ETV Bharat / entertainment

Tiger 3: ଟ୍ରେଲର ପୂର୍ବରୁ ଆସିଲା ନୂଆ ପୋଷ୍ଟର, ଭାଇଜାନଙ୍କ ଲୁକ ଦେଖି ଉଡିଯିବ ହୋସ୍

author img

By ETV Bharat Odisha Team

Published : Oct 11, 2023, 1:01 PM IST

ଟାଇଗର ୩ ଫିଲ୍ମକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଫିଲ୍ମର ଏକ ନୂଆ ପୋଷ୍ଟର ରିଲିଜ ହୋଇଛି । ପୋଷ୍ଟରରେ ସଲମାନଙ୍କ କିଲର ଲୁକ୍‌ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ,

ଟ୍ରେଲର ପୂର୍ବରୁ ଆସିଲା ନୂଆ ପୋଷ୍ଟର, ଭାଇଜାନଙ୍କ ଲୁକ ଦେଖି ଉଡିଯିବ ହୋସ୍

ହାଇଦାବ୍ରାଦ: ଖୁବଶୀଘ୍ର ବଡ ପରଦାରେ ରିଲିଜ ହେବାକୁ ଯାଉଛି ଟାଇଗର ପ୍ରାଞ୍ଚାଇଜର ତ-ତୀୟ ଭାଗ 'ଟାଇଗର ୩' । ଏହି ଫିଲ୍ମରେ ବଲିଉଡ ଭାଇଜାନ ସଲମାନ ଖାନ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ପୁଣି ଏକାଠି ଦେଖିବାକୁ ମିଳିବ । ୧୬ରେ ଫିଲ୍ମର ଟ୍ରେଲର ରିଲିଜ ହେବାକୁ ଥିବା ବେଳେ ବର୍ତ୍ତମାନ ଫିଲ୍ମର ନୂଆ ପୋଷ୍ଟର ରିଲିଜ କରିଛନ୍ତି ନିର୍ମାତା । ଯେଉଁଥିରେ ସଲମାନ ଖାନ ଦମଦାର ଲୁକରେ ନଜର ଆସିଛନ୍ତି ।

ସଲମାନ ଖାନ ନିଜ ଇନଷ୍ଟାଗ୍ରାମରେ ଟାଇଗର ୩ର ନୂଆ ପୋଷ୍ଟର ରିଲିଜ କରିଛନ୍ତି । ଯେଉଁଥିରେ ଭାଇଜାନ ବନ୍ଧୁକ ଧରି ଚଟାଣରେ ଆଣ୍ଠୁ ମାଡି ବସିଥିବା ଦେଖିବାକୁ ମିଳିଛି । ପୋଷ୍ଟରରେ ସଲମାନ ବ୍ଲାକ୍‌ ପ୍ୟାଣ୍ଟ୍‌ ସହ ଜ୍ୟାକେଟ୍‌ ସହ ବ୍ଲାକ ସ୍କାର୍ପ ସହ ଷ୍ଟାଇଲିସ ଲୁକରେ ନଜର ଆସିଛନ୍ତି । ଅଭିନେତା ଏହି ପୋଷ୍ଟର ସେୟାର କରି କ୍ୟାପସନରେ ଲେଖିଛନ୍ତି, ପ୍ରସ୍ତୁତ ରୁହ, ଟାଇଗର ଆସୁଛି । ଅକ୍ଟୋବର ୧୬ରେ ରିଲିଜ ହେବ ଫିଲ୍ମର ଟ୍ରେଲର ।

ସୂଚନା ଥାଉ କି, ଏହି ଚଳଚ୍ଚିତ୍ରରେ ସଲମାନ ପୁଣି ଥରେ ସୁପର ଏଜେଣ୍ଟ ଟାଇଗର ଓରଫ ଅବିନାଶ ସିଂ ରାଠୋର ଭୂମିକାରେ ନଜର ଆସିବେ । ସେହିପରି କ୍ୟାଟ୍ରିନା କୈଫ୍ ଏଜେଣ୍ଟ୍‌ ଜୋୟାଙ୍କ ଭୂମିକାରେ ନଜର ଆସିବେ । ପୂର୍ବରୁ ଟାଇଗର ୩ର ଟିଜର ରିଲିଜ ହୋଇଥିଲା । ଏବଂ ଗତକାଲି ଅର୍ଥାତ୍ ଅକ୍ଟୋବର ୧୦ରେ ନିର୍ମାତା କ୍ୟାଟ୍ରିନାଙ୍କ ଏକ ପୋଷ୍ଟର ରିଲିଜ କରିଥିଲେ । ଯେଉଁଥିରେ ଫିଲ୍ମରୁ ଅଭିନେତ୍ରୀଙ୍କ ପ୍ରଥମ ଲୁକ ଦେଖିବାକୁ ମିଳିଥିଲା । କ୍ୟାଟ୍ରିନାଙ୍କୁ ଆକ୍ସନ ଅବତାରରେ ଦେଖି ଫ୍ୟାନ୍ସ ଉତ୍ସାହିତ ଥିବା ବେଳେ ଏବେ ସଲମାନଙ୍କ ଲୁକ୍‌ ସେମାନଙ୍କ ଉତ୍ସାହକୁ ଦ୍ବିଗୁଣିତ କରିଛି ।

  • " class="align-text-top noRightClick twitterSection" data="">

ଏହା ମଧ୍ୟ ପଢନ୍ତୁ: Tiger 3ର ନୂଆ ପୋଷ୍ଟର ରିଲିଜ, ଆକ୍ସନ ପ୍ୟାକ୍ ଅବତାରରେ କ୍ୟାଟ୍ରିନା କୈଫ

'ଏକ ଥା ଟାଇଗର','ଟାଇଗର ଜିନ୍ଦା ହେ ',' ୱାର' ଏବଂ 'ପଠାନ' ପରେ YRF ସ୍ପାଇ ୟୁନିଭର୍ସର ପଞ୍ଚମ ଚଳଚ୍ଚିତ୍ର ହେଉଛି 'ଟାଇଗର ୩'। ମନୀଷ ଶର୍ମାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଆଦିତ୍ୟ ଚୋପ୍ରାଙ୍କ ଦ୍ୱାରା ନିର୍ମିତ ହୋଇଛି ଏହି ଫିଲ୍ମ । ଏଥିରେ ସଲମାନ ଏବଂ କ୍ୟାଟ୍ରିନାଙ୍କ ସମେତ ଇମ୍ରାନ ହାସ୍‌ମୀଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ । ଏଥିସହିତ ଶାହାରୁଖ ଖାନ ମଧ୍ୟ ଏହି ଫିଲ୍ମରେ କ୍ୟାମିଓ ରୋଲରେ ନଜର ଆସିବେ । ଏହି ଚଳଚ୍ଚିତ୍ର ଚଳିତ ବର୍ଷ ନଭେମ୍ବର 10ରେ ଦିପାବଳୀ ଅବସରରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ଟାଇଗର 3 ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.