ETV Bharat / entertainment

Kajal Aggarwal Indian 2: ପୁଣି ସୁଟିଂକୁ ଫେରିଲେ ସାଉଥ ଅଭିନେତ୍ରୀ କାଜଲ

author img

By

Published : Mar 1, 2023, 7:59 AM IST

ମାତୃତ୍ବ ଲାଭ ପରେ ପୁଣି କାମକୁ ଫେରିଛନ୍ତି ଟଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ । 'ଇଣ୍ଡିଆନ୍-୨' ପାଇଁ ସୁଟିଂ ଆରମ୍ଭ କରିବା ନେଇ ସୋସିଆଲ ମିଡିଆରେ ଦେଇଛନ୍ତି ସୂଚନା । ଅଧିକ ପଢନ୍ତୁ

ପୁଣି ସୁଟିଂକୁ ଫେରିଛନ୍ତି ସାଉଥ ଅଭିନେତ୍ରୀ କାଜଲ

ହାଇଦ୍ରାବାଦ: ଦୀର୍ଘ ଦିନର ବିରତି ପରେ କାମକୁ ଫେରିଛନ୍ତି ଟଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ । ମାତୃତ୍ବ ବିରତି ପରେ କାଜଲ ଅଗ୍ରୱାଲ 'ଇଣ୍ଡିଆନ-୨'ର ସୁଟିଂ ଆରମ୍ଭ କରିଛନ୍ତି । ସୁଟିଂ ଆରମ୍ଭ ହେବା ମାତ୍ରେ ଫିଲ୍ମ ସେଟର ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ସେ ତାଙ୍କର ଲୁକର ଖୁଲାସା କରିନଥିବା ବେଳେ ଚେହେରାକୁ ଘୋଡ଼ାଇ ରଖିଥିବା ଦେଖିବାକୁ ମିଳିଛି ।

କାଜଲ ତାଙ୍କ ଟ୍ବିଟର ହ୍ୟାଣ୍ଡେଲରେ ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, 'ଆସୁଛି ଇଣ୍ଡିଆନ୍-୨'। ଏହି ପୋଷ୍ଟରେ ପ୍ରଶଂସକମାନେ ରିଆକ୍ଟ କରିଛନ୍ତି । ମାଆ ହେବା ପରେ ଲୋକମାନେ ତାଙ୍କୁ ସ୍ବାଗତ ଜଣାଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, 'ଇଣ୍ଡିଆନ୍ ଏହି 2 ସୁନ୍ଦରତା ଏବଂ ପ୍ରତିଭାବାନ କମ୍ବୋକୁ ଅପେକ୍ଷା କରିଛି ।' ସେହିପରି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, 'କାଜୁ ମାଆ ୱାପସି'(ଫେରିଛନ୍ତି କାଜୁ ମା')। ଆଉ ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, 'ଆମେ ତୁମର ଲୁକକୁ ଉତ୍ସାହର ସହିତ ଅପେକ୍ଷା କରିଛୁ । ଆପଣ ଏହି ଚଳଚ୍ଚିତ୍ର ସହ ଦମଦାର ବ୍ୟାକ୍‌ ହେବ ବୋଲି ଆଶା କରୁଛୁ'।

ତେବେ ବର୍ତ୍ତମାନ 2 ବର୍ଷ ପରେ ସେ 'ଇଣ୍ଡିଆନ୍-୨' ସେଟକୁ ଫେରିଛନ୍ତି । ଏଥିରେ ତାଙ୍କ ଭୂମିକା ପାଇଁ କାଜଲ ଅଗ୍ରୱାଲ ମଧ୍ୟ ଘୋଡା ରାଇଡିଂ ର ତାଲିମ ନେଇଥିଲେ । ଏବଂ ସେ ଘୋଡା ରାଇଡିଂ କରିବାର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଦୀର୍ଘ ସମୟ ପରେ କାମକୁ ଫେରିବା ବିଷୟରେ ସେ ଏକ ଲମ୍ବା ନୋଟ୍ ଲେଖିଥିଲେ । ସେଥିରେ ସେ 'ଇଣ୍ଡିଆନ୍ ୨' ସହ ଡ୍ରିଲରେ ଫେରିଥିବାରୁ ଖୁସି ଅଛନ୍ତି ବୋଲି ଲେଖିଛନ୍ତି।

ସୂଚନା ଥାଉ କି, ଗତ ସପ୍ତାହରେ 'ଇଣ୍ଡିଆନ୍-୨' ଚେନ୍ନାଇରେ ଏକ ନୂତନ କାର୍ଯ୍ୟସୂଚୀ ଆରମ୍ଭ କରିଛି । ଏବଂ ଏହାର ସୁଟିଂ ଏକ ମାସ ପର୍ଯ୍ୟନ୍ତ ଚାଲିବ । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନେତ୍ରୀ କାଜଲ ଅଗ୍ରୱାଲ ଏବଂ ରକୁଲ ପ୍ରୀତ ସିଂ ନଜର ଆସିବେ । ଏଥିରେ ସିଦ୍ଧାର୍ଥ, ପ୍ରିୟା ଭବାନୀ ଶଙ୍କର, ବବି ସିମ୍ହା, ଗୁରୁ ସୋମାସୁନ୍ଦରମ୍ ଏବଂ ଅନ୍ୟାନ୍ୟ ଚଳଚ୍ଚିତ୍ର ଅଭିନେତା ମଧ୍ୟ ଅଛନ୍ତି । ଅନିରୁଦ୍ଧ ରବିଚାନ୍ଦ ସଂଗୀତ ରଚନା କରିଥିବା ବେଳେ ଏହି ଚଳଚ୍ଚିତ୍ରଟି ତାମିଲ, ତେଲୁଗୁ, ହିନ୍ଦୀ ଏବଂ ମାଲାୟାଲାମରେ ରିଲିଜ କରିବ । ଏଥିସହ ଶଙ୍କର ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ।

ତେବେ ଅଭିନେତ୍ରୀ କାଜଲ ଏବଂ ତାଙ୍କ ସ୍ବାମୀ ଗୌତମ କିଚଲୁ ଗତ ମେ19ରେ ଶିଶୁପୁତ୍ର ନୀଲ କିଚଲୁଙ୍କ ଫଟୋ ମଧ୍ୟ ସେୟାର କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.