ETV Bharat / entertainment

Thank You For Coming: ଆସିଲା ଟ୍ରେଲର, ଉତ୍ତମ ସାଥୀ ସନ୍ଧାନରେ ଭୂମି

author img

By ETV Bharat Odisha Team

Published : Sep 6, 2023, 5:32 PM IST

ଭୂମି ପେଡେନେକର ବର୍ତ୍ତମାନ ଆଗାମୀ ଫିଲ୍ମ 'ଥ୍ୟାଙ୍କ ୟୁ ଫର୍ କମିଂ'ର ସହ ଶିରୋନାମାରେ ରହିଛନ୍ତି । ପୂର୍ବରୁ ଫିଲ୍ମର ପୋଷ୍ଟର ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ଟ୍ରେଲର ରିଲିଜ ହୋଇଛି। ଅଧିକ ପଢନ୍ତୁ,

ଆସିଲା ଟ୍ରେଲର, ଉତ୍ତମ ସାଥୀ ସନ୍ଧାନ କରୁଥିବା ନଜର ଆସିଛନ୍ତି ଭୂମି

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଭୂମି ପେଡନେକରଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ 'ଥ୍ୟାଙ୍କ ୟୁ ଫର୍ କମିଂ' କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଅଗଷ୍ଟ 10ରେ ଫିଲ୍ମର ପୋଷ୍ଟର ରିଲିଜ କରି ନିର୍ମାତା ଫିଲ୍ମର ଘୋଷଣା କରିଥିଲେ। ତେବେ ଆଜି ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି ନିର୍ମାତା । ଟ୍ରେଲରକୁ ଫ୍ୟାନ୍ସ ବେଶ ଲାଇକ୍‌ କରିବା ସହ ଫିଲ୍ମ ରିଲିଜକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଚଳିତ ବର୍ଷ ଅକ୍ଟୋବର 6ରେ ପ୍ରେକ୍ଷାଳୟରେ ରିଲିଜ ହେବ ଫିଲ୍ମ ।

2 ମିନିଟ 38 ସେକେଣ୍ଡର ଟ୍ରେଲର ଜାଦାର ରହିଛି । ଏହି ଫିଲ୍ମରେ ଭୂମି ପେଡନେକର କନିକା କପୁର ଚରିତ୍ରରେ ଦର୍ଶକଙ୍କୁ ପରିଚିତ କରାଯାଉଛି। ଚଳଚ୍ଚିତ୍ରରେ ଭୂମି ଏକ ୩୦ ବର୍ଷୀୟ ମହିଳା ଭୂମିକାରେ ଅଭିନୟ କରିଛନ୍ତି ଯିଏ ଜୀବନ ଅତିବାହିତ କରିବା ପାଇଁ ସଂଘର୍ଷ କରୁଛନ୍ତି । ପ୍ରେମ, ବନ୍ଧୁତା ଏବଂ ଯୌନ ବିଷୟବସ୍ତୁକୁ ନେଇ ଫିଲ୍ମଟି ନିର୍ମିତ ହୋଇଛି । ସୋସିଆଲ ମିଡିଆ ପରେ ଭୂମି ମଧ୍ୟ ଇନ୍‌ଷ୍ଟାଗ୍ରାମରେ ଫିଲ୍ମର ଟ୍ରେଲର ସେୟାର କରିଛନ୍ତି । କ୍ୟାପସନରେ ଲେଖିଛନ୍ତି, "ଏହି ରାଜକୁମାରୀଙ୍କ ପରୀ କାହାଣୀ ସବୁଠାରୁ ଅଲଗା । 2023 ଅକ୍ଟୋବର 6ରେ ସିନେମାହଲକୁ ଆସିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ। ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ଏକତା କପୁର ଏବଂ ଅଭିନେତା ଅନୀଲ କପୁରଙ୍କ ଝିଅ ତଥା ଫିଲ୍ମ ନିର୍ମାତା ରିୟା କପୁର । ରିୟାଙ୍କ ସ୍ବାମୀ କରଣ ବୁଲାନି ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ।"

  • " class="align-text-top noRightClick twitterSection" data="">

ଏହି ଚଳଚ୍ଚିତ୍ରଟି ଅଭିନେତା ଅନିଲ କପୁରଙ୍କ ପ୍ରଡକ୍ସନ୍ ହାଉସ୍ ଅନିଲ କପୁର ଫିଲ୍ମ ଆଣ୍ଡ କମ୍ୟୁନିକେସନ୍ ନେଟୱାର୍କ ଦ୍ୱାରା ନିର୍ମିତ ହେଉଛି । କରଣ ବାଲୁନି ଏହି ଚଳଚ୍ଚିତ୍ର ସହ ତାଙ୍କ ଚଳଚ୍ଚିତ୍ର ନିର୍ଦ୍ଦେଶନା ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମରେ ଭୂମିଙ୍କ ସହ ଏହି ଚଳଚ୍ଚିତ୍ରରେ ଶେହନାଜ ଗିଲ୍‌, ଡଲି ସିଂ, କୁଶା କପିଲା ଏବଂ ଶିବାନୀ ବେଦୀ, ପ୍ରଦ୍ୟୁମ୍ନ ସିଂ ମଲ, ନତାଶା ରାସ୍ତୋଗୀ, ଗୌତମିକ, ସୁଶାନ୍ତ ଦିଭିକର, ସଲୋନି ଡାଇନି, ଡଲି ଅହଲୁୱାଲିଆ, କରଣ କୁନ୍ଦ୍ରା ଏବଂ ଅନିଲ କପୁରଙ୍କୁ ଦେଖିବାକୁ ମିଳିବ।

ଏହା ମଧ୍ୟ ପଢନ୍ତୁ: ଭୂମି ପେଡ୍ନେକର ଏବଂ ଶେହନାଜ୍‌ ଗିଲ ଷ୍ଟାରର ଆଗାମୀ ଫିଲ୍ମ ଘୋଷଣା, ରିଲିଜ ହେଲା ପୋଷ୍ଟର

ସୂଚନା ଥାଉ କି, ପୂର୍ବରୁ ଫିଲ୍ମର ପୋଷ୍ଟର ରିଲିଜ ହୋଇଥିଲା । ଯେଉଁଥିରେ ଏକ ଅଭିନେତ୍ରୀଙ୍କ ବ୍ୟାକ୍‌ ଫଟୋ ଦେଖିବାକୁ ମିଳିଥିଲା । ଏହି ଫଟୋରେ କିଏ ନଜର ଆସିଛନ୍ତି । ତାହାର ଖୁଲାସା କରାଯାଇନଥିଲା। ଫଳରେ ଫ୍ୟାନ୍ସ ପୋଷ୍ଟରକୁ ନେଇ ଟ୍ରୋଲ୍‌ କରିଥିଲେ । କିଛି ୟୁଜର୍ସ ଫଟୋ ଉପରେ ଅଶ୍ଳୀଳ ମନ୍ତବ୍ୟ ମଧ୍ୟ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.