ETV Bharat / entertainment

Tweet War on RRR movie: ବିବାଦୀୟ ଟ୍ୱିଟ୍‌ ପରେ ମୁହଁ ଖୋଲିଲେ ବାହୁବଳୀ ନିର୍ମାତା

author img

By

Published : Jul 7, 2022, 10:42 AM IST

RRR ଚଳଚ୍ଚିତ୍ରଟି ଏକ ଗେ ଲଭ୍‌ ଷ୍ଟୋରୀ । ଓସ୍କାର ପୁରସ୍କାର ବିଜେତା ତଥା ସାଉଣ୍ଡ ଡିଜାଇନର ରସୁଲ ପୁକୁଟ୍ଟୀଙ୍କ ଏହିଭଳି ବିବାଦୀୟ ଟ୍ୱିଟ୍‌ ବର୍ତ୍ତମାନ ବାହୁବଳୀ ନିର୍ମାତା ସୋବୁ ଏନେଇ ମୁହଁ ଖୋଲିଛନ୍ତି । ଅଧିକ ପଢନ୍ତୁ

ଓସ୍କାର ବିଜେତା ରେସୁଲ ପୁକୁଟ୍ଟୀଙ୍କ ବିବାଦୀୟ ଟ୍ୱିଟ୍‌ ପରେ ମୁହଁ ଖୋଲିଲେ ବାହୁବଲୀ ନିର୍ମାତା

ହାଇଦ୍ରାବାଦ: ଭେଟେରାନ୍ ଚଳଚ୍ଚିତ୍ର ନିର୍ମାତା ଏସ୍‌ ଏସ୍‌ ରାଜାମୌଲି (S.S.Rajamouli) ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ଏପର୍ଯ୍ୟନ୍ତ କିଛି ବଛା ବଛା ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ଖାସ୍‌ କଥା ହେଉଛି ତାଙ୍କର କୌଣସି ଫିଲ୍ମ ବର୍ତ୍ତମାନ ସୁଦ୍ଧା ଫ୍ଲପ୍ ହୋଇନାହିଁ । ତାଙ୍କର ଶେଷ ଚଳଚ୍ଚିତ୍ର RRR ରିଲିଜ୍ ହୋଇଥିଲା, ଯାହା ଚଳିତ ବର୍ଷ ଓ୍ବାର୍ଲ୍ଡ ଓ୍ବାଇଡ୍‌ ବକ୍ସ ଅଫିସରେ ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ବୋଲି ପ୍ରମାଣିତ ହୋଇଛି । ଏହାରି ଭିତରେ ଏହି ଫିଲ୍ମକୁ ନେଇ ଓସ୍କାର ପୁରସ୍କାର ବିଜେତା ତଥା ସାଉଣ୍ଡ ଡିଜାଇନର ରସୁଲ ପୁକୁଟ୍ଟୀ (Resul Pookutty) ଏକ ବିବାଦୀୟ ଟ୍ୱିଟ୍‌ କରିଥିଲେ । ଯାହା ପରେ ପ୍ରଶଂସକମାନେ ଧୁମ୍‌ ରାଗି ଯାଇଥିଲେ ଏବଂ ବର୍ତ୍ତମାନ 'ବାହୁବଳୀ' ନିର୍ମାତା ସୋଭୁ (Sobhu) ଏନେଇ ମୁହଁ ଖୋଲିଛନ୍ତି ।

mm keeravani
mm keeravani

ସୋଭୁ ଲେଖିଛନ୍ତି, 'ମୋତେ ଲାଗୁ ନାହିଁ କି RRR ଚଳଚ୍ଚିତ୍ରଟି ଏକ ଗେ ଲଭ୍‌ ଷ୍ଟୋରୀ ( Gay Love Story) ଅଟେ, ଯେମିତି ଆପଣ କହୁଛନ୍ତି। ଯଦି ଆପଣଙ୍କୁ ଏହିଭଳି ଲାଗୁଛି ଏହା ଏକ ଗେ ଲଭ୍‌ ଷ୍ଟୋରୀ ତେବେ ଏହା ଖରାପ କଥା । ଆପଣ ଏହାକୁ କିପରି ଯାଞ୍ଚ କରିପାରିବେ ? ଏଥିପାଇଁ ମୁଁ ବହୁତ ଦୁଃଖିତ କି, ଆପଣଙ୍କ ଚିନ୍ତାଧାରା ଏତେ ତଳକୁ ଖସିପାରେ ?’ ବାହୁବଳୀ ନିର୍ମାତାଙ୍କ ଟ୍ୱିଟ ପରେ ରେସୁଲ ଖୋଦ୍‌ ସଫେଇ ଦେଇଛନ୍ତି । ରସୁଲ ଲେଖିଛନ୍ତି, 'ମୁଁ ସମ୍ପୂର୍ଣ୍ଣ ଭାବେ ସହମତ । ଯଦିଓ ଏମିତି ବି ଘଟେ, ତାହାଲେ ଏଥିରେ କିଛି ଭୁଲ୍ ନାହିଁ ।

  • Gay love story ….

