ETV Bharat / entertainment

ସାଲାରା ପ୍ରଥମ ଗୀତ 'ସୂରଜ ହି ଛାଓ ବନକେ' ରିଲିଜ, ବନ୍ଧୁତ୍ବର ମିଶାଲ୍ ଦେଉଛି ଏହି ରିଲିଜ୍‌

author img

By ETV Bharat Odisha Team

Published : Dec 14, 2023, 12:58 PM IST

Salaar First Song Out: ପ୍ରଭାସଙ୍କ ଅଭିନୀତ ଚଳଚ୍ଚିତ୍ର 'ସାଲାର'ର ପ୍ରଥମ ଗୀତ 'ସୂରଜ ହି ଛାଓ ବନକେ' ରିଲିଜ ହୋଇଛି । ପ୍ରଭାସ ଏବଂ ପୃଥ୍ବୀରାଜ ସୁକୁମାରନଙ୍କ ଦୃଢ ବନ୍ଧୁତା ଦେଖିବାକୁ ମିଳିଥିବା ବେଳେ ଏହି ଗୀତକୁ ଲୋକେ ବେଶ ପସନ୍ଦ କରିଛନ୍ତି । ଅଧିକ ପଢ଼ନ୍ତୁ

ସାଲାରା ପ୍ରଥମ ଗୀତ 'ସୂରଜ ହି ଛାଓ ବନକେ' ରିଲିଜ, ବନ୍ଧୁତ୍ବର ମିଶାଲ୍ ଦେଉଛି ଏହି ଗୀତ

ହାଇଦ୍ରାବାଦ: ଆଦିପୁରୁଷ ଫ୍ଲପ୍‌ ହେବା ପରେ ବର୍ତ୍ତମାନ ପ୍ରଭାସ 'ସାଲାର ଭାଗ 1: ସିଜ୍‌ ଫାୟାର' ସହ ପରଦାକୁ ଫେରୁଛନ୍ତି । ଏହି ଫିଲ୍ମ ୨୦୨୩ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ହୋଇଥିବା ବେଳେ ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ନିର୍ମାତାମାନେ ଫିଲ୍ମର ପ୍ରଥମ ଗୀତ 'ସୂରଜ ହି ଛାଓ ବନକେ' ରିଲିଜ୍ କରିଛନ୍ତି । ସୋସଇାଲ ମିଡିଆରେ ଏହି ଗୀତ ସେୟାର ହେବା ମାତ୍ରେ ଲୋକେ ଏହାକୁ ବେଶ ପସନ୍ଦ କରିଛନ୍ତି ।

  • " class="align-text-top noRightClick twitterSection" data="">

ନିକଟରେ ସାଲାରର ଟ୍ରେଲର ରିଲିଜ ହୋଇଥିଲା । ଯାହା ସର୍ବାଧିକ ଭିୟୁ ହୋଇଥିବା ଫିଲ୍ମ ମଧ୍ୟରେ ଗୋଟିଏ ହୋଇ ସଫଳତା ହାସଲ କରିଥିଲା । ଏଥିରୁ ଜଣାପଡୁଥିଲା ଯେ, ଫିଲ୍ମକୁ ନେଇ ଦର୍ଶକ କେତେ ଉତ୍ସାହିତ ଅଛନ୍ତି । ବର୍ତ୍ତମାନ ଫିଲ୍ମର ପ୍ରଥମ ଗୀତ 'ସୂରଜ ହି ଛାଓ ବନକେ' ରିଲିଜ ହୋଇଛି । ହୋମ୍ବଲ ଫିଲ୍ମସ ଏହାର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ଅଡିଓ ଭର୍ସନରେ ଫିଲ୍ମର ଏହି ଗୀତକୁ ରିଲିଜ୍ କରିଛି । ଏହି ଗୀତରେ ଫିଲ୍ମର ଷ୍ଟାର କାଷ୍ଟ ପ୍ରଭାସ ଏବଂ ପୃଥ୍ବୀରାଜଙ୍କ କିଛି ଝଲକ ମଧ୍ୟ ଦେଖିବାକୁ ମିଳିଛି । ଉଭୟଙ୍କ ବନ୍ଧୁତ୍ୱର କାହାଣୀ ଏବଂ ସେମାନଙ୍କ ଭାବନାକୁ ଏହା ଗୀତ ମାଧ୍ୟମରେ ବର୍ଣ୍ଣନା କରାଯାଇଛି । ଏହି ଗୀତରେ ଏହା ମଧ୍ୟ ଦର୍ଶାଯାଇଛି ଯେ ଏହି ଚଳଚ୍ଚିତ୍ରଟି କେବଳ ଏକ ଆକ୍ସନ୍ ଡ୍ରାମା ହେବ ନାହିଁ, ବରଂ ଦୁଇଜଣ ଭଲ ବନ୍ଧୁଙ୍କ ଭାବପ୍ରବଣ କାହାଣୀ ଉପରେ ଆଧାରିତ ହେବ ।

