ETV Bharat / entertainment

ବକ୍ସ ଅଫିସରେ ପ୍ରଭାସ-କିଙ୍ଗ ଖାନଙ୍କ ଟକ୍କର, କିଏ ମାରିବ ବାଜି?

author img

By ETV Bharat Odisha Team

Published : Dec 17, 2023, 11:54 AM IST

Salaar Vs Dunki Advance Booking: ଖ୍ରୀଷ୍ଟମାସ ଅବସରରେ ରିଲିଜ ହେବାକୁ ଯାଉଛି ପ୍ରଭାସଙ୍କ ଫିଲ୍ମ 'ସାଲାର' ଏବଂ ଶାହାରୁଖ ଖାନଙ୍କ ଫିଲ୍ମ 'ଡଙ୍କି' । ବକ୍ସ ଅଫିସରେ ଉଭୟଷ୍ଟାରଙ୍କ କଡ଼ା ଟକ୍କର ହେବାକୁ ଥିବା ବେଳେ ବର୍ତ୍ତମାନ ଏହି ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି । ପ୍ରଥମ ଦିନରେ କାହାର କେତେ ଟିକେଟ ବୁକିଂ ହୋଇଛି ? ଜାଣନ୍ତୁ

ବକ୍ସ ଅଫିସରେ ପ୍ରଭାସ-କିଙ୍ଗ ଖାନଙ୍କ ଟକ୍କର, କିଏ ମାରିବ ବାଜି?
ବକ୍ସ ଅଫିସରେ ପ୍ରଭାସ-କିଙ୍ଗ ଖାନଙ୍କ ଟକ୍କର, କିଏ ମାରିବ ବାଜି?

ହାଇଦ୍ରାବାଦ: ବକ୍ସ ଅଫିସରେ କଡା ଟକ୍କର ପାଇଁ ପ୍ରସ୍ତୁତ ସାଉଥ ସୁରଷ୍ଟାର ପ୍ରଭାସ ଏବଂ ଶାହାରୁଖ ଖାନ । ଡିସେମ୍ବର ୨୧ରେ ବିଶ୍ବରେ ରିଲିଜ ହେବ କିଙ୍ଗ ଖାନଙ୍କ ଫିଲ୍ମ 'ଡଙ୍କି' ଏବଂ ପ୍ରଭାସଙ୍କ ଫିଲ୍ମ 'ସାଲାର' । ଉଭୟ ସୁପରଷ୍ଟଚାରଙ୍କ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । ଫିଲ୍ମ ରିଲିଜକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଉଭୟ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି ।

  • " class="align-text-top noRightClick twitterSection" data="">

ସାକ୍‌ନିକ୍‌ଙ୍କ ରିପୋର୍ଟ ଅନୁସାରେ, କିଙ୍ଗ୍‌ ଖାନ୍‌ଙ୍କ 'ଡଙ୍କି' ଆସନ୍ତାକାଲିଠାରୁ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଥିବା ବେଳେ ୩୦ ହଜାରରୁ ଅଧିକ ଟିକେଟ୍‌ ବିକ୍ରି ହୋଇଛି । ତେବେ ଫିଲ୍ମ ପ୍ରଥମ ଦିନ ପାଇଁ ୩୯ ହଜାର ୯୫୪ ଟିକେଟ ବିକ୍ରି କରି ମୋଟ ୧.୪୪ କୋଟି ଟଙ୍କା ଆୟ କରିସାରିଲାଣି । ସେହିପରି ପ୍ରଭାସଙ୍କ 'ସାଲାର' କଥା କହିବାକୁ ଗଲେ ଏହି ଫିଲ୍ମ ସମସ୍ତ ଭାଷାରେ ପ୍ରଥମ ଦିନ ପାଇଁ ମୋଟ ୭୫ହଜାର ୮୧୭ ଟିକେଟ ବିକ୍ରି କରି ୧.୫୫ କୋଟି ଟଙ୍କା ଆୟ କରିଛି । ତେବେ ଆଡଭାନ୍ସ ବୁକିଂରେ ସାଲାର ଆଗରେ ରହିଥିବା ବେଳେ ବର୍ତ୍ତମାନ ବକ୍ସ ଅଫିସରେ କିଏ ମାରିବ ବାଜି ତାହା ଦେଖିବାକୁ ବାକି ରହିଲା ।

