ETV Bharat / entertainment

Salman Khan: ଏୟାରପୋର୍ଟରେ କୁନି ଫ୍ୟାନକୁ ହଗ୍‌ କଲେ ଭାଇଜାନ, ଭିଡିଓ ଭାଇରାଲ

ପୁଣି ଫ୍ୟାନ୍ସଙ୍କ ମନ ଜିତିଛନ୍ତି ବଲିଉଡ ଭାଇଜାନ ସଲମାନ ଖାନ । ଏୟାରପୋର୍ଟରେ କୁନି ଫ୍ୟାନକୁ ହଗ୍‌ କରି ଚର୍ଚ୍ଚାରେ ସଲମାନ । ସଲମାନ ଏବଂ କୁନି ଫ୍ୟାନଙ୍କ ଏହି କ୍ୟୁଟ୍‌ ମୂହୁର୍ତ୍ତର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ,

author img

By

Published : May 25, 2023, 4:41 PM IST

ଏୟାରପୋର୍ଟରେ କୁନି ଫ୍ୟାନକୁ ଆଲିଙ୍ଗନ କଲେ ଭାଇଜାନ, ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ ଦବଙ୍ଗ ଅଭିନେତା ସଲମାନ ଖାନକୁ କିଏ ବା ନ ଜାଣେ । ନିଜ ଅଭିନୟ ଏବଂ ତାଙ୍କ ଅନ୍ଦାଜ ପାଇଁ ଆଜି ବି ଫ୍ୟାନ୍ସ ତାଙ୍କ ପଛରେ ପାଗଳ । ସେ ମଧ୍ୟ ଫ୍ୟାନ୍ସଙ୍କ ସହ ସମୟ ବିତାଇବାକୁ ବେଶ ଭଲପାଇଥାନ୍ତି । ନିକଟରେ ସଲମାନଙ୍କୁ ବାରମ୍ବାର ହତ୍ୟା ଧମକ ମିଳିବାରେ ଲାଗିଛି। ପଳରେ ଏନେଇ ତାଙ୍କ ସୁରକ୍ଷାକୁ କଡ଼କଡ଼ି କରାଯାଇଛି । ଗ୍ୟାଙ୍ଗ୍‌ଷ୍ଟାର୍‌ ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବ୍ରାରଙ୍କ ଦ୍ୱାରା ଅଭିନେତାଙ୍କୁ ଧମକ ମିଳିବା ପରେ ସେ ମଧ୍ୟ ବହୁତ ସତର୍କ ହୋଇ ପଡ଼ିଛନ୍ତି । ଫଳରେ ଫ୍ୟାନ୍ସଙ୍କ ସହ ଭଲଭାବେ ମିଶିପାରନ୍ତି ନାହିଁ ଭାଇଜାନ । ଏହାରି ମଧ୍ୟରେ ବର୍ତ୍ତମାନ ତାଙ୍କ ଏକ ଭିଡିଓ ସେସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ସଲମାନ ଏୟାରପୋର୍ଟରେ ତାଙ୍କ କୁନି ଫ୍ୟାନଙ୍କୁ ଆଲିଙ୍ଗନ କରୁଥିବାର ନଜର ଆସିଛନ୍ତି । ତେବେ କଡ଼ା ସୁରକ୍ଷା ମଧ୍ୟରେ ବି ସଲମାନ ତାଙ୍କ ଫ୍ୟାନଙ୍କୁ ଦେଖା କରିଥିବାରୁ ଏହାକୁ ଖୁବ ପସନ୍ଦ କରିଛନ୍ତି ତାଙ୍କ ଫ୍ୟାନ୍ସ । ଏହାର ଭିଡିଓ ଭାଇରାଲ ହେବାପରେ ୟୁଜର୍ସ ଏହାକୁ ଲାଇକ ମଧ୍ୟ କରୁଛନ୍ତି ।

