ETV Bharat / entertainment

ଶ୍ରୀଦେବୀଙ୍କୁ ଝୁରୁଛି ପରିବାର, ଥ୍ରୋବ୍ୟାକ ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଲେ ସ୍ବାମୀ ଓ ଝିଅ

author img

By

Published : Aug 13, 2023, 12:58 PM IST

ଆଜି ସ୍ବର୍ଗତ ବଲିଉଡ ଏଭରଗ୍ରୀନ ଅଭିନେତ୍ରୀ ଶ୍ରୀଦେବୀଙ୍କ 60ତମ ଜନ୍ମଦିନ । ଏହି ବିଶେଷ ଅବସରରେ ତାଙ୍କ ସ୍ୱାମୀ ବୋନି କପୁର ଏବଂ ଝିଅ ଖୁସି କପୁର ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କରି ପତ୍ନୀ ଏବଂ ମା'ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

ଶ୍ରୀଦେବୀଙ୍କୁ ମନେପକାଇଲେ ସ୍ବାମୀ ଏବଂ ଝିଅ, ଥ୍ରୋବ୍ୟାକ୍ ଫଟୋ ସେୟାର କରି ଜଣାଇଲେ ଶୁଭେଚ୍ଛା

ମୁମ୍ବାଇ: ବଲିଉଡ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଆଜି 60 ତମ ଜନ୍ମଦିନ । ଏହି ବିଶେଷ ଅବସରରେ ଶ୍ରୀଦେବୀଙ୍କ ସ୍ୱାମୀ ତଥା ଚଳଚ୍ଚିତ୍ର ନିର୍ମାତା ବୋନି କପୁର ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କରି ତାଙ୍କ ପତ୍ନୀଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି । ଏଥି ସହିତ ଝିଅ ଖୁସି କପୁର ମଧ୍ୟ ଏକ ପୁରୁଣା ଫଟୋ ସେୟାର କରି ତାଙ୍କ ମା'ଙ୍କୁ ଶୁଭକାମନା ଜଣାଇଛନ୍ତି ।

ଥ୍ରୋବ୍ୟାକ୍ ଫଟୋ ସେୟାର କରି ଶ୍ରୀଦେବୀଙ୍କୁ ଶଭେଚ୍ଛା ଜଣାଇଲେ ଝିଅ ଖୁସି କପୁର

ଶ୍ରୀଦେବୀଙ୍କ ଜନ୍ମଦିନରେ ସ୍ୱାମୀ ତଥା ଚଳଚ୍ଚିତ୍ର ନିର୍ମାତା ବୋନି କପୁର ମଧ୍ୟରାତ୍ରିରେ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି । ଫଟୋରେ ସେ ଶ୍ରୀଦେବୀଙ୍କୁ ଧରିଥିବାର ନଜର ଆସିଛନ୍ତି । ଏହି ଫଟୋ ସେୟାର କରି ସେ ଶ୍ରୀଦେବୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଫଟୋରେ ଶ୍ରୀଦେବୀ ବ୍ଲାକ ଜ୍ୟାକେଟ୍ ଏବଂ ଖୋଲା କେଶରେ ନଜର ଆସିଥିବା ବେଳେ ବୋନି କପୁର ଲାଲ କ୍ୟାପ୍ ଏବଂ ଧୂସର ରଙ୍ଗର ଏକ ଜ୍ୟାକେଟରେ ଖୁବ ସୁନ୍ଦର ଲାଗୁଛନ୍ତି । ଏହି ସୁନ୍ଦର ଫଟୋ ସେୟାର କରି ବୋନି କପୁର ଏକ ଲାଲ୍ ହାର୍ଟ ଇମୋଜି ସହ ପତ୍ନୀଙ୍କୁ 'ହାପି ବର୍ଥ ଡେ' ୱିସ୍ କରିଛନ୍ତି । ସେପଟେ ବୋନି କପୁରଙ୍କ ଏହି ପୋଷ୍ଟକୁ ତାଙ୍କ ବଡ଼ ଝିଅ ତଥା ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି ।

