ETV Bharat / entertainment

SS Rajamouli: 10 ଭାଗରେ ନିର୍ମିତ ହେବ ଫିଲ୍ମ 'ମହାଭାରତ', ଜାଣନ୍ତୁ କଣ କହିଲେ RRR ନିର୍ଦ୍ଦେଶକ

author img

By

Published : May 10, 2023, 4:31 PM IST

ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ସାଉଥର ଲୋକପ୍ରିୟ ନିର୍ଦ୍ଦେଶକ ରାଜାମୌଲିଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ମହାଭାରତ ଉପରେ ଏକ ବଡ ଖବର ଆସିଛି । ଏହି ଫିଲ୍ମଟି 10 ଭାଗରେ ନିର୍ମିତ ହେବାକୁ ଯାଉଛି । ଏନେଇ କଣ କହିଛନ୍ତି ନିର୍ଦ୍ଦେଶକ ଜାଣନ୍ତୁ

10 ଭାଗରେ ନିର୍ମିତ ହେବ ରାଜାମୌଲିଙ୍କ ଡ୍ରିମ ପ୍ରୋଜେକ୍ଟ 'ମହାଭାରତ'

ହାଇଦ୍ରାବାଦ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଭେଟେରାନ୍ ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୌଲି ଓସ୍କାର ବିଜେତା ଫିଲ୍ମ 'RRR' ଐତିହାସିକ ସଫଳତା ପରେ ପୁଣି ଥରେ ବଡ଼ ଧମାକା କରିବାକୁ ଯାଉଛନ୍ତି । ସେ ଆଗାମୀ ଡ୍ରିମ୍‌ ପ୍ରୋଜେକ୍ଟ 'ମହାଭାରତ' ନିର୍ମିତ କରିବାକୁ ଯାଉଛନ୍ତି । ଏହି ପ୍ରୋଜେକ୍ଟ ଉପରେ ଏକ ବିବୃତ୍ତି ଦେଇ ରାଜାମୌଲି କହିଛନ୍ତି ଯେ ସେ ଏହି ଫିଲ୍ମ ଉପରେ ଏବେ କାମ କରୁଛନ୍ତି । ଏହି ଖବର ଶୁଣି ପ୍ରଶଂସକ ବେଶ ଉତ୍ସାହିତ ହୋଇଛନ୍ତି।

ଗତ କିଛି ଦିନ ହେବ ରାଜାମୌଲି 'ମହାଭାରତ' କଥାବସ୍ତୁକୁ ନେଇ ଫିଲ୍ମ ନିର୍ମାଣ କରିବା ନେଇ ଶୁଣିବାକୁ ମିଳିଥିଲା । ବର୍ତ୍ତମାନ ସେ ତାଙ୍କର ଏହି ଡ୍ରିମ୍‌ ପ୍ରୋଜେକ୍ଟକୁ ନେଇ ସେ ଏବେ ଖୋଦ୍‌ ସୂଚନା ଦେଇଛନ୍ତି । ସେ ଏହି ଫିଲ୍ମ ଉପରେ ଏବେ କାମ କରୁଥିବା କହିଛନ୍ତି । ଏଥିସହ ରାଜାମୌଲି କହିଛନ୍ତି, "ମହାଭାରତକୁ ନେଇ ଏକ ଫିଲ୍ମ କରିବା ମୋର ଉଦ୍ଦେଶ୍ୟ, ମୋର ପ୍ରତ୍ୟେକ ଫିଲ୍ମ ନିର୍ମାଣ କରି ମୁଁ କିଛି ନୂଆ ଶିଖେ, ତେଣୁ ମୁଁ ମଧ୍ୟ ଏହି ଫିଲ୍ମ ନିର୍ମାଣ କରିବି ।" ସେ ଫିଲ୍ମ କେବେ ରିଲିଜ କରିବେ ସେନେଇ କିନ୍ତୁ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇ ନାହାନ୍ତି । ତେବେ 'ମହାଭାରତ' ଗୋଟିଏ ନୁହେଁ ଦୁଇଟି ନୁହେଁ 10 ଭାଗରେ ରିଲିଜ ହେବ । ଏହି ଖବର ଶୁଣି ପ୍ରଶଂସକମାନେ ଖୁସି ହେବା ସହ ତାଙ୍କ ଭିତରେ ଉତ୍ସାହ ଦେଖା ଦେଇଛି ।

ସେପଟେ ରାଜାମୌଲିଙ୍କ ଅନ୍ୟାନ୍ୟ ପ୍ରକଳ୍ପ ବିଷୟରେ କହିବାକୁ ଗଲେ ଆଜିକାଲି ସେ ସାଉଥ ସୁପରଷ୍ଟାର ମହେଶ ବାବୁଙ୍କ ସହ ଏକ ପ୍ରୋଜେକ୍ଟକୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି ।

ସୂଚନା ଥାଉ କି, ଏହାପୂର୍ବରୁ ରାଜାମୌଲିଙ୍କ RRR ରିଲିଜ ହୋଇ ଥିଲା, ଯାହା ବକ୍ସ ଅଫିସରେ 1100 କୋଟିରୁ ଅଧିକ ବ୍ୟବସାୟ କରିଥିଲା ​​। ଏହି ଫିଲ୍ମର ସୁପରହିଟ୍ ଗୀତ ନାଟୁ-ନାଟୁ ଶ୍ରେଷ୍ଠ ମୂଳ ଗୀତ ବର୍ଗରେ ଓସ୍କାର ପୁରସ୍କାର ଲାଭ କରିଥିଲା ​​। ଏବଂ ଏହି ଫିଲ୍ମଟି ଅନ୍ତର୍ଜାତୀୟ ସ୍ତରରେ 8ରୁ ଅଧିକ ପୁରସ୍କାର ଜିତିଥିଲା । ଏଥିସହ ଏହି ଫିଲ୍ମର କ୍ରେଜ୍‌ ସାରା ବିଶ୍ୱରେ ଦେଖିବାକୁ ମିଳିଥିଲା । ଫିଲ୍ମଟି ରିଲିଜ୍ ହେବାର ଏକ ବର୍ଷ ପରେ ବି ବିଦେଶୀ ସିନେମା ହଲ୍‌ରେ ଫିଲ୍ମ ଚାଲୁ ରହିଥିଲା ​​। ଏହି ଫିଲ୍ମ ଜାପାନରେ 100 କୋଟିରୁ ଅଧିକ ବ୍ୟବସାୟ କରିଥିଲା । ଏଥି ସହ, ଆମେରିକାରେ ମଧ୍ୟ ଫିଲ୍ମ ଭଲ ରୋଜଗାର କରି ବେଶ ଲୋକପ୍ରିୟତା ହାସଲ କରିଥିଲା ​​। ତେବେ ମହାଭାରତ ମଧ୍ୟ RRR ଭଳି ବେଶ ଲୋକପ୍ରିୟତା ହାସଲ କରିବା ସହ ରେକର୍ଡ କରିବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.