାଲ କରିବ ବୋଲି ଆଶା କରାଯାଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.