ବୋନି କପୁର ଏହି ପୋଷ୍ଟ ସେୟାର କରିବା ମାତ୍ରେ ପ୍ରଶଂସକମାନେ ଏହାକୁ ଲାଇକ କରିବା ସହ ପ୍ରତିକ୍ରିୟାରେ ଅଭିନେତ୍ରୀଙ୍କୁ ଶୁଭକାମନା ଜଣାଇଛନ୍ତି । ଜଣେ ପ୍ରଶଂସକ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, 'ନିଜ ଜୀବନର ପ୍ରେମ ପାଇଁ ବଞ୍ଚିବା ଏବଂ ତାଙ୍କ ଜନ୍ମଦିନକୁ ସମ୍ମାନ ଦେବା, ସେ ପ୍ରକୃତରେ ଜଣେ ମହାନ ବ୍ୟକ୍ତି ।' ଏହି ସମୟରେ, ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, 'ଭୁଲି ବିସରୀ ଏକ କାହାନୀ, ଫିର୍ ଆ ଗୟି ୟାଦ୍ ପୁରାନୀ' ଏହାର ଅର୍ଥ 'ଭୁଲିଯାଇଥିବା କାହାଣୀ, ପୁଣି ମନେ ପଡିଗଲା' । ଏଥିସହ ବୋନି କପୁର ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଗୁଗୁଲ ଡୁଡଲ ସେୟାର କରିଥିବା ଶ୍ରୀଦେବୀଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି ।

ଥ୍ରୋବ୍ୟାକ୍ ଫଟୋ ସେୟାର କରି ଶ୍ରୀଦେବୀଙ୍କୁ ଶଭେଚ୍ଛା ଜଣାଇଲେ ସ୍ୱାମୀ ବୋନି କପୁର

ସେହିପରି ଝିଅ ଖୁସି କପୁର ଶ୍ରୀଦେବୀଙ୍କ ଜନ୍ମଦିନରେ ତାଙ୍କ ମା'ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୁରୁଣା ଫଟୋ ସେୟାର କରିଛନ୍ତି । ଫଟୋରେ ଖୁସି କପୁର ତାଙ୍କ ମା' ଶ୍ରୀଦେବୀ ଏବଂ ବଡ଼ ଭଉଣୀ ଜାହ୍ନବୀ କପୁରଙ୍କ ସହ ନଜର ଆସିଛନ୍ତି । ଏହି ଥ୍ରୋବ୍ୟାକ୍ ଫଟୋ ସେୟାର କରି ଖୁସି କପୁର କ୍ୟାପସନରେ ଏକ ହ୍ବାଇଟ ହାର୍ଟ ଇମୋଜି ସହ 'ଶୁଭ ଜନ୍ମଦିନ ମାମା' ଲେଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମନେ ପଡନ୍ତି ଶ୍ରୀଦେବୀ, ନିଆରା ଢଙ୍ଗରେ ଅଭିନେତ୍ରୀଙ୍କ 60ତମ ଜନ୍ମଦିନ ପାଳିଲା ଗୁଗଲ

ସେପଟେ ଜାହ୍ନବୀ କପୁର ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ନିକଟରେ ରିଲିଜ ହୋଇଥିବା ଫିଲ୍ମ ବୱାଲରେ ଜାହ୍ନବୀ କପୁରଙ୍କୁ ଦେଖିବାକୁ ମିଳିଛି । ଏଥିରେ ସେ ବରୁଣ ଧୱନଙ୍କ ବିପକ୍ଷରେ ନଜର ଆସିଛନ୍ତି । ଏହା ପରେ ସେ ମିଷ୍ଟର ଆଣ୍ଡ ମିସେସ ମାହିରେ ରାଜ କୁମାର ରାଓଙ୍କ ବିପକ୍ଷରେ ନଜର ଆସିବାକୁ ଥିବା ବେଳେ ଦେୱରାରେ ଜାହ୍ନବୀ ସାଉଥ ସୁପରଷ୍ଟାର ଜନିଆର ଏନଟିଆରଙ୍କ ବିପକ୍ଷରେ ନଜର ଆସିବେ । ଏହି ଫିଲ୍ମ ସହ ଜାହ୍ନବୀ ସାଉଥରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେହିପରି ଖୁସି କପୁରଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, 'ଦ ଆର୍ଚିସ୍' ସହ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ଖୁସି । ଏଥିରେ ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ ମଧ୍ୟ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.