    — resul pookutty (@resulp) July 3, 2022 " class="align-text-top noRightClick twitterSection" data=" ">

ସେ ଆହୁରି ଲେଖିଛନ୍ତି କି, 'ଏହାକୁ ମୁଁ ମୋର ବନ୍ଧୁଙ୍କ ପାଇଁ କୋଟ୍‌ କରିଥିଲି, ଯାହା ପ୍ରଥମରୁ ହିଁ ପବ୍ଲିକ୍‌ ଡୋମେନରେ ପଞ୍ଜୀକୃତ ହୋଇସାରିଛି । ମୁଁ କାହାକୁ ଅପମାନିତ କରିବାକୁ ଚାହୁଁ ନଥିଲି । ଏହାକୁ ଗମ୍ଭୀରତାର ସହ ଗ୍ରହଣ କରିବାର ଆବଶ୍ୟକତା ନାହିଁ । ମୁଁ ଏହି ମାମଲାକୁ ଏଠାରେ ଶେଷ କରୁଛି।' ଉଲ୍ଲେଖନୀୟ ଯେ, ଓସ୍କାର ବିଜେତା ତଥା ସାଉଣ୍ଡ ଡିଜାଇନର୍ ରେସୁଲ ପୁକୁଟ୍ଟୀ ରାଜାମୌଲିଙ୍କ ଫିଲ୍ମ 'RRR' କୁ ଗେ ଲଭ୍‌ ଷ୍ଟୋରୀ ( Gay Love Story) କହିଥିଲେ ଏହା ସହିତ ସେ ଆଲିଆଙ୍କ ବିଷୟରେ ମଧ୍ୟ ଅନେକ ଖରାପ କଥା କହିଥିଲେ।

  • I don't think @RRRMovie is a gay love story as you say but even if it was, is "gay love story" a bad thing? How can you justify using this ? Extremely disappointed that someone of your accomplishments can stoop so low! https://t.co/c5FmDjVYu9

    — Shobu Yarlagadda (@Shobu_) July 4, 2022 " class="align-text-top noRightClick twitterSection" data=" ">

'RRR' ରେ ରାମ ଚରଣ ଏବଂ Jr NTR ଙ୍କ ବନ୍ଧୁତାକୁ ଚିତ୍ରିତ କରାଯାଇଛି, ଯେଉଁଥିରେ ଆଲିଆ ଭଟ୍ଟଙ୍କୁ ମଧ୍ୟ ଏକ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଥିଲା, ଯେଉଁଥିରେ ରସୁଲ ପୁକୁଟ୍ଟୀ କହିଛନ୍ତି, 'ଆଲିଆ ଭଟ୍ଟଙ୍କୁ ଏକ ବସ୍ତୁ ରୂପେ ବ୍ୟବହାର କରାଯାଇଛି।' ସାଉଣ୍ଡ ଡିଜାଇନର୍‌ ରସୁଲଙ୍କ ଏଭଳି ବିବାଦୀୟ ଟ୍ୱିଟ୍‌କୁ ଘୋର ନିନ୍ଦା କରାଯାଉଥିଲା । ଜଣେ ଓସ୍କାର ବିଜେତା ଏଭଳି କହିବେ ବୋଲି ଆଶା କରାଯାଇନଥିଲା ବୋଲି ୟୁଜର୍ସମାନେ କହିଥିଲେ।

କେଉଁଠୁ ଆରମ୍ଭ ହେଲା ବିବାଦ

ସୂଚନାଯୋଗ୍ୟ ଯେ, ଅଭିନେତା ତଥା ଲେଖକ ମନୀଷ ଭରଦ୍ବାଜ ଏହି ଫିଲ୍ମକୁ RRR କୁ ଅଳିଆ ଫିଲ୍ମ ବୋଲି କହିଥିଲେ । ସେ ଏ ବାବଦରେ ଏକ ଟୁଇଟ୍‌ରେ ଲେଖିଥିଲେ, 'ଗତକାଲି ରାତିରେ 30 ମିନିଟର ଅଳିଆ ଦେଖିଲି, ଯାହାକୁ 'RRR' କୁହାଯାଏ । ମନୀଷଙ୍କ ଟ୍ୱିଟର ଜବାବ ଦେଇ ରସୁଲ ପୁକୁଟ୍ଟୀ ଫିଲ୍ମ ‘ଆର୍‌ଆର୍‌ଆର୍‌’କୁ ସେ ଗେ’ମାନଙ୍କ ପ୍ରେମ କାହାଣୀ ସହ ତୁଳନା କରିଥିଲେ। ସେ ଏହି ଫିଲ୍ମକୁ ‘ଗେ ଲଭ୍‌ ଷ୍ଟୋରୀ’ କହିବା ସହ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଏକ ବସ୍ତୁ ରୂପେ ବ୍ୟବହାର କରାଯାଇଥିବା ମଧ୍ୟ ଟ୍ୱିଟ୍‌ କରି କହିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.