ସୂଚନା ଥାଉ କି, ସାଲାର ପ୍ରଥମ ଟିକେଟ ନିର୍ଦ୍ଦେଶକ ରାଜାମୌଲିଙ୍କୁ ମିଳିଛି । ନିର୍ମାତା ମାନେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ରାଜାମୌଲିଙ୍କୁ ଫିଲ୍ମର ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ଏବଂ ଷ୍ଟାର କାଷ୍ଟ ପ୍ରଭାସ ଏବଂ ପୃଥ୍ବୀରାଜ ସୁକୁମାରନ ଏବଂ ନିର୍ମାତା ନବୀନ ୟର୍ନେନିଙ୍କ ସହ ଟିକେଟ୍‌ ହସ୍ତାନ୍ତର କରୁଥିବା ଦେଖିବାକୁ ମିଳିଛି । ତେବେ ଏହି ଫିଲ୍ମ ଡିସେମ୍ବର ୨୨ରେ ତେଲୁଗୁ, କନ୍ନଡ଼, ମାଲାୟଲାମ, ତାମିଲ ଓ ହିନ୍ଦୀ ଭଳି ୫ଟି ଭାଷାରେ ରିଲିଜ ହେବ । ଏଥିରେ ସୁପରଷ୍ଟାର ପ୍ରଭାସଙ୍କ ସହ ପ୍ରୀତିରାଜ ସୁକୁମାରନ୍, ଶ୍ରୁତି ହାସନ ଏବଂ ଜଗପତି ବାବୁଙ୍କ ପରି ଆଗଧାଡିର ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରଟି 'ହମ୍ବଲେ ଫିଲ୍ମସ' ଦ୍ବାରା ନିର୍ମିତ ହୋଇଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ ।

ଏହା ମଧ୍ୟ ପଢନ୍ତୁ: 'ଜବାନ' ଡରରେ ନୁହଁ ଏହି କାରଣ ଯୋଗୁଁ ଘୁଞ୍ଚିଛି 'ସାଲାର' ରିଲିଜ ଡେଟ୍, ଖୁଲାସା କଲେ ନିର୍ମାତା

ଅନ୍ୟପଟେ 'ଡଙ୍କି'ର ଆଡଭାନ୍ସ ବୁକିଂକୁ ନେଇ ଏକ ଭିଡିଓ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ ଶାହାରୁଖ । ଏବଂ ଲେଖିଥିଲେ ହାର୍ଡି ସିନେମା ହଲରେ ପହଞ୍ଚିବା ପୂର୍ବରୁ ଏବଂ ସମସ୍ତ ଶୋ' ହାଉସଫୁଲ ହେବା ପୂର୍ବରୁ ତୁମର ଟିକେଟ୍ ବୁକ୍ କର । କାରଣ ଯେତେବେଳେ ହାର୍ଡି ଏବଂ ତାଙ୍କ ସାଙ୍ଗମାନେ ଆସିବେ, ସମସ୍ତଙ୍କ ହୃଦୟ ଚୋରି ହେବ । ଡଙ୍କି ପାଇଁ ଆଡଭାନ୍ସ ବୁକିଂ ଖୋଲିଛି । ଡିସେମ୍ବର ୨୧, ୨୦୨୩ରେ ରିଲିଜ ହେବ । ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଶାହରୁଖ ଖାନଙ୍କ ବ୍ୟତୀତ ବିକି କୌଶଲ, ତାପସୀ ପନ୍ନୁ, ବୋମନ ଇରାନୀ, ସତୀଶ ଶାହାଙ୍କ ପରି ବଲିଉଡ ଅଭିନେତାମାନେ ଅଭିନୟ କରିଛନ୍ତି । ତେବେ ଶାହାରୁଖ ରାଜକୁମାର ହିରାନୀ ଏବଂ ତାପସୀ, ବିକିଙ୍କ ସହ ପ୍ରଥମ ଥର ପାଇଁ ଏହି ଫିଲ୍ମରେ କାମ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.