ETV Bharat / entertainment

Jawan Special Screening: ନଜର ଆସିଲେ ଶାହାରୁଖ, ଅଟଲିଙ୍କ ସମେତ ଫିଲ୍ମର ପୁରା ଟିମ୍

author img

By ETV Bharat Odisha Team

Published : Sep 8, 2023, 1:16 PM IST

ଜବାନ ରିଲିଜ ପରେ ହୋଇଥିଲା ଫିଲ୍ମର ସ୍ପେଶାଲ ସ୍କ୍ରିନିଂ । ନିର୍ଦ୍ଦେଶକ ଅଟଲି ଏବଂ ଅଭିନେତ୍ରୀ ନୟନତାରା ତାଙ୍କ ସ୍ୱାମୀଙ୍କ ସହ ମୁମ୍ବାଇରେ ନଜର ଆସିଥିଲେ । ସେହିପରି ଦୀପିକା ପାଦୁକୋନ, କିଙ୍ଗଖାନଙ୍କ ସମେତ ସୁହାନା ଖାନ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ଅଧିକ ପଢନ୍ତୁ

ନଜର ଆସିଲେ ଶାହାରୁଖ, ଅଟଲିଙ୍କ ସମେତ ଫିଲ୍ମର ପୁରା ଟିମ୍

ମୁମ୍ବାଇ: ବଲିଉଡ 'କିଙ୍ଗ ଖାନ' ଶାହାରୁଖ ଖାନଙ୍କ ଆକ୍ସନ୍-ଥ୍ରୀଲର ଫିଲ୍ମ 'ଜବାନ' ଧମାକା କରିଛି । ପ୍ରଥମ ଦିନରେ ଫିଲ୍ମକୁ ନେଇ ସମସ୍ତଙ୍କ ମଧ୍ୟରେ କ୍ରେଜ ଦେଖିବାକୁ ମିଳିଛି । ଚଳଚ୍ଚିତ୍ରଟି ପ୍ରଥମ ଦିନରେ 150 କୋଟି ବିଶ୍ବବ୍ୟାପୀ ବ୍ୟବସାୟ କରି ଶାହାରୁଖ ଖାନ ଫିଲ୍ମ 'ଜବାନ' ହିନ୍ଦୀ ସିନେମାରେ ଇତିହାସ ସୃଷ୍ଟି କରିଛି । ଏହାରି ମଧ୍ୟରେ ଗତକାଲି ରାତିରେ ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜିତ ହୋଇଥିଲା । ଯେଉଁଥିରେ ଶାହାରୁଖଙ୍କ ସମେତ ଫିଲ୍ମର ପୁରା ଟିମ ଯୋଗ ଦେଇଥିଲେ ।

ୟଶ ରାଜ ଷ୍ଟୁଡିଓରେ ଜବାନର ସ୍ୱତନ୍ତ୍ର ସ୍କ୍ରିନିଂ ଅନୁଷ୍ଠିତ ହୋଇଥିଲା । ଯେଉଁଠାରେ ଜବାନର ପୁରା ଟିମ ଯୋଗ ଦେଇଥିଲେ ଫିଲ୍ମର ଏହି ସ୍ବତନ୍ତ୍ର ସ୍କ୍ରିନିଂ ପାଇଁ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ନୟନତାରା ତାଙ୍କ ସ୍ୱାମୀ ବିଗ୍ନେଶ ଶିବନ ମୁମ୍ବାଇ ପହଞ୍ଚିଥିଲେ । ଏହି ଦମ୍ପତିଙ୍କୁ ଏୟାରପୋର୍ଟରେ ସ୍ପଟ କରାଯାଇଥିଲା । ଏଥିସହ ନିର୍ଦ୍ଦେଶକ ଅଟଲି ଏବଂ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ, ଦୀପିକା ପାଦୁକୋନ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ସେହିପରି ଶାହାରୁଖ ଖାନ ନିଜ ପୁଅ ଝିଅ ସୁହାନା ଖାନ ଏବଂ ଆର୍ଯ୍ୟନ ଖାନଙ୍କ ସହ ନଜର ଆସିଥିଲେ ।

ଏହି ସମୟରେ ସମସ୍ତେ କ୍ୟାମେରା ଆଗରେ ପୋଜ ଦେଇଥିଲେ । କେବଳ ଏତିକି ନୁହେଁ ଶାହାରୁଖ ଖାନ ନିଜେ ମଧ୍ୟ ତାଙ୍କ ଜବାବ ଟିମ ସହ ଫଟୋ କ୍ଲିକ୍ କରିଥିଲେ ଏବଂ ଜବାନଙ୍କ ସ୍ୱତନ୍ତ୍ର ସ୍କ୍ରିନିଂର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନୟନତାରା ଏବଂ ବିଗ୍ନେଶଙ୍କୁ ସିମ୍ପୁଲ ଲୁକରେ ଦେଖିବାକୁ ମିଳିଥିବା ବେଳେ ଦୀପିକା ପାଦୁକୋନଙ୍କୁ ଏକ ବ୍ଲାକ ଆଉଟଫିଟ ସହ ଗର୍ଜିୟସ ଲୁକରେ ଦେଖିବାକୁ ମିଳିଛି । ଏଥିସହ ଫିଲ୍ମରେ ନଜର ଆସିଥିବା ଅନ୍ୟ ଅଭିନେତ୍ରୀ ସାନିଆ ମାଲହୋତ୍ରା, ରିଦ୍ଧି ଡୋଗ୍ରା ଏବଂ ସାଉଥ ଅଭିନେତ୍ରୀ ପ୍ରିୟାମଣିଙ୍କ ସମେତ ଅନ୍ୟ ତାରକା ଶାହାରୁଖ ଖାନଙ୍କ ସହ ଫଟୋ କ୍ଲିକ୍ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଏତିକି କୋଟିରେ ନିର୍ମାଣ ହୋଇଛି ଜବାନ, ଶାହରୁଖଙ୍କଠୁ ଦୀପିକା କେଉଁ ଷ୍ଟାରକାଷ୍ଟ ନେଲେ କେତେ ଫିସ୍‌ ଜାଣନ୍ତୁ

'ଜବାନ' ପ୍ରଥମ ଦିନରେ 150 କୋଟି ଟଙ୍କାର ବିଶ୍ବବ୍ୟାପୀ ବ୍ୟବସାୟ କରିଛି । ଏଭଳି ପରିସ୍ଥିତିରେ ଜବାନ୍ ସାଉଥର ବ୍ଲକବଷ୍ଟର ଚଳଚ୍ଚିତ୍ର ବାହୁବଲୀ 2 (121 କୋଟି)ର ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛି । କେବଳ ଏତିକି ନୁହେଁ ଶାହାରୁଖ ଖାନ ନିଜର ଚଳଚ୍ଚିତ୍ର 'ପଠାନ'କୁ ପ୍ରଥମ ଦିନର କଲେକ୍ସନରେ ପଛରେ ପକାଇଛନ୍ତି । ବର୍ତ୍ତମାନ ଜବାନ୍ ଭାରତରେ ବି ପ୍ରଥମ ଦିନରେ 75 କୋଟି ରୋଜଗାର କରି 'ପଠାନ୍' ସମେତ ହିନ୍ଦୀ ବେଲ୍ଟରେ ସାଉଥ ଚଳଚ୍ଚିତ୍ର କେଜିଏଫ୍ 2 ଏବଂ ବାହୁବଲୀ 2ର ରେକର୍ଡ ଭାଙ୍ଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.