ETV Bharat / entertainment

The Kerala Story: ଫିଲ୍ମ ରିଲିଜକୁ ଚ୍ୟାଲେଞ୍ଜ, ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ - ସୁପ୍ରିମକୋର୍ଟରେ ଦ କେରଳ ଷ୍ଟୋରୀ ବିରୋଧରେ ଆବେଦନ

ଫିଲ୍ମ 'ଦ କେରଳ ଷ୍ଟୋରୀ' ଉପରେ ପ୍ରତିବନ୍ଧକ ଲଗାଇବାକୁ ଆବେଦନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା । ଏପରିକି ଫିଲ୍ମ ରିଲିଜକୁ ଚ୍ୟାଲେଞ୍ଜ କରି କେରଳ ହାଇକୋର୍ଟରେ ମଧ୍ୟ ପିଟିସନ ଦାଏର ହୋଇଥିଲା । ଅଧିକ ପଢନ୍ତୁ

ଫିଲ୍ମ ରିଲିଜ ରୋକିବା ଆବେଦନ ଉପରେ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

author img

By

Published : May 2, 2023, 5:01 PM IST

Updated : May 2, 2023, 5:11 PM IST

ନୂଆଦିଲ୍ଲୀ: ରିଲିଜ୍ ପୂର୍ବରୁ ମଧ୍ୟ ବିବାଦ ଘେରକୁ ଆସିଥିବା ଫିଲ୍ମ 'ଦ କେରଳ ଷ୍ଟୋରୀ' ରିଲିଜ ଉପରେ ପ୍ରତିବନ୍ଧକ ଲଗାଇବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଫିଲ୍ମ ରିଲିଜକୁ ଚ୍ୟାଲେଞ୍ଜ କରି ଏକ ପିଟିସନ ଦାଖଲ କରାଯାଇଥିଲା । ଫିଲ୍ମ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରୁଥିବା ଆବେଦନରେ ଦର୍ଶା ଯାଇଥିଲା । ଏନେଇ ଫିଲ୍ମ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା । ତେବେ ଏହାର ତୁରନ୍ତ ଶୁଣାଣି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ମନା କରିଛନ୍ତି।

ଜଷ୍ଟିସ କେଏମ ଜୋସେଫ ଏବଂ ଜଷ୍ଟିସ ବି.ଭି ନାଗରତ୍ନାଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ତୁରନ୍ତ ଶୁଣାଣି କରିବାକୁ ମନା କରିଛନ୍ତି ଏବଂ ବେଞ୍ଚ କହିଛନ୍ତି ଯେ ଏହି ମାମଲା ପ୍ରଧାନ ବିଚାରପତିଙ୍କ ନିକଟକୁ ପଠାଯିବା ଉଚିତ । ଜଷ୍ଟିସ ବି.ଭି ନାଗରତ୍ନା କହିଛନ୍ତି ଯେ, ଏହି ଫିଲ୍ମର ଟ୍ରେଲରକୁ 60 ଲକ୍ଷ ଥର ଦେଖାଯାଇଛି। ଏହି ଫିଲ୍ମ ଶୁକ୍ରବାର ଦିନ ରିଲିଜ କରୁଛି।

ବେଞ୍ଚ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଫିଲ୍ମଟି ସାର୍ଟିଫିକେଟ୍ ପାଇଛି ଏବଂ ବୋର୍ଡ ଏହାକୁ ମଞ୍ଜୁରୀ ଦେଇଛି । ଯଦି ଆପଣ ଫିଲ୍ମର ରିଲିଜକୁ ଚ୍ୟାଲେଞ୍ଜ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ସାର୍ଟିଫିକେଟ୍ ଚ୍ୟାଲେଞ୍ଜ କରିବା ଉଚିତ୍ ଏବଂ ତାହା ମଧ୍ୟ ଉପଯୁକ୍ତ ଫୋରମ୍ ମାଧ୍ୟମରେ ଚ୍ୟାଲେଞ୍ଜ କରିବା ଉଚିତ । ଏହା କୌଣସି ଆଧାର ନୁହେଁ। ଏହିପରି ସମସ୍ତେ ସୁପ୍ରିମକୋର୍ଟକୁ ଆସିବା ଆରମ୍ଭ କରିବେ ।

ସୂଚନା ଥାଉ କି, ଏହି ଫିଲ୍ମଟି ଧର୍ମାନ୍ତରୀକରଣ ଉପରେ ଆଧାରିତ । ଶୁକ୍ରବାର (ମେ 5)ରେ ରିଲିଜ କରିବାକୁ ଥିବା ଫିଲ୍ମ 'ଦ କେରଳ ଷ୍ଟୋରୀ' ବିବାଦରେ ଛନ୍ଦି ହୋଇଛି। ଏହି ଫିଲ୍ମରେ କେରଳର 32,000 ନିଖୋଜ ଝିଅଙ୍କ କାହାଣୀକୁ ନେଇ ନିର୍ମିତ ହୋଇଛି । ଯେଉଁମାନଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଇଥିଲା । ପରେ ତାଙ୍କୁ ଆଇଏସଆଇଏସ ସହ ଯୋଡି ଆତଙ୍କବାଦୀ କରାଯାଇଥିଲା । ତେବେ ଫିଲ୍ମରେ ଦର୍ଶାଯାଇଥିବା ବିଷୟବସ୍ତୁ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରୁଥିବା ଅଭିଯୋଗ ନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା । ଯେଉଁଥିରେ ଫିଲ୍ମଟି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଇଥିଲା। ତେବେ ଏହାର ଶୁଣାଣି କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ ।

ତେବେ କେରଳ ହାଇକୋର୍ଟରେ ମଧ୍ୟ ଫିଲ୍ମ ରିଲିଜକୁ ଚ୍ୟାଲେଞ୍ଜ କରି ଏକ ପିଟିସନ ଦାଏର ହୋଇଥିଲା । କିନ୍ତୁ କେରଳ ହାଇକୋର୍ଟ ପିଟିସନକୁ ଖାରଜ କରିଦେଇଛନ୍ତି । ଏପଟେ ଫିଲ୍ମ ରିଲିଜ ପୂର୍ବରୁ ସୋସିଆଲ ମିଡିଆରେ ଓ୍ୱାର ଆରମ୍ଭ ହୋଇଯାଇଛି ।

Last Updated : May 2, 2023, 5:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.