ETV Bharat / entertainment

ସୋନାଲି ଫୋଗଟଙ୍କ ଶେଷ ଭିଡିଓ ଭାଇରାଲ, ମୃତ୍ୟୁ ପୂର୍ବରୁ କରିଥିଲେ ପୋଷ୍ଟ

author img

By

Published : Aug 23, 2022, 1:41 PM IST

ଆଜି ସୋନାଲି ଫୋଗଟଙ୍କ ପରଲୋକ Sonali Phogat Passes Away ହୋଇଛି । ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସେ ଏକ ଭିଡିଓ ପୋଷ୍ଟ କରିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

ସୋନାଲି ଫୋଗଟଙ୍କ ଶେଷ ଭିଡିଓ ଭାଇରାଲ, ମୃତ୍ୟୁ ପୂର୍ବରୁ କରିଥିଲେ ପୋଷ୍ଟ
ସୋନାଲି ଫୋଗଟଙ୍କ ଶେଷ ଭିଡିଓ ଭାଇରାଲ, ମୃତ୍ୟୁ ପୂର୍ବରୁ କରିଥିଲେ ପୋଷ୍ଟ

ନୂଆଦିଲ୍ଲୀ: ବିଜେପି ନେତ୍ରୀ ତଥା ଅଭିନେତ୍ରୀ ସୋନାଲି ଫୋଗଟଙ୍କ ଅକାଳ ବିୟୋଗ (Sonali Phogat Passes Away) ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ସୋନାଲି ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି । ସୋମବାର ରାତିରେ ସେ ଗୋଆରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସୋନାଲି ଫୋଗଟ ମଧ୍ୟ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିଲେ । ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସେ ଏକ ଭିଡିଓ ପୋଷ୍ଟ କରିଥିଲେ । ଏଥିରେ ସେ ଖୁବ୍‌ ସୁନ୍ଦର ଅନ୍ଦାଜରେ ନଜର ଆସିଛନ୍ତି । ଏହି ଭିଡିଓ ଦେଖିଲେ ଅନୁମାନ କରାଯାଇପାରିବ ନାହିଁ କି ସେ ଅସୁସ୍ଥ ଥିଲେ ।

ଭିଡିଓରେ ସୋନାଲି ଫୋଗାଟ୍ ରାଜକୀୟ ଅନ୍ଦାଜରେ ସୁନ୍ଦର ଲାଗୁଛନ୍ତି । ସେ ଏକ ଧଳା ସାର୍ଟ, ବ୍ରାଉନ୍ ପ୍ୟାଣ୍ଟ ସହିତ ମୁଣ୍ଡରେ ଗୋଲାପୀ ରଙ୍ଗର ପଗଡି ବାନ୍ଧିଛନ୍ତି । ଭିଡିଓରେ ସେ 'ରୁଖ ସେ ଜରା ନକାବ ଉଠା ଦୋ ମେରେ ହୁଜୁର...' ଗୀତରେ ଚାଲୁଥିବାର ନଜର ଆସିଛନ୍ତି । ସୋନାଲିଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରଶଂସକ ମଧ୍ୟ ଏହି ଭିଡିଓକୁ ଖୁବ୍‌ ପସନ୍ଦ କରିଛନ୍ତି । ଏହି ଭିଡିଓ ଦେଖିଲେ ସହଜରେ ବିଶ୍ୱାସ କରିହେଉନି କି, ସୋନାଲି ଏତେ ଶୀଘ୍ର ଦୁନିଆରୁ ବିଦାୟ ନେଇଯିବେ ବୋଲି । ଜଣେ ୟୁଜର ଲେଖିଛନ୍ତି, 'ଜୀବନର କୌଣସି ଭରସା ନାହିଁ । ଆପଣ ଆଉ ନାହାଁନ୍ତି, ବିଶ୍ବାସ କରିବା ଆମ ପାଇଁ କଷ୍ଟକର ହୋଇପଡୁଛି । ଅନ୍ୟ ଜଣେ ୟୁଜର ଲେଖିଛନ୍ତି, 'ତୁମ ପରି ଜଣେ ଯୁବ ନେତ୍ରୀଙ୍କୁ ହରାଇବା ବିଜେପି ଏବଂ ହରିୟାଣା ପାଇଁ ଏକ ବଡ ଦୁଃଖର ବିଷୟ ।'

ଉଲ୍ଲେଖନୀୟ ଯେ, ରାଜନୀତିରେ ସକ୍ରିୟ ହେବା ପୂର୍ବରୁ ସୋନାଲି ଫୋଗଟ ଅଭିନୟ ଏବଂ ମଡେଲିଂ ଦୁନିଆରେ ନିଜର ଜଲଓ୍ବା ଦେଖାଇଥିଲେ । ଟିଭି ରିଆଲିଟି ସୋ 'ବିଗ୍ ବସ୍ 14' ସିଜିନରେ ମଧ୍ୟ ସେ ଭାଗ ନେଇଥିଲେ । ସୋନାଲିଙ୍କ ରାଜନୈତିକ କ୍ୟାରିୟର ବିଷୟରେ କହିବାକୁ ଗଲେ, ସୋନାଲି 2008 ମସିହାରେ ବିଜେପିରେ ଯୋଗ ଦେଇଥିଲେ ଏବଂ ସେବେଠାରୁ ସେ ରାଜନୀତିରେ ସକ୍ରିୟ ହୋଇଥିଲେ । ସେନାଲି ୨୦୧୯ରେ ବିଜେପି ଟିକେଟରେ ହରିୟାଣାର ଆଦମପୁର ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ । ବିଜେପିର ହରିୟାଣା ୟୁନିଟ୍ ସୋନାଲି ଫୋଗଟଙ୍କୁ ମହିଳା ମୋର୍ଚ୍ଚାର ରାଜ୍ୟ ଉପସଭାପତି ଭାବରେ ମଧ୍ୟ ନିଯୁକ୍ତ କରିଥିଲା ।

ଏହା ବି ପଢନ୍ତୁ: ହୃଦଘାତରେ BJP ନେତ୍ରୀ ସୋନାଲି ଫୋଗଟଙ୍କ ପରଲୋକ

ସୋନାଲି ଫୋଗଟ ୧୯୭୯ ସେପ୍ଟେମ୍ବର ୨୧ତାରିଖରେ ହରିୟାଣାର ଫତେହାବାଦରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୦୬ ରେ ହିସାର ଦୂରଦର୍ଶନରେ ଆଙ୍କର୍ ଭାବରେ କାମ କରିବା ଆରମ୍ଭ କରିଥିଲେ । ଦୁଇ ବର୍ଷ ପରେ ଅର୍ଥାତ ୨୦୦୮ ରେ, ସେ ବିଜେପିରେ ଯୋଗ ଦେଇଥିଲେ ଏବଂ ଦଳ ପାଇଁ କାମ କରିବା ଆରମ୍ଭ କରିଥିଲେ । ସୋନାଲି ଜଣେ ଭଲ ଅଭିନେତ୍ରୀ ମଧ୍ୟ । ଅନେକ ସଙ୍ଗୀତ ଆଲବମରେ ମଧ୍ୟ ଅଭିନୟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.