ନିକଟରେ ସଲମାନ ଖାନ୍‌ଙ୍କୁ ବିମାନବନ୍ଦରରେ କଡ଼ା ସୁରକ୍ଷା ମଧ୍ୟରେ ଦେଖିବାକୁ ମିଳିଥିଲା । ଏହି ସମୟରେ ସଲମାନ ଖାନଙ୍କୁ ଦେଖି ତାଙ୍କର ଜଣେ କୁନି ପ୍ରଶଂସକ ଏତେ ଉତ୍ସାହିତ ହୋଇଗଲେ ଯେ ସଲମାନଙ୍କୁ ଭେଟିବାକୁ ସେ ଦ୍ରୁତ ଗତିରେ ଦୌଡ଼ି ଆସିଥିଲେ । ତେବେ ସେ ସୁରକ୍ଷା ମଧ୍ୟରେ ଦୌଡି ଆସୁଥିବା କୁନି ଫ୍ୟାନଙ୍କୁ ସଲମାନ ଖାନ ଟିକିଏ ରହି ଯାଇଥିଲେ । ଏହି ସମୟରେ ପିଲାଟିକୁ ଭେଟିବା ପାଇଁ ଅନୁମତି ଦେଇଥିଲେ ସୁରକ୍ଷାକର୍ମୀ । ସେହି କୁନି ଫ୍ୟାନକୁ ସଲମାନ ହଗ୍‌ ବା ଆଲିଙ୍ଗନ କରିଥିବା ଦେଖାଯାଇଛି । ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ସଲମାନଙ୍କ ଏହି ଭିଡିଓ ଭାଇରାଲ ପରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ତାଙ୍କ ପ୍ରଶଂସା କରିଛନ୍ତି । ଏହା ଉପରେ ପ୍ରତିକ୍ରିୟା ଦେଇ ଜଣେ ପ୍ରଶଂସକ ଲେଖିଛନ୍ତି, "ଭାରତୀୟ ସିନେମାର ସବୁଠୁ ସୁନ୍ଦର ଏବଂ ସୁନ୍ଦର ଦେଖାଯାଉଥିବା ଅଭିନେତା ।' ଅନ୍ୟ ଜଣେ ଲେଖିଛନ୍ତି, 'ସ୍ଲୋ ମୋସନ ଭିଡିଓରେ ଭାଇଙ୍କ କଣ ମୋସନ କଣ ରହିଛି । ଅନ୍ୟ ଜଣେ ଲେଖିଛନ୍ତି, 'ଜଲୱା ହେ ଭାଇ କା । ଭାଇ, ତାଙ୍କ ପରି କେହି ନାହାଁନ୍ତି । ଏହି ସମୟରେ, ଅନ୍ୟ ଜଣେ ଲେଖିଥିଲେ, 'ସେ ଜଣେ ଭଲ ବ୍ୟକ୍ତି ।' ସଲମାନ ଖାନ ବିମାନବନ୍ଦରରେ ବ୍ଲାକ୍‌ ଲୁକରେ ନଜର ଆସିଛନ୍ତି। ସଲମାନ ଖାନ କଳା ଜିନ୍ସ ଏବଂ କଳା ଜ୍ୟାକେଟ ଉପରେ କଳା ଟି-ସାର୍ଟ ପିନ୍ଧି ଡାସିଂ ଲାଗୁଥିଲେ।

ସଲମାନ ଖାନଙ୍କ ୱାର୍କ ପ୍ରଣ୍ଟ କଥା କହିବାକୁ ଗଲେ, 4 ବର୍ଷ ପରେ ଏପ୍ରିଲ 21 ଇଦ ଅବସରରେ ସଲମାନଙ୍କ ଅଭିନୀତ ଫିଲ୍ମ କିସି କା ଭାଇ କିସି କା ଜାନ ରିଲିଜ ହୋଇଥିଲା । ହେଲେ ଭାଇଜାନଙ୍କ ଫିଲ୍ମ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇପାରିନଥିଲା । ଯାହାକୁ ନେଇ ସଲମାନ ମଧ୍ୟ ଅସନ୍ତୁଷ୍ଟ ରହିଛନ୍ତି । ଏହି ଫିଲ୍ମଟି ବକ୍ସ ଅଫିସରେ 200 କୋଟି ମଧ୍ୟ ସଂଗ୍ରହ କରିପାରିନାହିଁ । ସଲମାନ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ତାଙ୍କ ଫିଲ୍ମ ଦର୍ଶକଙ୍କୁ ପସନ୍ଦ ଆସିପାରି ନାହିଁ । ଏହାରି ମଧ୍ୟରେ ଚଳିତ ବର୍ଷ ତାଙ୍କର ଆଗାମୀ ଫିଲ୍ମ 'ଟାଇଗର -3'ରେ ନଜର ଆସିବେ। ଏହି ଫିଲ୍ମରେ କ୍ୟାଟ୍ରିନା କୈଫ ପୁଣି ଥରେ ତାଙ୍କ ସହ ନଜର ଆସିବେ । ଫିଲ୍ମ ଇମ୍ରାନ ହାଶମୀ ଜଣେ ଖଳନାୟକ ଭାବରେ ନଜର ଆସିବେ ଏବଂ ଏହି ଫିଲ୍ମ ଚଳିତ ବର୍ଷ ଦିପାବଳୀ ଅବସରରେ ରିଲିଜ କରିବ ।

For All Latest Updates

TAGGED:

Salman Khan
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.