ETV Bharat / entertainment

ସଲମାନଙ୍କ ରାସ୍ତାରେ ସାଉଥ ସୁପରଷ୍ଟାର ପ୍ରଭାସ ! ସୋ’ରେ କହିଲେ କେବେ କରିବେ ବିବାହ

author img

By

Published : Dec 19, 2022, 12:27 PM IST

ପ୍ରଭାସ ଏବଂ ଅଭିନେତ୍ରୀ କ୍ରିତୀଙ୍କ ରିଲେସନସିପ୍ ଗୁଜବ ମଧ୍ୟରେ ଅଭିନେତା ବର୍ତ୍ତମାନ ତାଙ୍କ ବିବାହ ଯୋଜନା ବିଷୟରେ ଖୁଲାସା କରିଛନ୍ତି । ଅଧିକ ପଢନ୍ତୁ

ସଲମାନଙ୍କୁ ଫଲୋ କରୁଛନ୍ତି ସାଉଥ୍‌ଷ୍ଟାର ପ୍ରଭାସ

ମୁମ୍ଵାଇ: ସାଉଥ୍ ସୁପରଷ୍ଟାର୍ ପ୍ରଭାସ ମନୋରଞ୍ଜନ ଇଣ୍ଡଷ୍ଟ୍ରିର ସବୁଠାରୁ ମୋଷ୍ଟ ଏଲିଜିବଲ ବ୍ୟାଚଲର ଅଟନ୍ତି । ପ୍ରଭାସଙ୍କ ନାମ ବଲିଉଡର ପରମ ସୁନ୍ଦରୀ କ୍ରିତି ସାନନ୍‌ଙ୍କ ସହିତ ଦୀର୍ଘ ଦିନ ଧରି ଯୋଡା ଯାଇଥିଲା । ଏମିତି କି ପ୍ରଭାସ ଏବଂ କ୍ରିତୀଙ୍କ ବିବାହ ଖବର ମଧ୍ୟ ଅନେକ ଥର ଚର୍ଚ୍ଚାକୁ ଆସିଥିଲା । କିନ୍ତୁ ଅଭିନେତ୍ରୀ ପ୍ରଭାସଙ୍କ ସହ ଥିବା ସମ୍ପର୍କକୁ କେବଳ ଗୁଜବ ବୋଲି କହିଥଲେ । ଏହି ସବୁ ଗୁଜବ ମଧ୍ୟରେ ପ୍ରଭାସ ବର୍ତ୍ତମାନ ତାଙ୍କ ବିବାହ ଯୋଜନା ବିଷୟରେ ଖୁଲାସା କରିଛନ୍ତି ।

କେବେ ବିବାହ କରିବେ ପ୍ରଭାସ ?

ପ୍ରଭାସ କେବେ ବିବାହ କରିବେ ? ବର୍ତ୍ତମାନ ସେ ଏକ ସୋ’ରେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି । ପ୍ରଭାସ ଖୁବ୍ ଶୀଘ୍ର ନନ୍ଦମୁରି ବାଲକ୍ରିଷ୍ଣାଙ୍କ ଟକ୍ ସୋ ଅନଷ୍ଟପବଲ୍-୨ରେ ନଜର ଆସିବେ । ଏହି ସୋ’ରେ ନନ୍ଦମୁରି ପ୍ରଭାସଙ୍କୁ କେବେ ବିବାହ କରିବେ ବୋଲି ପଚାରିଥିଲେ । ପ୍ରଭାସ ଏହି ପ୍ରଶ୍ନର ଅତି ଚତୁରତାର ସହ ଉତ୍ତର ଦେଇ କହିଥିଲେ 'ସଲମାନ ଖାନଙ୍କ ପରେ'। ଏହି ଉତ୍ତର ଦେଇ ପ୍ରଭାସ ଜୋରରେ ହସିବାକୁ ଲାଗିଲେ ।

ଏହା ବି ପଢନ୍ତୁ: Ankita Lokhande B'day: ଚାହୁଁଥିଲେ ଏୟାର ହୋଷ୍ଟେସ୍ ହେବାକୁ, କିନ୍ତୁ ହୋଇଗଲେ ସଂସ୍କାରୀ ବୋହୂ

ବିବାହ ସମ୍ବନ୍ଧରେ ପ୍ରଭାସଙ୍କ ଏହି ଉତ୍ତର ସାମ୍ନାକୁ ଆସିବା ମାତ୍ରେ ଭାଇରାଲ ହେବାରେ ଲାଗିଛି । ପ୍ରଶଂସକମାନେ ପ୍ରଭାସଙ୍କ ସ୍ମାର୍ଟନେସର ପ୍ରଶଂସା କରୁଛନ୍ତି । ସୋ’ରେ ପ୍ରଭାସ ତାଙ୍କ ମାମୁଁ କୃଷ୍ଣମ ରାଜୁଙ୍କ ମୃତ୍ୟୁ ବିଷୟରେ କଥାବାର୍ତ୍ତା ବେଳେ ଟିକେ ଭାବପ୍ରବଣ ହୋଇଯାଇଥିଲେ । ପ୍ରୋମୋ ଦେଖିବା ପରେ ପ୍ରଶଂସକମାନେ ଉତ୍ସାହର ସହିତ ସୋ’ର ଟେଲିକାଷ୍ଟକୁ ଅପେକ୍ଷା କରିଛନ୍ତି ।

ପ୍ରଭାସଙ୍କ କାମ ବିଷୟରେ କଥାବାର୍ତ୍ତା କରିବା ତ, ପ୍ରଭାସଙ୍କୁ ଓମ୍ ରାଉତଙ୍କ ଆଦିପୁରୁଷରେ ଦେଖିବାକୁ ମିଳିବ । ଫିଲ୍ମର ଟ୍ରେଲର ରିଲିଜ୍ ହେବା ପରେ ବହୁତ ହଇଚଇ ସୃଷ୍ଟି ହୋଇଥିଲା । ଏହା ବ୍ୟତୀତ ପ୍ରଭାସଙ୍କୁ ସାଲାର ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିବ । ସାଲାରରେ ପ୍ରଭାସଙ୍କ ସହ ଶ୍ରୁତି ହାସନ ମୁଖ୍ୟ ଭୂମିକାରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.