ETV Bharat / entertainment

Tiger 3ର ନୂଆ ପୋଷ୍ଟର ରିଲିଜ, ଆକ୍ସନ ପ୍ୟାକ୍ ଅବତାରରେ କ୍ୟାଟ୍ରିନା କୈଫ

ଟାଇଗର ୩ ସହ ପୁଣି ଧମାକା କରିବାକୁ ଯାଉଛନ୍ତି ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ । ପୂର୍ବରୁ ଭାଇଜାନଙ୍କ ଲୁକ୍ ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ନିର୍ମାତା ଫିଲ୍ମରୁ କ୍ୟାଟ୍ରିନା କୈଫଙ୍କ ପ୍ରଥମ ଲୁକକୁ ରିଲିଜ କରିଛନ୍ତି । ଅଧିକ ପଢନ୍ତୁ,

author img

By ETV Bharat Odisha Team

Published : Oct 10, 2023, 12:50 PM IST

Tiger 3: ନୂଆ ପୋଷ୍ଟର ରିଲିଜ, ଆକ୍ସନ ପ୍ୟାକ୍ ଅବତାରରେ କ୍ୟାଟ୍ରିନା କୈଫ

ହାଇଦ୍ରାବାଦ: ଖୁବଶୀଘ୍ର ଟାଇଗର ଭାବେ ପୁଣି ପରଦାକୁ ଫେରୁଛନ୍ତି ବଲିଉଡ ସୁପରଷ୍ଟାର ସଲମାନ ଖାନ । ଏହି ଫିଲ୍ମରେ ସେ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ପୁଣି ଏକାଠି ନଜର ଆସିବେ । ପୂର୍ବରୁ ଭାଇଜାନଙ୍କ ପ୍ରଥମ ଲୁକ ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ନିର୍ମାତା ଫିଲ୍ମର ନୂଆ ପୋଷ୍ଟର ଆଉଟ କରି କ୍ୟାଟ୍ରିନା କୈଫଙ୍କ ପ୍ରଥମ ଲୁକକୁ ରିଲିଜ କରିଛନ୍ତି । ଏଥିସହ ଟ୍ରେଲର ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି । ଫିଲ୍ମର ଟ୍ରେଲର ଅକ୍ଟୋବର ୧୬ରେ ରିଲିଜ ହେବ ।

ଟାଇଗର ୩ର ରିଲିଜ ହୋଇଥିବା ନୂଆ ପୋଷ୍ଟରରେ କ୍ୟାଟ୍ରିନା କୈଫଙ୍କୁ ଫୁଲ୍ଅପ୍ ଆକ୍ସନ ଅବତାରରେ ଦେଖିବାକୁ ମିଳିଛି । କ୍ୟାଟ୍ରିନା ହାତରେ ବନ୍ଧୁକ ଧରି ଆକ୍ସନ ମୋଡ଼ରେ ନଜର ଆସିଛନ୍ତି । ନିର୍ମାତା ତଥା ୟଶରାଜ ବ୍ୟାନର ଏହି ପୋଷ୍ଟରକୁ ସେୟାର କରି ଫିଲ୍ମର ଟ୍ରେଲର ରିଲଜ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଫିଲ୍ମର ଟ୍ରେଲର ରିଲିଜ ପାଇଁ ଆଉ ୬ ଦିନ ବାକି ଅଛି । ଅର୍ଥାତ୍ ଅକ୍ଟୋବର ୧୬ରେ ଫିଲ୍ମର ଟ୍ରେଲର ରିଲିଜ ହେବ । ସେପଟେ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ ମଧ୍ୟ ଏହି ପୋଷ୍ଟରକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ସୂଚନା ଥାଉକି, ପୂର୍ବରୁ ଫିଲ୍ମର ଟିଜର ରିଲିଜ ହୋଇଥିଲା । ଯେଉଁଥିରେ ସଲମାନଙ୍କ ଲୁକକୁ ଫ୍ୟାନ୍ସ ବେଶ ପସନ୍ଦ କରିଥିଲେ । ବର୍ତ୍ତମାନ କ୍ୟାଟ୍ରିନାଙ୍କ ଲୁକ୍ ରିଲିଜ ହେବା ମାତ୍ରେ ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ଉତ୍ସାହ ବଢିଯାଇଛି । ମନୀଶ ଶର୍ମାଙ୍କ ଦ୍ୱାରା ନିର୍ଦ୍ଦେଶିତ ଟାଇଗର ୩ ୟଶ ରାଜ ବ୍ୟାନରର ସ୍ପାଇ ୟୁନିଭର୍ସର ଏକ ଆକ୍ସନ୍ ଏବଂ ଏଣ୍ଟଟେନର ଚଳଚ୍ଚିତ୍ର, ଯେଉଁଥିରେ ସଲମାନ ଖାନ, କ୍ୟାଟ୍ରିନା କୈଫ ଏବଂ ଇମ୍ରାନ ହାଶମୀଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଇମ୍ରାନ ଭିଲେନ ଭୂମିକାରେ ନଜର ଆସିବେ । ଏଥିସହିତ ଶାହାରୁଖ ଖାନ ମଧ୍ୟ ଏହି ଫିଲ୍ମରେ କ୍ୟାମିଓ ରୋଲରେ ନଜର ଆସିବେ । ନଭେମ୍ବର 10ରେ ଦିପାବଳୀ ଅବସରରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ଟାଇଗର 3 ରିଲିଜ ହେବ ।

ଏହା ମଧ୍ୟ ପଢନ୍ତୁ: ନୂଆ ପୋଷ୍ଟର ଲଞ୍ଚ, ଭିନ୍ନ ଲୁକ୍‌ରେ ନଜର ଆସିଲେ ଭାଇଜାନ

ସେପଟେ କ୍ୟାଟ୍ରିନା ଟାଇଗର ୩ ବ୍ୟତୀତ ସାଉଥ ଷ୍ଟାର ବିଜୟ ସେଥୁପଥିଙ୍କ ସହ ଫିଲ୍ମ 'ମେରୀ ଖ୍ରୀଷ୍ଟମାସ'ରେ ନଜର ଆସିବେ । ନିର୍ଦ୍ଦେଶକ ଶ୍ରୀରାମ ରାଘବନ ଫିଲ୍ମ 'ମେରୀ ଖ୍ରୀଷ୍ଟମାସ'ର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମକୁ ହିନ୍ଦୀ ଏବଂ ତାମିଲରେ ଏକକାଳୀନ ସୁଟିଂ କରାଯାଇଛି । ତେବେ ଏହି ଫିଲ୍ମ ଡିସେମ୍ବର 15ରେ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.