ସୂଚନା ଅନୁସାରେ, 'ସାଲାର'ର ପ୍ରଥମ ଗୀତ 'ସୂରଜ ହି ଛାଓ ବନକେ' ମେନୁକା ପୋଡଲେ ଗାଇଛନ୍ତି ଏବଂ ଏହାକୁ ରବି ବସରୁର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଗୀତର ଲିରିକ୍ସ ରିୟା ମୁଖାର୍ଜୀ ଲେଖିଛନ୍ତି । ଚଳଚ୍ଚିତ୍ରର ଏହି ଗୀତକୁ ବହୁତ ପସନ୍ଦ କରାଯାଉଛି ଏବଂ ଏହି ଗୀତ ଶୁଣି ଲୋକେ ବେଶ ଭାବବିହ୍ବଳ ମଧ୍ୟ ହୋଇଛନ୍ତି । ତେବେ ଗୀତର ହିନ୍ଦୀ ସଂସ୍କରଣ ରିଲିଜ୍ ହେବାର ମାତ୍ର ୧୭ ଘଣ୍ଟା ମଧ୍ୟରେ ୟୁଟ୍ୟୁବରେ ୧୮ ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଲାଣି । 'ସାଲାର'କୁ ସେନ୍ସର ବୋର୍ଡରୁ 'ଏ' ସାର୍ଟିଫିକେଟ ଦେଇଛି । ଏହାର ଅର୍ଥ କେବଳ ୧୮ ବର୍ଷରୁ ଅଧିକ ଲୋକ ପ୍ରେକ୍ଷାଳୟରେ ଫିଲ୍ମ ଦେଖିପାରିବେ ।

ଏହା ମଧ୍ୟ ପଢନ୍ତୁ: ଛାଇଗଲା ସାଲାର ଟ୍ରେଲର, 24 ଘଣ୍ଟାରେ ସର୍ବାଧିକ ଭ୍ୟୁ ରେକର୍ଡ

ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରଭାସଙ୍କ ବ୍ୟତୀତ ଶ୍ରୁତି ହାସନ, ପୃଥ୍ବୀରାଜସୁକୁମାରନ୍ ଏବଂ ଜଗପତି ବାବୁ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଚଳଚ୍ଚିତ୍ରର ସମୟ ହେଉଛି ୨ ଘଣ୍ଟା ୫୫ ମିନିଟ୍ । ଏହି ଚଳଚ୍ଚିତ୍ର ଡିସେମ୍ବର ୨୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରଟି ଶାହାରୁଖ ଖାନଙ୍କ 'ଡଙ୍କି' ସହ ଟକ୍କର ଦେବ। ଯାହା ୨୧ ଡିସେମ୍ବରରେ ମୁକ୍ତିଲାଭ କରିବ । ତେବେ ଏହି ଦୁଇଟି ବଡ଼ ଚଳଚ୍ଚିତ୍ରର ବକ୍ସ ଅଫିସରେ ପ୍ରଦର୍ଶନ କିପରି ହେବ ତାହା ଦେଖିବାକୁ ବାକି ରହିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.